Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାରମ୍ପରିକ ଯୁଦ୍ଧ କ୍ଷେତ୍ରରେ ଭାରତର ଷ୍ଟ୍ରାଟେଜିକ କ୍ଷମତା ପାକିସ୍ତାନକୁ ପଛରେ ପକାଇଛି
ଜାତୀୟ ଖବର

ପାରମ୍ପରିକ ଯୁଦ୍ଧ କ୍ଷେତ୍ରରେ ଭାରତର ଷ୍ଟ୍ରାଟେଜିକ କ୍ଷମତା ପାକିସ୍ତାନକୁ ପଛରେ ପକାଇଛି

May 16, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପାରମ୍ପରିକ ଯୁଦ୍ଧ କ୍ଷେତ୍ରରେ ଭାରତର ଷ୍ଟ୍ରାଟେଜିକ କ୍ଷମତା ପାକିସ୍ତାନକୁ ପଛରେ ପକାଇଛି

ନୂଆଦିଲ୍ଲୀ: ଭାରତ-ପାକ ଭିତରେ ଚାରି ଦିନିଆ ଯୁଦ୍ଧ ପରେ ତଥାକଥିତ ଆଣବିକ ଶକ୍ତି ସମ୍ପନ୍ନ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିପାରିଛି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାକିସ୍ତାନର କୌଣସି ଆଣବିକ ବ୍ଲାକମେଲକୁ ଭାରତ ସହ୍ୟ କରିିବ ନାହିଁ । ତେବେ ଏପ୍ରକାର ଆଣବିକ ବ୍ଲାକମେଲ ଛାୟାରେ ପାକିସ୍ତାନରେ କାମ କରୁଥିବା ବିଭିନ୍ନ ଆତଙ୍କୀ ଆଡ୍ଡାକୁ ଭାରତ ପ୍ରତିହତ କରିବ । ପାକିସ୍ତାନର ବିଭିନ୍ନ ଏୟାରବେସ ସମେତ ନିର୍ଦ୍ଦିଷ୍ଟ ଆତଙ୍କୀ ଆଡ୍ଡାରେ ଭାରତର ହମଲା ପ୍ରଧାନମନ୍ତ୍ରୀ ଏପ୍ରକାର ଦୃଢୋକ୍ତିକୁ ପ୍ରମାଣିତ କରୁଛି ।

ସୀମାପାର ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ଅପରେସନ ସିନ୍ଦୂରର ଉଲ୍ଲେଖନୀୟ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆଧୁନିକ କାଳର ଯୁଦ୍ଧ ସମୟରେ ମରୁଭୂମି ଓ ପାର୍ବତ୍ୟାଂଚଳରେ ଭାରତ ପକ୍ଷରୁ ଉଚିତ ଜବାବ ଦିଆଯାଇ ଦେଶର ସାମରିକ ଶକ୍ତିକୁ ପ୍ରତିପାଦିତ କରାଯାଇଛି । ଏପ୍ରକାର ଯୁଦ୍ଧ ସମୟରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରଗୁଡିକର ଶକ୍ତି ପ୍ରଦର୍ଶିତ ହୋଇଛି । ଏକବିଂଶ ଶତାବ୍ଦୀର ଯୁଦ୍ଧ ସମୟରେ ଭାରତରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆକାଶତୀର ଓ ଏସ-୪୦୦ ମିସାଇଲ ପ୍ରତିହତ କରିପାରିଛି ।

