Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ
ଜାତୀୟ ଖବର

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦୀଲ୍ଲିପ ରାୟ, ଗତକାଲି ରାଜ୍ୟପାଳ କରିଥିଲେ ସାକ୍ଷାତ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ବେଳ ତା ଭିତରେ ଆଉ ଏକ ଖବର ଓଡିଶା ରାଜନୀତିକୁ ସରଗରମ କରି ରଖିଛି। ତାହା ହେଲା ଯେ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ରାଜ୍ୟପାଳ ଏବଂ ଦିଲ୍ଲୀପ ରାୟ କାହିଁକି କଲେ ସାକ୍ଷାତ। ଆଜି ମନ୍ତ୍ରୀଙ୍କ ବାସଭବନରେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ନେତା ଶିଳ୍ପପତି ଦିଲ୍ଲୀପ ରାୟ ସାକ୍ଷାତ କରିଛନ୍ତି। ଦିଲ୍ଲୀପ ବର୍ତ୍ତମାନ ବିଜେପିର ସକ୍ରିୟ ରାଜନୀତିରେ ନ ଥିଲେ ମଧ୍ୟ ତାଙ୍କର ଦିଲ୍ଲୀରେ ବେଶ ଦବଦବା ରହିଛି।

ଆଜି ପୂର୍ବାହ୍ନରେ ଦିଲ୍ଲୀପ ପୃଥୀରାଜଙ୍କ ସରକାରୀ ବାସଭବନ ଆସି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ତେବେ କଣ ଆଲୋଚନା କରିଛନ୍ତି ତାହା କେହି କହି ନ ଥିଲେ ମଧ୍ୟ ଉଭୟଙ୍କ ସାକ୍ଷାତ ବିଭିନ୍ନ ଦିଗକୁ ଇସାରା କରୁଛି। ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ସାକ୍ଷାତକାର ଭିନ୍ନ ଏକ ମୋଡ ତିଆରି କରିଛି।

ତେବେ ତାଠାରୁ ବହୁତ ବଡ ଚର୍ଚ୍ଚା ଗତକାଲି ହୋଇଥିଲା। କାରଣ ଗତକାଲି ଯାହା ଘଟିଲା ତାହା କେବେ କେଉଁଠି ହୋଇ ନ ଥିଲା। ଖୋଦ ରାଜ୍ୟପାଳ ହରିବାବୁ କୁମ୍ଭମପଟି ମନ୍ତ୍ରୀ ପୃଥୀରାଜଙ୍କ ସରକାରୀ ବାସଭବନକୁ ଆସିଥିଲେ। ଏହା ରାଜ୍ୟପାଳଙ୍କ ପ୍ରୋଟକଲରେ ନ ଥିଲେ ମଧ୍ୟ ସେ ଜଣେ ମନ୍ତ୍ରୀଙ୍କ ଘରକୁ ଆସିବାକୁ ନେଇ ଅନେକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ରାଜ୍ୟପାଳ ମନ୍ତ୍ରୀଙ୍କୁ ରାଜଭବନ ନ ଡାକି ତାଙ୍କ ଘରକୁ ଆସିବା ଏହି ସାମ୍ବିଧାନିକ ପଦ ଉପରେ ପ୍ରଶ୍ନ ଉଠିଛି।

ଆଇନ ମନ୍ତ୍ରୀ ପୃଥୀରାଜ

ଯଦି ପୃଥୀରାଜ ହରିଚନ୍ଦନଙ୍କ ବାସଭବନରେ କିଛି ପର୍ବପର୍ବାଣୀ ହେଉଥିବ ତେବେ ସେଥିରେ ରାଜ୍ୟପାଳ ଯୋଗ ଦେବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ ସେ ଯଦି ପୃଥୀରାଜଙ୍କ ବାପା ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଦେଖା କରିବାକୁ ଆସିଥାଆନ୍ତେ ତେବେ ସେଥିରେ ମଧ୍ୟ କୌଣସି ଅସୁବିଧା ନାହିଁ। ହେଲେ ପୃଥୀରାଜଙ୍କ ସରକାରୀ ବାସଭବନରେ ବିଶ୍ବଭୂଷଣ ରହୁ ନାହାଁନ୍ତି। ସେ ତାଙ୍କର ନୟାପଲ୍ଲୀ ଘରେ ରହୁଛନ୍ତି। ଏପରିକି ଗତକାଲି ମଧ୍ୟ ବିଶ୍ବଭୂଷଣ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ନ ଥିଲେ। ହେଲେ ରାଜ୍ୟପାଳ କାହିଁକି ମନ୍ତ୍ରୀଙ୍କୁ ସାକ୍ଷାତକରିବା ପାଇଁ ଆସିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ତେବେ ରାଜ୍ୟପାଳଙ୍କ ସାକ୍ଷାତକୁ ନେଇ ପୃଥୀରାଜ ହରିଚନ୍ଦନ ଯାହା ଗଣମାଧ୍ୟମକୁ କହିଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ଏ ନେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟପାଳ ମୋର ବିଭାଗ ପୁର୍ତ୍ତ, ଅବକାରୀ ଏବଂ ଆଇନ ବିଭାଗର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ସେ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହା କରିବା ପାଇଁ ରାଜ୍ୟପାଳ କଣ ତାଙ୍କ ପ୍ରୋଟକଲ ଭାଙ୍ଗି ମନ୍ତ୍ରୀଙ୍କ ବାସଭବନକୁ ଆସନ୍ତି ନା ମନ୍ତ୍ରୀଙ୍କୁ ରାଜବଭନକୁ ଡାକନ୍ତି। ଏହାକୁ ନେଇ ମନ୍ତ୍ରୀ ଏବଂ ରାଜଭବନ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି।

ତେବେ ଏଠାରେ ଏକ ପ୍ରଶ୍ନ ଉଠି ଯେ, ରାଜ୍ୟପାଳ କେବେ ବି କେନ୍ଦ୍ରର ବିନା ଇସାରରେ ଆସି ନ ଥିବେ। ଦିଲ୍ଲୀରୁ ତାଙ୍କୁ ନିଶ୍ଚିତ ନିର୍ଦ୍ଦେଶ ଥିବା ଯେ, ସେ ଆଇନ ମନ୍ତ୍ରୀଙ୍କ ଘରକୁ ଯାଇ ଦେଖା କରନ୍ତୁ ଏବଂ କିଛି ଗୁପ୍ତ ବାର୍ତ୍ତା ପ୍ରଦାନ କରନ୍ତୁ। ଯାହାଫଳରେ ରାଜ୍ୟପାଳ ତାଙ୍କ ପ୍ରୋଟକଲ ଭାଙ୍ଗି ମନ୍ତ୍ରୀଙ୍କ ବାସଭବନକୁ ଆସିବାକୁ ବାଧ୍ୟ ହୋଇଥିଲେ। ଏହା ପ୍ରଧାନମନ୍ତ୍ରୀଙ୍କ ବିନା ଇସାରରେ ହୋଇ ନ ଥିବା ବୋଲି ସମସ୍ତଙ୍କର ଅନୁମାନ। ଫଳରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ଅଦଳବଦଳ ବେଳେ କଣ ମୋଦି କିଛି ବଡ ଉପହାର ଦେଉଛନ୍ତି କି ?

ଦିଲ୍ଲୀପ ରାୟ ପୃଥୀରାଜ ହରିଚନ୍ଦନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମନ୍ତ୍ରୀଙ୍କ ଘରେ ରାଜ୍ୟପାଳ ରାଜ୍ୟପାଳ କୁମ୍ଭମପଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.