Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି କମ୍ପିବ ଓଡିଶାର ନିର୍ବାଚନ ପ୍ରଚାର, ମୁହାଁମୁହିଁ ହେବେ ରାହୁଳ ଗାନ୍ଧୀ, ଅମିତ ଶାହ, ଜେପି ନଡ୍ଡା

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ପ୍ରଚାର କମ୍ପମାନ ହେବ। କାରଣ ଆଜି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଓଡିଶା ପ୍ରଚାରରେ ଆସୁଛନ୍ତି। ଫଳରେ ଉଭୟ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ନେତା ଅମିତ ଶାହା ଆସୁଥିବା ବେଳେ ସଂଧ୍ୟାରେ ଆସୁଛନ୍ତି ନଡ୍ଡା।

କଂଗ୍ରେସ କାର୍ଯ୍ୟାଳୟ ଅନୁସାରେ ରାହୁଳ ଆଜି ଦିନ ୧୧ ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ସେ ଏକ ରୋଡ ସୋ କରି ବିଶାଳ ଜନସମାଗମକୁ ଉଦବୋଧନ ଦେବେ। ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

ସେହିପରି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡିଶା ଆସୁଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆଜି ଦିନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧.୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ସେ ସନ୍ଧ୍ୟା ୫ଟା ୩୦ରେ କଟକ ଆସି ଏକ ରୋଡ୍ ସୋ ରେ ଯୋଗଦେବେ।

ସେ ଯିବା ପରେ ସଂଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ। ସେ ଭୁବନେଶ୍ବରରେ ରାତ୍ରୀ ଯାପନ କରିବା ପରେ ସକାଳୁ ବରଗଡ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଶ ସରଗରମ ହେବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ରାୟଗଡା ଜନସମାବେଶରେ ଦେବେ ଯୋଗ

ଭୁବନେଶ୍ବର: ଆଜି ପୁଣିଥରେ ପ୍ରଚାରରେ ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ସେ ରାୟଗଡା ସମାବେଶରେ ଯୋଗ ଦେବେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାହୁଳ ରାୟଗଡାର ବାରିଝୋଲାସ୍ଥିତ ଜିଆଏସଆର ଇଂଜିନିୟରିଂ କଲେଜ ପଡିଆରେ ସେ ଉଦବୋଧନ ଦେବେ।

ରାହୁଳ ଆଜି ସ୍ବତନ୍ତ୍ର ବିମାନରେ ମଧ୍ୟାହ୍ନ 12 ଟା ବେଳେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ରାହୁଳ ସେଠାରେ କୋରାପୁଟ ଏବଂ ନବରଂଗପୁରସ ବ୍ରହ୍ମପୁର ଏବଂ କଳାହାଣ୍ଡିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣି ପ୍ରଚାରରେ ଓଡିଶା ଆସିବେ ରାହୁଳ ଗାନ୍ଧୀ, ଏଥର ରାୟଗଡାରେ କରିବେ ଗର୍ଜ୍ଜନ

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ନିକଟରେ ରାହୁଳ ଓଡିଶା ଆସି ସାଲେପୁର ଜନସମାବେଶରେ ଯୋଗଦେଇଥିଲେ। ଏଥିରେ କଂଗ୍ରେସ ନେତା ଓ କର୍ମି ବେଶ ଉତ୍ସାହିତ ହୋଇପଡିଥିଲେ। ତାହାକୁ ଲକ୍ଷ୍ୟ ରଖି ରାହୁଳଙ୍କ ଓଡିଶା ଗସ୍ତକୁ ପୁଣି ଥରେ ନିର୍ଦ୍ଧାରିତ କରାଯାଇଛି।

କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଅନୁସାରେ ରାହୁଳ ଆସନ୍ତା 3 ତାରିଖରେ ଓଡିଶା ଆସିବେ। ସେ ଏଥର ରାୟଗଡା ସମାବେଶରେ ଯୋଗଦେବେ। ଏଥିପାଇଁ କଂଗ୍ରେସ ଶିବିର ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି। ସେତିକି ନୁହେଁ ଆସନ୍ତା 5 କିମ୍ବା 9 ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ରାହୁଳ ଗାନ୍ଧୀ, ସାଲେପୁର ସଭାରେ ଦେବେ ଉଦବୋଧନ

ଭୁବନେଶ୍ବର: କଂଗ୍ରେସ ନେତା ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସାଲେପୁର ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପ୍ରଭାରୀ ଅଜୟ କୁମାର, ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ରାହୁଳଙ୍କୁ ସ୍ବାଗତ କରିଥିଲେ।

ସାଲେପୁରରେ ସେ ଏକ ବିଶାଳ ଜନସମାଜକୁ ଉଦବୋଧନ ଦେବେ। ଏହା ପୂର୍ବରୁ ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ସେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ମଇଦାନରେ ରାହୁଳ ଓ ନଡ୍ଡା ମୁହାଁମୁହିଁ, ନବୀନଙ୍କୁ କେତେ ମାତ୍ରାରେ କରିବେ ସମାଲୋଚନା ??

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ମଇଦାନ କମ୍ପମାନ ହେବ। କାରଣ ଆଜି ଅପରାହ୍ନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଚାର କରିବା। ଉଭୟ ଗୋଟିଏ ଦିନରେ ଆସୁଥିବାରୁ ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବଢିବାରେ ଲାଗିଛି ରାଜନୈତିକ ପାଣିପାଗ।

ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆଜି ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ।

ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ଆଜି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ମଧ୍ୟ ଆଜି ଓଡିଶା ଆସୁଛନ୍ତି। ସେ ଆଜି ଅପରାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ଭୋଧନ କରିବେ। ଏହା ପରେ ଶ୍ରୀ ନଡ୍ଡା ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶ୍ରୀ ନଡ୍ଡା ଗୋପାଳପୁରଠାରେ ରାତ୍ରଯାପନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୯ ତାରିଖ ସକାଳେ ଭୁବନେଶ୍ୱର ଫେରି ଆସି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

ଉଭୟ ଦଳର ଶୀର୍ଷ ନେତା ଓଡିଶା ଆସୁଥିବାରୁ କଂଗ୍ରେସ ଓ ବିଜେପି ଶିବିରରେ ବେଶ ଉତ୍ସାହ ଭରିଯାଇଛି। ଉଭୟ ଦଳ ସେମାନଙ୍କ ନେତାଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି। ଉଭୟ ଓଡିଶାରେ ଶାସନ କରିବେ ବୋଲି ଆଶା ରଖିଛନ୍ତି। ତେବେ ଜାତୀୟ ସ୍ତରର ଏହି ଦୁଇ ନେତା ନବୀନ ସରକାରଙ୍କୁ କିପରି ସମାଲୋଚନା କରୁଛନ୍ତି ତାହାକୁ ସମସ୍ତେ ଅନେଇ ରହିଛନ୍ତି।