ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ଇସ୍ତଫା ଦେବା ପରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜଗଦୀପ ଧନଖରଙ୍କ ଇସ୍ତଫା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଉଦ୍ଧବ ଠାକରେ ଗୋଷ୍ଠୀର ସାଂସଦ ସଂଜୟ ରାଉତଙ୍କ ପକ୍ଷରୁ ଏହା ଉପରେ ଏକ ବଡ଼ ବୟାନ ଆସିଛି।
ସଂଜୟ ରାଉତ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ପରଦା ପଛରେ ବହୁତ କିଛି ଘଟୁଛି। ଦିଲ୍ଲୀ ରାଜନୀତିରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି।
ସଞ୍ଜୟ ରାଉତ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ଏକ ସାଧାରଣ ଘଟଣା ନୁହେଁ। ମୁଁ ତାଙ୍କୁ ଜାଣେ, ସେ କ୍ଷେତ୍ର ଛାଡିବାର ଲୋକ ନୁହଁନ୍ତି। ସେ ଜଣେ ଲଢ଼ୁଆ ବ୍ୟକ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି, ମୁଁ ଗତକାଲି ତାଙ୍କୁ ଦେଖିଥିଲି। ସେପ୍ଟେମ୍ବରରେ ବହୁତ କିଛି ଘଟିବ, କେବଳ ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ।”