Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରର ପ୍ରତିଶ୍ରୁତି
ଜାତୀୟ ଖବର

ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରର ପ୍ରତିଶ୍ରୁତି

May 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Works
ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରର ପ୍ରତିଶ୍ରୁତି

ଭୁବନେଶ୍ବର: ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ପ୍ରତିଶ୍ରୁତି କେନ୍ଦ୍ରରୁ ମିଳିଛି। ଏହା ଏକ ସର୍ବକାଳୀନ ରେକର୍ଡ ଏବଂ ଏହା ଦ୍ୱାରା ଓଡ଼ିଶାରେ ରାଜପଥର ପ୍ରଭୂତ ବିକାଶ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଜି ନିର୍ମାଣ ସୌଧ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି।

ବୈଠକରେ  ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ବିଭିନ୍ନ ଜାତୀୟ ରାଜପଥର ପ୍ରଶସ୍ତିକରଣ, ଜମି ଅଧିଗ୍ରହଣ ସମସ୍ୟାର ସମାଧାନ, ଫରେଷ୍ଟ କ୍ଲିୟରାନ୍ସ, ନିରନ୍ତର ଫ୍ଲାଏ ଆସ୍‌ ଯୋଗାଣ ଓ ରେଲେୱ ଓଭର ବ୍ରିଜ୍ ନିର୍ମାଣ ଏବଂ ବିଭିନ୍ନ ସମସ୍ୟା ସମାଧାନ ସହିତ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଉକ୍ତ ବୈଠକରେ ଖୋର୍ଦ୍ଧା ସହର ବାଇାପାସ୍‌ ରାସ୍ତା, କଳିଙ୍ଗାଘାଟ ରାସ୍ତାର ପ୍ରଶସ୍ତିକରଣ, ଖରିଆର ରୋଡ ୪ ଲେନ୍‌ ବିଶିଷ୍ଟ ରେଲ୍‌ୱ ଓଭରବ୍ରିଜ୍, କେରାପୁଟ ଜିଲ୍ଲା ପାତ୍ରପୁଟଠାରେ କୋଲାବ ନଦୀ ଉପରେ ହାଇଲେବୁଲ ସେତୁ ନିର୍ମାଣ, ପୁରୀ-କୋଣାର୍କ ରାସ୍ତାର ମାଟିଆପଡ଼ାଠାରେ ଥିବା ରେଲ୍‌ୱ ଓଭର ବ୍ରିଜ, ନୟାଗଡ଼ ଟାଉନ୍‌ ବାଇପାସ୍‌ ରୋଡ଼, ଜୟପୁର ବାଇପାସ୍‌ ରାସ୍ତା, କନ୍ଦରପୁର-ବାଲିକୁଦା ରାସ୍ତାର ପ୍ରଶସ୍ତିକରଣ, କୋଟପାଡ଼ ବାଇପାସ୍‌ ରାସ୍ତା ନିର୍ମାଣ, ବଲାଙ୍ଗିର ବାଇପାସ୍‌ ରାସ୍ତା, ଏନ୍‌ଏଚ୍‌-୨୨୦ରେ ବୈତରଣୀ ନଦୀରେ ହାଇଲେବୁଲ ସେତୁ ନିର୍ମାଣ, ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ନିର୍ମାଣ ଆଦି ବିଭିନ୍ନ ରାସ୍ତା ଓ ସେତୁର ନିର୍ମାଣର ବର୍ତ୍ତମାନ ସ୍ଥିତି ବିଷୟରେ ପଚ଼ାରି ବୁଝିଥିଲେ।

ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ , ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତଥା ଓଡ଼ିଶାର ଆଞ୍ଚଳିକ ଅଧିକାରୀ ଶ୍ରୀ ସୁନିଲ କୁମାର ମିଶ୍ର ,ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ସିଭିଲ ଇଂ ଦୁର୍ଗାଚରଣ ବେହେରା, ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ) ଇଂ ନାରାୟଣ ପଟେଲ୍, ଓବିସିସି ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତାଙ୍କ ସମେତ ପୂର୍ତ୍ତ ବିଭାଗ ତଥା ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।

BJP Ads
ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

November 6, 2025

ଆଜି ନଭେମ୍ବର ୬ ତାରିଖ ଗୁରୁବାରରେ ପାଞ୍ଚୋଟି ରାଶି ଉପରେ କୁବେର ଦେବ ଅଛନ୍ତି ସନ୍ତୁଷ୍ଟ

November 6, 2025

୧୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ ହକି ଇଣ୍ଡିଆ

November 5, 2025

କ୍ୟୁ.ଏସ୍ ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 5, 2025
BJP Ads
Latest News

ରଣପୁର: ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ବାଚସ୍ପତି

November 6, 2025

ଆଜି ନଭେମ୍ବର ୬ ତାରିଖ ଗୁରୁବାରରେ ପାଞ୍ଚୋଟି ରାଶି ଉପରେ କୁବେର ଦେବ ଅଛନ୍ତି ସନ୍ତୁଷ୍ଟ

November 6, 2025

୧୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ ହକି ଇଣ୍ଡିଆ

November 5, 2025

କ୍ୟୁ.ଏସ୍ ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 5, 2025

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.