Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଭୁବନେଶ୍ବର ଆସୁଛନ୍ତି ରାହୁଳ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ, ଓଡିଶାରେ ପଡିବ କି ପ୍ରଭାବ ???
ଜାତୀୟ ଖବର

ଆଜି ଭୁବନେଶ୍ବର ଆସୁଛନ୍ତି ରାହୁଳ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ, ଓଡିଶାରେ ପଡିବ କି ପ୍ରଭାବ ???

July 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RahulGandhi
ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଳ ଗାନ୍ଧୀ। ତାଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସୁଛନ୍ତି। ସେମାନେ ଭୁବନେଶ୍ବରର ବରମୁଣ୍ଡା ପଡିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନରେ ଯୋଗଦେବେ। ସେଥିପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ରାହୁଳଙ୍କ ଗସ୍ତ କିପରି ରାଜ୍ୟରେ ପ୍ରଭାବ ପକାଇବ ସେ ନେଇ ରାଜ୍ୟ ସଭାପତି ଭକ୍ତ ଦାସ ବେଶ ସଜାଗ ହୋଇଛନ୍ତି।

ଆଜି ରାହୁଳ ଏବଂ ଖଡଗେ ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ। ବିମାନ ବନ୍ଦର ରୁ ସିଧା ବରମୁଣ୍ଡା ପଡିଆ ଯିବେ। ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କ ସ୍ୱାଗତ ପାଇଁ ରହିବେ କଂଗ୍ରେସ କର୍ମୀ। ମଧ୍ୟାହ୍ନ ୧୨ଟାରେ ସଭାରେ ଯୋଗ ଦେବେ। ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଉଭୟ ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ଏକ ବଡ଼ ବୈଠକରେ ଯୋଗଦେବେ। ପ୍ରଥମେ ପଲିଟିକାଲ ଆଫାୟର୍ସ କମିଟି ସହ ବୈଠକ କରିବେ ରାହୁଲ ଓ ଏଆଇସିସି ସଭାପତି। ଏହା ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ହେବ ଆଲୋଚନା। ସନ୍ଧ୍ୟା ୫ଟାରେ ଉଭୟ ଦିଲ୍ଲୀ ଫେରିଯିବେ।

ଭକ୍ତ ଦାସ ସଭାପତି ହେବା ପରେ ରାହୁଳଙ୍କ ପ୍ରଥମ ଓଡିଶା ଗସ୍ତ

ଭକ୍ତ ଦାସ ପ୍ରଦେଶ କଂଗ୍ରେସର ସଭାପତି ହେବା ପରେ ରାହୁଳ ଏବଂ ଖଡେଗଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଏହା ପୂର୍ବରୁ ରାହୁଳ ବିଧାନସଭା ନିର୍ବାଚନ ପ୍ରଚାରରେ ଓଡିଶା ଆସିଥିଲେ। ତେବେ ରାହୁଳଙ୍କ ଏହି ଗସ୍ତକୁ ପୁରା ସଫଳ କରିବାରେ ସଭାପତି ଭକ୍ତ ଦାସ ଏବଂ ତାଙ୍କର ଟିମ ପୁରା ଦମରେ ଲାଗିପଡିଛନ୍ତି। ବାରମ୍ବାର ବୈଠକ କରିବା ସହିତ ବିଭିନ୍ନ କମିଟ ଗଠନ କରି ସେ ନିଜର ଦୃଢ ନେତୃତ୍ବକୁ ପ୍ରତିପାଦ କରିବାରେ ଲାଗିଛନ୍ତି।

ଭକ୍ତ ଏବଂ ରାହୁଳ ଗାନ୍ଧୀଙ୍କ ସଂପର୍କ ବେଶ ଭଲ। ସେ ଗତ ନିର୍ବାଚନ ପୂର୍ବରୁ ସଭାପତି ହେବା କଥା, ହେଲେ କଂଗ୍ରେସର ଅନ୍ତଃକନ୍ଦଳ ତାଙ୍କୁ ଏଥିରୁ ଦୂରେଇ ଦେଲା। ବର୍ତ୍ତମାନ ତାଙ୍କର ଭାଗ୍ୟ ଉଦୟ ହୋଇଛି ସେ କଂଗ୍ରେସର ମୁଖିଆ ହୋଇ ନିଜର ପାରାକାଷ୍ଠା ଦେଖାଇବାରେ ଲାଗିଛନ୍ତି।

ରାହୁଳ ଗାନ୍ଧୀଙ୍କ ଗସ୍ତର ପ୍ରଭାବ ଓଡିଶାରେ ପଡିବ କି ?

ରାହୁଳ ଗାନ୍ଧୀଙ୍କ ଗସ୍ତର ପ୍ରଭାବ ଓଡିଶାରେ ପଡିବ କି ନାହିଁ, ଯଦି ପଡିବ ତେବେ ତାହା କେତେ ମାତ୍ରାରେ ସେ ନେଇ ଆରମ୍ଭ ହେଲାଣି ଆକଳନ। ପ୍ରକୃତରେ ଦେଖିବାକୁ ଗଲେ ବର୍ତ୍ତମାନ ଓଡିଶାରେ ଭକ୍ତଙ୍କ ନେତୃତ୍ବରେ କଂଗ୍ରେସ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛି। ସଭାପତି ହେବା ପରେ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ହେଉ କିମ୍ବା ବିଧାନସଭା ଘେରାଉ, ସବୁଥିରେ ଭକ୍ତ ସଫଳତା ଅର୍ଜ୍ଜନ କରିଛନ୍ତି।

ନିଷ୍କ୍ରିୟ ହୋଇପଡିଥିବା କଂଗ୍ରେସ ବର୍ତ୍ତମାନ ବେଶ ଆଗରେ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି ପରିସ୍ଥିତିରେ ରାହୁଳ ଗାନ୍ଧୀଙ୍କ ଗସ୍ତ ତାଙ୍କୁ ଆଗକୁ ଯିବା ପାଇଁ ବେଶ ବଳ ଯୋଗାଇବ ଏଥିରେ ସନ୍ଦେହ ନାହିଁ। ଲୋକମାନେ ଯେପରି କଂଗ୍ରେସ ପ୍ରତି ଆଗ୍ରହୀ ହେବାରେ ଲାଗିଛନ୍ତି ଏଥିରେ ରାହୁଳ ଗାନ୍ଧୀଙ୍କ ପ୍ରଭାବ ନିଶ୍ଚିତ ପଡିବ ବୋଲି ଆଶା କରାଯାଉଛି।

rahulgandhi ଓଡିଶା ଗସ୍ତରେ ରାହୁଳ ଗାନ୍ଧୀ ମଲ୍ଲିକାର୍ଜୁନ ଖଡଗେ ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.