Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ସରକାର ହେଉଛନ୍ତି ଆଦାନୀଙ୍କ ସରକାର, ଭୁବନେଶ୍ବରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ
ଜାତୀୟ ଖବର

ଓଡିଶା ସରକାର ହେଉଛନ୍ତି ଆଦାନୀଙ୍କ ସରକାର, ଭୁବନେଶ୍ବରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ

July 11, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
RahulGandhi

ଭୁବନେଶ୍ବର: ଓଡିଶାରେ ଯେଉଁ ସରକାର ଚାଲିଛି ତାହା ଆପଣମାନଙ୍କର ସରକାର ନୁହେଁ। ଏହା ହେଉଛି ଆଦାନୀଙ୍କ ସରକାର। ଉଭୟ ଓଡିଶା ଓ କେନ୍ଦ୍ର ସରକାରଙ୍କୁ ଚଳାଉଛନ୍ତି ଆଦାନୀ। ଏହିପରି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ଭୁବନେଶ୍ବରରେ ଆୟୋଜିକ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ରାହୁଳ ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରାହୁଳ କହିଛନ୍ତି ଯେ, ଓଡିଶା ସରକାର ଚବିଶ ଘଣ୍ଟା କେବଳ ଚୋରୀ କରିବା କାମରେ ଲାଗିଛନ୍ତି। ଓଡିଶାର ସମସ୍ତ ସଂପତ୍ତି ଚୋରୀ କରି କିପରି ଶିଳ୍ପପତିଙ୍କ ହାତରେ ଟେକିଦେବେ ସେହି କାମରେ ଲାଗିଛନ୍ତି। ବିଜେପି ଚାରି ପାଞ୍ଚଟି ଶିଳ୍ପପତିଙ୍କ ହାତରେ ଏହି ଦେଶକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି। ସେହିକାମରେ ଓଡିଶା ସରକାରଙ୍କୁ ମୋଦି ଲଗାଇ ଦେଇଛନ୍ତି। ଫଳରେ ରାଜ୍ୟ ସରକାର କେବଳ 24 ଘଣ୍ଟା ଚୋରୀ କରିବାରେ ଲାଗିଛନ୍ତି।

ନିର୍ବାଚନ ଚୋରୀ କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର

ମୋଦି ସରକାର କେବଳ ସଂପତ୍ତି ଚୋରୀ କରୁ ନାହାଁନ୍ତି, ସେ ନିର୍ବାଚନକୁ ମଧ୍ୟ ଚୋରୀ କରିବାରେ ଲାଗିଛନ୍ତି। ଆଉ ଏହି ଚୋରୀ କରିବାରେ ସାହାଯ୍ୟ କରୁଛନ୍ତି ଭାରତ ନିର୍ବାଚନ କମିଶନ। ଉଭୟ ଭୋଟ ଚୋରୀ କରିବାରେ ବ୍ୟସ୍ତ ରହୁଛନ୍ତି। ଏକ ଉଦାହରଣ ଦେଇ ରାହୁଳ କହିଛନ୍ତି ଯେ, ଗତ ନିର୍ବାଚନରେ ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ରିପୋର୍ଟ ମିଳିଥିଲା। ତାହା ହେଲା ବିଧାନସଭା ଓ ଲୋକସଭା ଭୋଟ ବ୍ୟବଧାନ। ଉଭୟ ନିର୍ବାଚନରେ ଏକ କୋଟି ଭୋଟ ବ୍ୟବଧାନ ମିଳିଥିଲା।

ଏହି ଅଭିଯୋଗ ନିର୍ବାଚନ କମିଶନରଙ୍କୁ କହିବା ପରେ ସେ ଚୁପ ରହିଛନ୍ତି। ସେହିପରି ବର୍ତ୍ତମାନ ବିହାରରେ ମଧ୍ୟ ନିର୍ବାଚନ ଚୋରୀ କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଠା କରୁଛନ୍ତି ବୋଲି ରାହୁଳ କହିଥିଲେ। ସେ ନିକଟରେ ବିହାର ଗସ୍ତରେ ଯାଇଥିବା ବେଳେ ସେଠାରେ ନିର୍ବାଚନ ଚୋରୀ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ହେଲେ ସେଠାରେ ଆମେ କେବେବି ଏହି ଚୋରୀ କରିବାକୁ ଦେବୁ ନାହିଁ ବୋଲି ରାହୁଳ କହିଛନ୍ତି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ଟାର୍ଗେଟ

ରାହୁଳ ଗାନ୍ଧୀ ଭୁବନେଶ୍ବର ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଏହି ଯୋଜନା କରିଛନ୍ତି। ଏଥିରେ ଚାଷୀ ବୀମା କଲେ ପ୍ରାକୃତିକ ଦୁର୍ବିପାକରେ ଫସଲ ନଷ୍ଟ ହେଲେ ବୀମା ଟଙ୍କା ମିଳିବ।

ଏହି ଯୋଜନା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଚାଷୀଙ୍କ ପଇସା ନେଇ ଦେଶର ତିନି ଚାରିଟି ବୀମା କଂପାନୀକୁ ଦିଆଯାଇଛି। ହେଲେ ଚାଷୀର ଫସଲ କ୍ଷତି ହେଲେ କୌଣସି ବୀମା କଂପାନୀ ଚାଷୀଙ୍କୁ ବୀମା ରାଶି ଦେଉ ନାହାଁନ୍ତି। ଏହା ଏକ ବଡ ଘଟାଲା ବୋଲି ରାହୁଳ କହିଥିଲେ। ଆପଣମାନେ ବୀମା ପଇସା ପାଉଛନ୍ତି କି ବୋଲି ସେ ଉପସ୍ଥିତ ଜନତାଙ୍କୁ ପଚାରି ଥିଲେ।