ଆକାଶରେ ଯୁଦ୍ଧ କରିବା ଛଡା ମିଛ ଖବରକୁ ନେଇ ଭାରତ ଲଢିଥିଲା

ପାକିସ୍ତାନ ବିପକ୍ଷରେ ଲଢିବା ନେଇ ଯେତେବେଳେ ଭାରତ ପକ୍ଷରୁ ବିଶ୍ୱ ସମୁଦାୟକୁ ସୂଚିତ କରାଗଲା ସେବେ ଭାରତର ବିଜୟ ନେଇ ବୁଝିବାକୁ ବିଶ୍ୱ ସମୁଦାୟ ବାଧ୍ୟ ହେଲେ । ଶତ୍ରୁ ପକ୍ଷର ଡ୍ରୋନ ବା ମିସାଇଲ ଠାବ କରି ତାକୁ ଧ୍ୱଂସ କରିବାକୁ ଭାରତର ପରାକାଷ୍ଠା ସାରା ବିଶ୍ୱ ଦେଖିବାକୁ ପାଇଲା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତୀୟ ନାଭିଗେସନ ସିଷ୍ଟମ ଦ୍ୱାରା ଶତ୍ରୁ ପକ୍ଷର ଡ୍ରୋନ ଠାବ କରାଯାଇ ବିଭିନ୍ନ ସ୍ଥାନରୁ ଇଂଟରସେପ୍ଟର ଦ୍ୱାରା ଶତ୍ରୁ ପକ୍ଷର ଯୋଜନାକୁ ପଣ୍ଡ କରାଗଲା । ଶତ୍ରୁ ପକ୍ଷର ଏୟାର ଡିଫେନ୍ସକୁ ଲକ୍ଷ୍ୟ କରି ନିର୍ଦ୍ଦିଷ୍ଟ ଭାବରେ ଲକ୍ଷ୍ୟ ଭେଦ କରି ସେଗୁଡିକୁ ଭାରତ ଧ୍ୱଂସ କରପାରିଛି । ମେ ୯ ଓ ମେ ୧୦ ଭିତରେ କରାଯାଇଥିବା ଏହି କାର୍ଯ୍ୟକୁ ପରବର୍ତୀ ସମୟରେ ସାରା ବିଶ୍ୱ ଜାଣିବାକୁ ପାଇଛି ।

ପାକିସ୍ତାନର କରାଚିଠାରୁ ମାତ୍ର ୧୦୦ ମାଇଲ ଦୂରରେ ଅବସ୍ଥିତ ଭୋଲାରି ଏୟାରବେସ ଉପରେ ଭାରତ ପକ୍ଷରୁ ମିସାଇଲ ମାଡ କରାଯାଇ ଏହାକୁ ଧ୍ୱଂସ କରାଯାଇଥିଲା । ପାକିସ୍ତାନୀ ସେନା ମୁଖ୍ୟାଳୟ ଓ ପାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଖୁବ କମ ଦୂରରେ ଅବସ୍ଥିତ ନୁର ଖାନ ଏୟାରବେସ ଉପରେ ବି ସେହି ରାତିରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନର ଆଣବିକ ଶକ୍ତି କେନ୍ଦ୍ରକୁ ଜଗୁଥିବା ୟୁନିଟ ପାଖରେ ହିଁ ନୁର ଖାନ ଏୟାରବେସ ଅବସ୍ଥିତ । ଏପ୍ରକାର ବିଜୟ ପରେ ପାକିସ୍ତାନ ପକ୍ଷରୁ କୁହାଯାଉଥିବା ପରମାଣୁ ବ୍ଲାକମେଲିଂକୁ ନେଇ ଭାରତ ପକ୍ଷରୁ ଜବାବ ରଖାଗଲା । ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ବରଦାସ୍ତ କରାଯିବ ନାହିଁ ଓ ଶତ୍ରୁ ପକ୍ଷର ସମସ୍ତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ରହିମ ୟାର ଖାନ ଏୟାରବେସର ରନବେ କାମ କରୁନଥିବା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ପରେ ପାକିସ୍ତାନର କିଛି ପ୍ରମୁଖ ଏୟାରବେସ ଉପରେ ଭାରତ ପକ୍ଷରୁ ହମଲା କରାଯାଇଥିବା କୁହାଯାଇଥିଲା । ପାକିସ୍ତାନ ପଞ୍ଜାବ ପ୍ରୋଭିନ୍ସର ସରଗୋଧା ଏୟାରବେସର ଦୁଇ ସେକ୍ସନ ରନବେକୁ ନଷ୍ଟ କରାଯାଇଥିବା ଭାରତୀୟ ମିଲିଟାରୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଅପରପକ୍ଷରେ ଭାରତର ଦୁଇ ଡଜନ ସାମରିକ ସ୍ଥାନ ଉପରେ ପାକିସ୍ତାନ ପକ୍ଷରୁ ହମଲା କରାଯାଇଥିବା କୁହାଯାଇଥିଲା ଯାହାର କିଛି ବି ଠୋସ ପ୍ରମାଣ ନାହିଁ । ଏପରିକି ନିଜେ ପ୍ରଧାନମନ୍ତ୍ରୀ ଆଦାମପୁର ବେସ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରି ଏପରି କିଛି ହୋଇନାହିଁ ବୋଲି ସୂଚନା ଦେଇଥିଲେ । ସାରା ବିଶ୍ୱର ଗ୍ଲୋବାଲ ଡିଫେନ୍ସ ଏକ୍ସପର୍ଟ ଓ ମିଡିଆକୁ ପାକିସ୍ତାନର ଏପରି ଅଭ୍ୟାସଗତ ମିଛ ସମ୍ବାଦ କଥା ପ୍ରଧାନମନ୍ତ୍ରୀ ପରେ କହିଥିଲେ ।

