Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାନ୍ୟତା ହରାଇବେ 345ଟି ରାଜନୈତିକ ଦଳ, ନିର୍ବାଚନ କମିଶନରଙ୍କ କଡା ନୋଟିସ, ଓଡିଶାରୁ ପାଞ୍ଚ
ଜାତୀୟ ଖବର

ମାନ୍ୟତା ହରାଇବେ 345ଟି ରାଜନୈତିକ ଦଳ, ନିର୍ବାଚନ କମିଶନରଙ୍କ କଡା ନୋଟିସ, ଓଡିଶାରୁ ପାଞ୍ଚ

July 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ElectionCommi
ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

ନୂଆଦିଲ୍ଲୀ: ନିର୍ବାଚନ କମିଶନର ବର୍ତ୍ତମାନ କଡା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଦେଶରେ ବିଭିନ୍ନ ରାଜନୈତିକ ଦଳ କମିଶନରଙ୍କ ମାନ୍ୟତା ହାସଲ କରି ନିର୍ବାଚନରେ ଅଂଶ ଗ୍ରହଣ କରିଥାନ୍ତି। ହେଲେ ବିଗତ ଦୀର୍ଘ ବର୍ଷ ଧରି ଦେଶରେ ବହୁ ରାଜନୈତିକ ଦଳ କମିଶନରଙ୍କ ମାନ୍ୟତା ହାସଲ କରିଥିଲେ ମଧ୍ୟ ନିର୍ବାଚନରେ ଭାଗ ନେଉ ନାହାଁନ୍ତି। ଏହିପରି ଦେଶରେ 345ଟି ରେଜିଷ୍ଟ୍ରେଡ ରାଜନୈତିକ ଦଳକୁ ଇସିଆଇ ଚିହ୍ନଟ କରିଛି।

ନିୟମ ଅନୁସାରେ ଯେଉଁ ଦଳ ନିର୍ବାଚନରେ ଭାଗ ନେବ ସେମାନେ ଇସିଆଇ ବା ଇଲେକ୍ସନ କମିଶନର ଅଫ ଇଣ୍ଡିଆକୁ ଆବେଦନ କରିବେ। କାଗଜ ପତ୍ର ଯାଞ୍ଚ ପରେ ସେହି ଦଳକୁ ଏକ ରାଜନୈତିକ ଦଳ ଭାବେ ମାନ୍ୟତା ପ୍ରଦାନ କରାଯିବ। ସେମାନଙ୍କୁ ଏକ ଚିହ୍ନ ସହିତ ସରକାରୀ ଗଣମାଧ୍ୟମରେ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ହେଲେ ସେହି ଦଳ ନିୟମିତ ନିର୍ବାଚନରେ ଭାଗ ନେବାର ଆବଶ୍ୟକତା ରହିଛି।

ହେଲେ ଦେଖାଯାଇଛି ଯେ, ଦେଶରେ 345ଟି ଏପରି ରାଜନୈତିକ ଦଳ ରହିଛି ଯେଉଁମାନେ ବିଗତ ବହୁ ନିର୍ବାଚନରେ ଭାଗ ନେଇ ନାହାଁନ୍ତି। ସେହି ରାଜନୈତିକ ଦଳଗୁଡିକ ମାନ୍ୟତା ବା ପଂଜିକରଣ ତାଲିକାରୁ ବାଦ ଦେବା ପାଇଁ ନିର୍ବାଚନ କମିଶନର ନିଷ୍ପତି ଗ୍ରହଣ କରିଛି। ଫଳରେ ସେମାନଙ୍କୁ ସଂପୃକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ କାରଣ ଦର୍ଶା ନୋଟିସ ଜାରୀ କରାଯାଇଛି। ସେମାନଙ୍କ ପକ୍ଷ ରଖିବା ପରେ ଏହିସବୁ ରାଜନୈତିକ ଦଳର ମାନ୍ୟତା କାଟି ଦିଆଯିବ।

ଏ ନେଇ ଓଡିଶାର ତିନିଟି ରାଜନୈତିକ ଦଳର ପଂଜିକରଣ ବାତିଲ ହେବ ବୋଲି ନୋଟିସ ଜାରୀ କରାଯାଇଛି। ସେଗୁଡିକ ହେଲା ଉତ୍କଳ ଭାରତ, ସୋସିଆଲିଷ୍ଟ ୱାର୍କସ ପାର୍ଟି, ପିପୁଲସ ପାର୍ଟି ଅଫ ଇଣ୍ଡିଆ( ସିକ୍ୟୁଲାର), ଓଡିଶା ସୋସିଆଲିଷ୍ଟ ପାର୍ଟି ଏବଂ ବୀର ଓଡିଆ ପାର୍ଟି। ଏହି ଦଳଗୁଡିକୁ ନୋଟିସ ଜାରୀ କରି କୁହାଯାଇଛି ଯେ, ଆପଣଙ୍କ ଦଳ ବିଗତ ଛଅ ବର୍ଷ ଧରି କୌଣସି ନିର୍ବାଚନରେ ଭାଗ ନେଇ ନାହଁ। ସେଥିପାଇଁ କାହିଁକି ଆପଣ ଦଳର ପଂଜିକରଣ ବାତିଲ ନ କରାଯିବ ତାହାର ପକ୍ଷ ରଖିବା ପାଇଁ କୁହାଯାଇଛି।

ଏହି ନୋଟିସରେ ଆସନ୍ତା 18 ତାରିଖ ସୁଦ୍ଧା ଲିଖିତ ଭାବେ ଜଣାଇବା ପାଇଁ କୁହାଯାଇଛି। ସେହିପରି ଆସନ୍ତା 21 ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ନୋଟିସରେ ତାରିଖ ପ୍ରଦାନ କରାଯାଇଛି। ଏହି ତାରିଖରେ ଭୁବନେଶ୍ବରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦିନ 11ଟା ବେଳେ ହାଜର ହେବା ପାଇଁ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଯଦି ଏହି ନିର୍ଦ୍ଧାରିତ ସମୟରେ ହାଜର ନ ହେଲେ ସେମାନଙ୍କ ଦଳର ପଂଜିକରଣ ବାତିଲ କରିଦିଆଯିବ।

election commision of india ନିର୍ବାଚନ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.