ଆଦିବାସୀ ଓ ମହିଳାଙ୍କ ଉପରେ ନିର୍ଯ୍ୟାତନା ନେଇ ରାହୁଳଙ୍କ ବିସ୍ପୋରଣ

ଓଡିଶାରେ ଆଦିବାସୀ ଓ ମହିଳାଙ୍କ ଉପରେ ଉଭୟ ରାଜ୍ୟ କେନ୍ଦ୍ର ସରକାର କିପରି ନିର୍ଯ୍ୟାତନା ଦେବାରେ ଲାଗିଛନ୍ତି ତାହା ଉପରେ କହିଥିଲେ ରାହୁଳ ଗାନ୍ଧୀ। ସେ କହିଥିଲେ ଯେ, ଆଦିବାସୀଙ୍କ ଜମି ସରକାର ବଡବଡ କଂପାନୀକୁ ବିକ୍ରି କରିବାରେ ଲାଗିଛନ୍ତି। ତା ବଦଳରେ ଚାକିରୀ ଓ କ୍ଷତି ପୂରଣ ଘୋଷଣା କରୁଛନ୍ତି। ହେଲେ କଂପାନୀ ଜମି ନେବା ପରେ ନା ଚାକିରୀ ଦେଉଛି ନା କ୍ଷତି ପୂରଣ।

ସେ କହିଥିଲେ ଯେ, କଂଗ୍ରେସ ଶାସନକୁ ଆସିଲେ ଏହା ଉପରେ ଏକ ସ୍ବତନ୍ତ୍ର ବିଲ ଆଣି ଆଦିବାସୀଙ୍କ ଜମି ତାଙ୍କୁ ଫେରାଇ ଦିଆଯିବ। ସେମାନଙ୍କ ପଟ୍ଟା ସେମାନଙ୍କ ହାତରେ ଧରାଇ ଦିଆଯିବ ବୋଲି ରାହୁଳ କହିଥିଲେ। ଜମି, ଜଳ ଓ ଜଙ୍ଗଲ ହେଉଛି ଆଦିବାସୀଙ୍କର। ତାହା ସେମାନଙ୍କର ଥିଲା ଏବଂ ଏବେ ମଧ୍ୟ ରହିବ ବୋଲି ରାହୁଳ କହିଥିଲେ।

ସେହିପରି ଓଡିଶାର ମହିଳା ନିର୍ଯ୍ୟାତନା ଓ ବଳତ୍କାର ନେଇ ରାହୁଳ ସେହି ସମାବେଶରେ ଗର୍ଜ୍ଜନ କରିଥିଲେ। ସେ କହିଥିଲେ ଯେ, ଓଡିଶାରୁ ବର୍ତ୍ତମାନ 40 ହଜାର ମହିଳା କୁଆଡେ ନିଖୋଜ ହୋଇଯାଇଛନ୍ତି। ସେମାନେ କୁଆଡେ ଯାଇଛନ୍ତି କଣ କରୁଛନ୍ତି ତାହାର ହିସାବ ସରକାରଙ୍କ ପାଖରେ ନାହିଁ। ଓଡିଶାରେ ପ୍ରତିଦିନ 15 ଜଣ ମହିଳା ବଳତ୍କାରର ଶିକାର ହେଉଛନ୍ତି ବୋଲି ରାହୁଳ ଗାନ୍ଧୀ କହିଥିଲେ।

ଭୁବନେଶବର ସମାବେଶରେ ଜାତି ଗଣନା ଉପରେ ଗୁରୁତ୍ବ ଦେଇଛନ୍ତି ରାହୁଳ ଗାନ୍ଧୀ। ଦେଶକୁ ବଦଳାଇବାକୁ ହେଲେ ଜାତି ଗଣନା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏହି ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, କଂଗ୍ରେସ ସାଧାରଣ ସଂପାଦକ ବେଣୁ ଗୋପାଳ, ଓଡିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ସମସ୍ତ କଂଗ୍ରେସ ବିଧାୟକ, ପୂର୍ବତନ ବିଧାୟକ ଓ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ।

 

 

 

rahulgandhi ଓଡିଶାରେ ରାହୁଳ ଗାନ୍ଧୀ ରାହୁଳ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଲଢେଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

January 19, 2026

ମୁମ୍ବାଇର ଓଡ଼ିଶା ଭବନରେ ଓଡ଼ିଆ ସଂସ୍କୃତି, ସୃଜନଶୀଳତା ଏବଂ ସମ୍ପ୍ରଦାୟକୁ ପାଳନ କରୁଛି ମୁଦ୍ରାମୋକ୍ଷ 

January 19, 2026

ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

January 19, 2026

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026
Latest News

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଲଢେଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

January 19, 2026

ମୁମ୍ବାଇର ଓଡ଼ିଶା ଭବନରେ ଓଡ଼ିଆ ସଂସ୍କୃତି, ସୃଜନଶୀଳତା ଏବଂ ସମ୍ପ୍ରଦାୟକୁ ପାଳନ କରୁଛି ମୁଦ୍ରାମୋକ୍ଷ 

January 19, 2026

ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

January 19, 2026

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026

ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.