ଅର୍ଦ୍ଧ ଶତାବ୍ଦୀ ଭିତରେ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ଭିତରେ ଏହି ଚାରି ଦିନିଆ ବିବାଦ ସବୁଠାରୁ ଅଧିକ ଲମ୍ବା ଯୁଦ୍ଧ ଥିଲା । ଆଧୁନିକ କାଳରେ ଏହି ଯୁଦ୍ଧ ବେଳେ ଉଭୟ ଦେଶ ଶହ ଶହ ଡ୍ରୋନ ଓ ମିସାଇଲ ବ୍ୟବହାର କରିଥିଲେ । ପ୍ରଥମ ତିନି ଦିନରେ ଭାରତ ପକ୍ଷରୁ ପାକିସ୍ତାନର ବହୁତ କ୍ଷତି କରାଯାଇଥିଲା । ପାକିସ୍ତାନ ସହ କଥାବାର୍ତା ହେଲେ ଆତଙ୍କବାଦ ଓ ପିଓକେ ଉପରେ କରାଯିବ ବୋଲି ନିଜ ଅଭିଭାଷଣରେ ବିଶ୍ୱ ସମୁଦାୟକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର ଆକ୍ରମଣ ପରେ ପାକିସ୍ତାନ ଖସି ଯିବାକୁ ବାଟ ଖୋଜିଲା । ଉତେଜନା ହ୍ରାସ ପାଇଁ ପାକିସ୍ତାନ ବିଶ୍ୱ ସମୁଦାୟକୁ କହିବା ଆରମ୍ଭ କଲା । ପ୍ରଭୂତ କ୍ଷତି ସହିବା ପରେ ପାକିସ୍ତାନ ସେନା ପକ୍ଷରୁ ଆମ ଡିଜିଏମଓଙ୍କ ସହ ମେ ୧୦ ଅପରାହ୍ଣରେ ହଟଲାଇନ ମାଧ୍ୟମରେ କଥାବାର୍ତା ହେଲା । ସେତେବେଳକୁ ପାକିସ୍ତାନର ବହୁ ଆତଙ୍କୀ ଭିତିଭୂମିକୁ ଭାରତ ପକ୍ଷରୁ ନଷ୍ଟ କରାଯାଇଥିଲା । ଆତଙ୍କବାଦୀମାନେ ସେତେବେଳକୁ ନିପାତ ହୋଇ ସାରିଥିଲେ । ପାକିସ୍ତାନ ଛାତିରେ ରହିଥିବା ବିଭିନ୍ନ କ୍ୟାମ୍ପକୁ ଭାରତ ପକ୍ଷରୁ ନଷ୍ଟ କରାଯାଇଥିଲା । ତେଣୁ ଯେତେବେଳେ କୌଣସି ଆତଙ୍କୀ କାର୍ଯ୍ୟକଳାପ କିମ୍ବା ସେନା କାର୍ଯ୍ୟାନୁଷ୍ଠାନ କରିବାକୁ ପାକିସ୍ତାନ ପକ୍ଷରୁ ମନା କରାଗଲା ସେବେ ଭାରତ ପକ୍ଷରୁ ଏହା ବିଚାର କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶାନ୍ତିର ମାର୍ଗ ଶକ୍ତିର ବାଟ ଦେଇ ଗତି କରିଥାଏ । ଶାନ୍ତି ଓ ସମୃଦ୍ଧି ଆଡକୁ ମନୁଷ୍ୟ ସମାଜ ଆଗେଇବା ଉଚିତ । ପ୍ରତି ଭାରତୀୟ ଶାନ୍ତିରେ ସହବସ୍ଥାନ କରି ବିକଶିତ ଭାରତର ସ୍ୱପ୍ନ ଦେଖିବା ଉଚିତ । ଏଥିପାଇଁ ସବୁଠାରୁ ଶକ୍ତିଶାଳୀ ହେବାକୁ ଭାରତ ଉଦ୍ୟମ କରିବା ଉଚିତ । ଯେବେ ଆବଶ୍ୟକ ସେବେ ଭାରତ ଏହାର ଶକ୍ତି ବି