Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଟ୍ ରେ ଆଉ କେତେ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ନେବେ କାର୍ଯ୍ୟାନୁଷ୍ଠାନ !!
ଜାତୀୟ ଖବର

କିଟ୍ ରେ ଆଉ କେତେ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ନେବେ କାର୍ଯ୍ୟାନୁଷ୍ଠାନ !!

May 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
KIIT
କିଟ୍ ରେ ଆଉ କେତେ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ନେବେ ପଦକ୍ଷେପ !!

ଭୁବନେଶ୍ବର: ପୁଣି କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ନହତ୍ୟା କରିଛନ୍ତି। ଗତକାଲି ରାତିରେ ନେପାଳୀ ଛାତ୍ରୀ ଜଣଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର କମିଶନରେଟ ପୋଲିସ ପହଞ୍ଚି ଏହାର ତଦନ୍ତ କରୁଛି। ଅଢେଇମାସ ତଳେ ସେହିପରି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶ ତଥା ନେପାଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ପୁଣି ସେହି ଘଟଣା।

ବର୍ତ୍ତମାନ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାଧାରଣରେ ବେଶ୍ ଆଲୋଚନା ହେବାରେ ଲାଗିଛି। ତାହା ହେଲା ଯେ, ସରକାର କଣ ଏତେ ନିଷ୍କ୍ରିୟ କି କିଟ ଆଗରେ ନିଜର ମୁଣ୍ଡ ନୁଆଁଇ ଦେଉଛନ୍ତି। ପ୍ରଥମ ଘଟଣାରେ ଲୋକ ଦେଖାଣିଆ ଭାବେ ସରକାର ଏକ ସଚିବ ସ୍ତରୀୟ କମିଟ ଗଠନ କରି ତଦନ୍ତ କରୁଛନ୍ତି। ସେ ତଦନ୍ତ କେତେ ବାଟ ଗଲା ତାହାର କିଛି ଖବର ନାହିଁ। ଏବେ ପୁଣି ସେହି ଘଟଣା। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି।

ଏପରି ଘଟଣା ନେଇ ନେପାଳ ସରକାର ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଫଳରେ କିଟକୁ ନେଇ ଦୁଇ ଦେଶ ମଧ୍ୟରେ ଏକ ପ୍ରକାରର ମତାନ୍ତର ସୃଷ୍ଟି ହେବାରେ ଲାଗିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେ କଥା ପରେ ମଧ୍ୟ ଆମ ରାଜ୍ୟ ସରକାର କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିପାରିଲେ ନାହିଁ। ଆଶ୍ଚର୍ଯ୍ୟର କଥା ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହେଉଥିଲେ ମଧ୍ୟ ମୋହନ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି।

ବର୍ତ୍ତମାନ ବଡ ପ୍ରଶ୍ନ ଉଠିଛି ଯେ, ନେପାଳୀ ଛାତ୍ରୀଙ୍କ ଉପରେ କିଟ କର୍ତ୍ତୁପକ୍ଷ କଣ ଏମିତି କାମ କରୁଛନ୍ତି ଯେ, ସେମାନେ ଆତ୍ମହତ୍ୟା ପରି କଠିନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟପଟେ କିଟ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏପରି କଣ କରୁଛନ୍ତି ଯେ, ତାଙ୍କ ବିରୋଧରେ କେହି ପଦକ୍ଷେପ ଗ୍ରହଣ କରିପାରୁ ନାହାଁନ୍ତି। ବର୍ତ୍ତମାନଗ ଘଟଣା ଉପରେ ଯଦି ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆହୁରି ନିରିହ ଛାତ୍ରୀଙ୍କ ଜୀବନ ମଧ୍ୟ ବାଜିରେ ଲାଗିବାର ସମ୍ଭାବନା ସୃଷ୍ଟି ହୋଇଛି।

କିଟ୍ କିଟ୍ ବିଶ୍ବବିଦ୍ୟାଳୟ ନେପାଳୀ ଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026
Latest News

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.