Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରର ପ୍ରତିଶ୍ରୁତି
ଜାତୀୟ ଖବର

ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରର ପ୍ରତିଶ୍ରୁତି

May 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Works
ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରର ପ୍ରତିଶ୍ରୁତି

ଭୁବନେଶ୍ବର: ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ପ୍ରତିଶ୍ରୁତି କେନ୍ଦ୍ରରୁ ମିଳିଛି। ଏହା ଏକ ସର୍ବକାଳୀନ ରେକର୍ଡ ଏବଂ ଏହା ଦ୍ୱାରା ଓଡ଼ିଶାରେ ରାଜପଥର ପ୍ରଭୂତ ବିକାଶ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଜି ନିର୍ମାଣ ସୌଧ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି।

ବୈଠକରେ  ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ବିଭିନ୍ନ ଜାତୀୟ ରାଜପଥର ପ୍ରଶସ୍ତିକରଣ, ଜମି ଅଧିଗ୍ରହଣ ସମସ୍ୟାର ସମାଧାନ, ଫରେଷ୍ଟ କ୍ଲିୟରାନ୍ସ, ନିରନ୍ତର ଫ୍ଲାଏ ଆସ୍‌ ଯୋଗାଣ ଓ ରେଲେୱ ଓଭର ବ୍ରିଜ୍ ନିର୍ମାଣ ଏବଂ ବିଭିନ୍ନ ସମସ୍ୟା ସମାଧାନ ସହିତ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଉକ୍ତ ବୈଠକରେ ଖୋର୍ଦ୍ଧା ସହର ବାଇାପାସ୍‌ ରାସ୍ତା, କଳିଙ୍ଗାଘାଟ ରାସ୍ତାର ପ୍ରଶସ୍ତିକରଣ, ଖରିଆର ରୋଡ ୪ ଲେନ୍‌ ବିଶିଷ୍ଟ ରେଲ୍‌ୱ ଓଭରବ୍ରିଜ୍, କେରାପୁଟ ଜିଲ୍ଲା ପାତ୍ରପୁଟଠାରେ କୋଲାବ ନଦୀ ଉପରେ ହାଇଲେବୁଲ ସେତୁ ନିର୍ମାଣ, ପୁରୀ-କୋଣାର୍କ ରାସ୍ତାର ମାଟିଆପଡ଼ାଠାରେ ଥିବା ରେଲ୍‌ୱ ଓଭର ବ୍ରିଜ, ନୟାଗଡ଼ ଟାଉନ୍‌ ବାଇପାସ୍‌ ରୋଡ଼, ଜୟପୁର ବାଇପାସ୍‌ ରାସ୍ତା, କନ୍ଦରପୁର-ବାଲିକୁଦା ରାସ୍ତାର ପ୍ରଶସ୍ତିକରଣ, କୋଟପାଡ଼ ବାଇପାସ୍‌ ରାସ୍ତା ନିର୍ମାଣ, ବଲାଙ୍ଗିର ବାଇପାସ୍‌ ରାସ୍ତା, ଏନ୍‌ଏଚ୍‌-୨୨୦ରେ ବୈତରଣୀ ନଦୀରେ ହାଇଲେବୁଲ ସେତୁ ନିର୍ମାଣ, ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ନିର୍ମାଣ ଆଦି ବିଭିନ୍ନ ରାସ୍ତା ଓ ସେତୁର ନିର୍ମାଣର ବର୍ତ୍ତମାନ ସ୍ଥିତି ବିଷୟରେ ପଚ଼ାରି ବୁଝିଥିଲେ।

ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ , ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତଥା ଓଡ଼ିଶାର ଆଞ୍ଚଳିକ ଅଧିକାରୀ ଶ୍ରୀ ସୁନିଲ କୁମାର ମିଶ୍ର ,ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ସିଭିଲ ଇଂ ଦୁର୍ଗାଚରଣ ବେହେରା, ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ) ଇଂ ନାରାୟଣ ପଟେଲ୍, ଓବିସିସି ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତାଙ୍କ ସମେତ ପୂର୍ତ୍ତ ବିଭାଗ ତଥା ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.