Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ୩୦% ପିସି ସରକାର ଚାଲିଛି, କୁବେର ମୁଖ୍ୟଯନ୍ତ୍ରୀଙ୍କ ପଛରେ କିଏ ବୋଲି ପ୍ରଶ୍ନ କଲା କଂଗ୍ରେସ
ଜାତୀୟ ଖବର

ଓଡ଼ିଶାରେ ୩୦% ପିସି ସରକାର ଚାଲିଛି, କୁବେର ମୁଖ୍ୟଯନ୍ତ୍ରୀଙ୍କ ପଛରେ କିଏ ବୋଲି ପ୍ରଶ୍ନ କଲା କଂଗ୍ରେସ

June 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
congress
ଓଡ଼ିଶାରେ ୩୦% ପିସି ସରକାର ଚାଲିଛି, କୁବେର ମୁଖ୍ୟଯନ୍ତ୍ରୀଙ୍କ ପଛରେ କିଏ ବୋଲି ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ୱର: ଦୁଇଦିନ ତଳେ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ଦୁଇକୋଟି ୫୭ ଲକ୍ଷ ୨୯ ହଜାରୁ ଅଧିକ ଟଙ୍କା ଠାବ କରିବା ସହିତ ୧୫ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ଆକଳନ ହୋଇଥିବାର ସୂଚନା ଦେଇଛନ୍ତି ।

ଏହାକୁ ନେଇ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏ ସରକାରକୁ ବର୍ଷେ ହେବାକୁ ଆଉ ଅଳ୍ପ ଦିନ ବାକିଅଛି। ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଖୋଲମଖୁଲା ଦୁର୍ନୀତି କରିବାରେ ଲାଗିପଡ଼ିଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗି। ଖାଲି ଏହି ବାବୁ ଜଣଙ୍କ ନୁହଁନ୍ତି । ପ୍ରତିଦିନ ଜନସାଧାରଣ ଯେଉଁ ସରକାରୀ ଅଫିସକୁ ଯିବେ ବଟି ନଦେଲେ କାମନାହିଁ ବୋଲି ସେ କହିଛନ୍ତି।

ଦେବାଶିଷ ଆହୁରି କହିଛନ୍ତି ଯେ, ସରକାର ଆସିବା ପୂର୍ବରୁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ସରକାର ହେବ ଏବଂ ଦୁର୍ନୀତିମୁକ୍ତ ସରକାର ହେବ। କିନ୍ତୁ ଏବେ ଓଡିଶାରେ ଦୁର୍ନୀତିଯୁକ୍ତ ଏକ ସରକାର ଚାଲିଛି ଯାହାର ଏକମାତ୍ର କାମ ହେଉଛି ଓଡ଼ିଆ ଲୋକଙ୍କ ଶୋଷଣ କରିବା, ଓଡ଼ିଶାକୁ ଲୁଟ କରିବା । କେନ୍ଦ୍ରୀୟ ସ୍ତରରେ ସରକାରୀ ବାବୁମାନେ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି । ନରେନ୍ଦ୍ର ମୋଦି ଯେଉଁ ଇଡିର କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି ସେହି ଇଡି କାର୍ଯ୍ୟାଳୟର ଜଣେ ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୨୦ ଲକ୍ଷ ଟଙ୍କା ଖଣି ଦୁର୍ନୀତି ମାମଲାର ରଫା ଦଫା କରିବା ପାଇଁ ବଟି ନେଉଥିବା ସମୟରେ ସିବିଆଇ ଦ୍ବାରା ଗିରଫ ହୋଇଛି। ଡବଲ ଇଞ୍ଜିନ ସରକାରରେ ଡବଲ ଦୁର୍ନୀତି ବୋଲି ଦେବାଶିଷ କହିଛନ୍ତି।

ସେହିପରି ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ଯେ, ବର୍ଷ ବର୍ଷ ଧରି ଦୁର୍ନୀତି କରୁଥିବା ଅଧୁକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆ ସରକାର ପ୍ରଥମ ଦିନର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଥମ ବର୍ଷ କାର୍ଯ୍ୟକାଳ ସରିବା ଉପରେ ଦୁର୍ନୀତିଗ୍ରସ୍ତଙ୍କ ଚିଠା ଗଲା କୁଆଡ଼େ ? ନା ସେମାନଙ୍କ ପାଖରୁ ମୋଟା ଅଙ୍କର ପାଣ୍ଠି ଦଳ ପାଇଁ ସଂଗ୍ରହ କରିବା ସହିତ ବିଭାଗୀୟ ମନ୍ତ୍ରୀ ଓ ଶାସନମୁଖ୍ୟଙ୍କ ଭିତରେ ବାଂଟ ହୋଇଗଲାକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଦୁର୍ନୀତି କରି କୋଟି କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି କେବଳ ଚାକିରୀ କାଳର ଶେଷଦିନରେ ହିଁ ଧରାପଡ଼ୁଛି ବାକିତକ ଦିନ ସରକାର ଓ ଭିଜିଲାନ୍ସ ବିଭାଗ କ’ଣ ଘୁଙ୍ଗୁଡ଼ି ମାରୁଛନ୍ତି ବୋଲି ସେ ପରିହାସ କରି କହିଛନ୍ତି। ଏ ସରକାର ଦୁର୍ନୀତି କରୁଥିବା ବ୍ୟକ୍ତିମାନଙ୍କୁ ନିଜ ବେକରେ ମାଳା କରି ପିନ୍ଧୁଛନ୍ତି । କାରଣ ଏମାନଙ୍କୁ କୋଟି କୋଟି ଟଙ୍କାର ଚାନ୍ଦାର ଆବଶ୍ୟକ‌ତା ଅଛି। ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ଏମାନଙ୍କ ଏଜେଣ୍ଡାରେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ରାଜନୈତିକ ସଚିବ ସୁଧାଂଶୁ ଦେଓ ଉପସ୍ଥିତ ଥିଲେ ।

Congress କଂଗ୍ରେସ ଦେବାଶିଷ ପଟ୍ଟନାୟକ ଦେବାଶିଷ ପଟ୍ଟନାୟକ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026

ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ

January 17, 2026

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026
Latest News

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026

ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ

January 17, 2026

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026

ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.