Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିମାପଡା ବିଜେପି ରାଜନୀତି ସରଗରମ, ପୂର୍ବତନ ମନ୍ତ୍ରୀ ସମୀର ଦାସ ବନାମ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା
ଜାତୀୟ ଖବର

ନିମାପଡା ବିଜେପି ରାଜନୀତି ସରଗରମ, ପୂର୍ବତନ ମନ୍ତ୍ରୀ ସମୀର ଦାସ ବନାମ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

June 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nimapada
ନିମାପଡା ବିଜେପି ରାଜନୀତି ସରଗରମ, ପୂର୍ବତନ ମନ୍ତ୍ରୀ ସମୀର ଦାସ ବନାମ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ଭୁବନେଶ୍ବର: ବର୍ତ୍ତମାନ ନିମାପଡା ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଏହି ନିର୍ବାଚନ ମଣ୍ଡଳିରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦାସ। ଉଭୟ ବିଜେପି ଦଳର। ହେଲେ ନିର୍ବାଚନ ପର ଉଭୟଙ୍କ ମଧ୍ୟରେ ଭଲ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଭିତରେ ଭତିରେ ଥିଲା ହେଲେ ଏବେ ଫୁଟି ପଦାକୁ ବାହାରିଲାଣି।

କିଛିଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ କାର୍ଯ୍ୟକ୍ରମ କରିଥିଲେ। ଯାହାର ନାମ ଥିଲା ଉତ୍କର୍ଷ ନିମାପଡା। ଏଥିରେ ନିମାପଡାର କଣ କଣ ଉନ୍ନତି ହୋଇଛି ତାହାର ଏକ ଆଲୋଚନା ତଥା ତାଲିକା ଲୋକଙ୍କୁ ଦିଆଯାଇଛି। ଯାହାକୁ ନେଇ ସମୀର ଦାସ ଖପ୍ପା ହୋଇଉଠିଛନ୍ତି। ସେ କହିଛନ୍ତି ବର୍ଷେ ହେଲା ନିମାପଡାରେ ମାଟି ମୁଠାଟିଏ ପଡି ନାହିଁ।

ସମୀର ଆହୁରି କହିଛନ୍ତି ଯେ, ବିଗତ ଦିନରେ ମୁଁ ନିମାପଡାର ଉନ୍ନତି ପାଇଁ ବହୁ ଚେଷ୍ଠା କରିଛି। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଯାହା ହିସାବ ଦେଉଛନ୍ତି ତାହା ପୂର୍ବ ସରକାରର ଟଙ୍କା। ତାହାକୁ ନେଇ ସମସ୍ତଙ୍କ ଆଗରେ ଉପସ୍ଥାପିତ କରିବା କିଛି ଲାଭ ନାହିଁ। ମୁଁ ବିଜେପିର ଯୋଗଦେବା ପରେ ନିମାପଡାର ବହୁତ କିଛି ଉନ୍ନତି ହେବ ବୋଲି ଆଶା କରିଥିଲି ହେଲେ ତାହା ହେଲା ନାହିଁ ବୋଲି ସମୀର କହିଛନ୍ତି।

ଏହାର ଯବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ନିମାପଡାରେ କଣ କାମ ହୋଇଛି ତାହା ଲୋକେ କହିବେ। ତେବେ ମୋ ଠାରୁ ବହୁତ ଆଶା କରିବା ଭଲ କଥା। ଘରର ବରିଷ୍ଠ ଲୋକ ଏପରି ଆଶା ରଖିବା କିଛି ଖରାପ ନୁହେଁ ବୋଲି ପ୍ରଭାତି କହିଛନ୍ତି।

ତେବେ ସମୀର ଓ ପ୍ରଭାତିଙ୍କ ମଧ୍ୟରେ ଏପରି କଥା କଟାକଟିକୁ ନେଇ ସେଠାକାର ରାଜନୀତି ବେଶ ସରଗରମ ହୋଇଯାଇଛି। ଏପରିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏହାକୁ ନେଇ ଟୁପୁରଟାପର ଆରମ୍ଭ ହୋଇଯାଇଛି। ଉଭୟଙ୍କ ମଧ୍ୟରେ କିପରି ସମନ୍ବୟ ରଖାଯିବ ସେ ନେଇ କୁଆଡେ ଉଚ୍ଚ ସ୍ତରୀୟ ନେତା ଉଦ୍ୟମ ଆରମ୍ଭ କରିଛନ୍ତି।

ପ୍ରଭାତି ପରିଡା ସମୀର ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Latest News

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.