ପ୍ରଦର୍ଶନ କରିବା ଉଚିତ । ଆତଙ୍କବାଦ ଓ କଥାବାର୍ତା ଏକାସହ ଚାଲି ପାରିବ ନାହିଁ ବୋଲି ବିଶ୍ୱ ସମୁଦାୟକୁ ଭାରତ କହିସାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଚାରି ଦିନିଆ ଯୁଦ୍ଧ ପରେ ଏବେ ସୀମାରେ ସାଧାରଣ ଲୋକେ ଶାନ୍ତିରେ ଓ ସ୍ୱାଭାବିକ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଏହି ବିବାଦ ପରେ ଭାରତୀୟ ସଶସ୍ତ୍ର ସେନା ଆତ୍ମରକ୍ଷା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଛି । ଆଗାମୀ ଦିନରେ କୌଣସି ଆଣବିକ ବ୍ଲାକମେଲିଂକୁ ଭାରତ ସହ୍ୟ କରିବ ନାହିଁ ବୋଲି ଏହାରି ଭିତରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଏହି ଚାରି ଦିନିଆ ଭାରତ-ପାକ ବିବାଦରୁ ସାରା ବିଶ୍ୱ ଅନେକ କିଛି ଶିଖିବାକୁ ପାଇଛି । ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଫଳରେ ଆକାଶ, ଇଲେକ୍ଟ୍ରୋନିକ୍ସ ଓ ଏଆଇ ବ୍ୟବହାର ନେଇ ଭାରତ ଖୁବ ଆଗେଇ ପାରିଥିବା ଜାଣିବାକୁ ମିଳିଛି । ସ୍ୱଦେଶୀ ନାଭିଗେସନ ସିଷ୍ଟମ, ଏୟାର ଡିଫେନ୍ସ ଦକ୍ଷତା, ଶତ୍ରୁ ଶିବିରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ ପରି ଅନେକ ବୈଶିଷ୍ଟ୍ୟରେ ଭାରତୀୟ ସେନା ଏବେ ଋଦ୍ଧିମନ୍ତ । ରାଡାର ମାଧ୍ୟମରେ ଆକାଶରେ ଶତ୍ରୁ ପକ୍ଷର ଡ୍ରୋନ ଠାବ, ଏଆଇ ଟେକ୍ନୋଲଜି ମାଧ୍ୟମରେ ଜଳ, ସ୍ଥଳ, ଆକାଶରୁ ଲକ୍ଷ୍ୟଭେଦ ପରି ବିଭିନ୍ନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ସାରା ବିଶ୍ୱରେ ପ୍ରଶଂସାଭାଜକ ହୋଇପାରିଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଧୀନରେ ସ୍ୱଦେଶୀ ଜ୍ଞାନ କୌଶଳ ଏବେ ସାରା ବିଶ୍ୱରେ ଚହଳ ପକାଇଛି ।

ଅପରେସନ ସିନ୍ଦୁର ଭାରତ ପାକିସ୍ଥାନ ଟେନସନ ଭାରତ-ପାକିସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.