Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ବିଜେପି ନେତା ସୁରଥ ବିଶ୍ୱାଳ କହିଲେ..
ଜାତୀୟ ଖବର

ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ବିଜେପି ନେତା ସୁରଥ ବିଶ୍ୱାଳ କହିଲେ..

May 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ବିଜେପି ନେତା ସୁରଥ ବିଶ୍ୱାଳ କହିଲେ..

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମଜିକ ଓ ଆର୍ଥକଭାବେ ପଛୁଆ ବର୍ଗ(ଏସ୍‌ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗରେ ଥିବା ୫୪ ପ୍ରତିଶତ ଲୋକେ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇରହିବ । ୯୦ ଦଶକରେ ପଛୁଆ ବର୍ଗଙ୍କ ପାଇଁ ଯେତେବେଳେ ସଂରକ୍ଷଣ ଲାଗୁ ହେଲା, ସେବେ ପରଠାରୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ହେବା ପାଇଁ ଏହି ନିଷ୍ପତି କାର୍ଯ୍ୟକାରୀ ହୋଇ ନ ଥିଲା ।

ପଛୁଆବର୍ଗଙ୍କ ସହ ସେତେବେଳେ ପ୍ରତାରଣା କରାଯିବା ସହ ବିଶ୍ୱାସଘାତକତା କରାଯାଇଥିଲା । ପଂଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ପୂର୍ବରୁ ୨୭% ସଂରକ୍ଷଣ ଦିଆଯାଉଥିôବାବେଳେ ବିଜେଡିର ଯୋଜନାବଦ୍ଧଭାବେ ଚକ୍ରାନ୍ତ କରିବାରୁ ଏହି ବ୍ୟବସ୍ଥା ଉଠିଯାଇଥିଲା । ସେତେବେଳେ ଉତରପ୍ରଦେଶ, ମଧ୍ୟପ୍ରଦେଶର ସରକାରମାନେ କୋର୍ଟଙ୍କୁ ବୁଝାଇ ଏନେଇ ମାସେ ସମୟ ନେଇ ବିଭିନ୍ନ ଡାଟା ଦେବାକୁ କହିଥିଲେ । ଅପରପକ୍ଷେ ତତ୍କାଳୀନ ସରକାରଙ୍କ ଆଡ୍‌ଭୋକେଟ ଜେନେରାଲ ପଛୁଆବର୍ଗଙ୍କ ଡାଟା ନାହିଁ ବୋଲି ମନା କରି ଦେଇଥିଲେ । କୋର୍ଟଙ୍କୁ ବାସ୍ତବତା କହି ନ ଥିଲେ ।

ଏହି ଅବସରରେ ଓବିସି ମୋର୍ଚ୍ଚା ଭପସଭାପତି ତଥା ଯୁବ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ତତ୍କାଳୀନ ବିଜେଡି ଓ କଂଗ୍ରେସ ସରକାର ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାରେ ଉପେକ୍ଷା କରିଛନ୍ତି । ବହୁ ଦଶନ୍ଧି ଧରି ଯେଉଁ ସବୁ କାର୍ଯ୍ୟ ହୋଇ ପାରୁ ନ ଥିଲା ମୋହନ ସରକାର ଆଜି ସେସବୁ କରିପାରିଛନ୍ତି । ଦୃଢ଼ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ଶ୍ର୍ରୀ ମାଝୀ ଆଜି ପ୍ରମାଣିତ କରି ଦେଖାଇଛନ୍ତି ।

ପଛୁଆବର୍ଗର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଜି ସାମାଜିକ ନ୍ୟାୟ ମିଳିପାରିଛି । ଡ. ବାବାସାହେବ ଆମ୍ବେଦକର ସବୁବେଳେ କହୁଥିଲେ, ସମାଜର ତଳବର୍ଗର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆଗାମୀ ଦିନରେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନରେ ଏହା ସହାୟକ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

ପଛୁଆ ବର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.