Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା
ଜାତୀୟ ଖବର

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ସମେତ ଦେଶର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ବ୍ୟବସାୟର ଅପାର ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ଏହି ବାଣିଜ୍ୟିକ ରାଜିନାମାର ଲାଭ ମିଳିବ। ଭାରତ-ବ୍ରିଟେନ୍‌ ଏଫଟିଏ ଦ୍ୱାରା ଓଡ଼ିଶାରେ ଉତ୍ପାଦିତ ହେଉଥିବା ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପାଇଁ ବ୍ରିଟେନରେ ଏକ ବଡ଼ ବଜାର ସୃଷ୍ଟି ହେବ। ପାରାଦୀପ ଏବଂ ବାଲେଶ୍ୱର ଭଳି ସ୍ଥାନରୁ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ ମତ୍ସ୍ୟପାଳନ ଉଦ୍ୟୋଗ ଲାଭାନ୍ୱିତ ହୋଇପାରିବେ।

ପୂର୍ବରୁ ଭାରତରୁ ବ୍ରିଟେନକୁ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ହେଉଥିଲା। ଅଧିକ ଶୁଳ୍କ କାରଣରୁ ବ୍ରିଟେନର ୫.୪ ବିଲିୟନ ଆମେରିକୀୟ ଡଲାର ସାମୁଦ୍ରିକ ଉତ୍ପାଦ ରପ୍ତାନିରେ ଭାରତର ଅଂଶଧନ ମାତ୍ର ୨.୫% ଥିଲା। ୨୦୨୪-୨୫ରେ ଭାରତରୁ ୧୦୪.୪୩ ନିୟୁତ ଡଲାର ସାମୁଦ୍ରିକ ଉତ୍ପାଦ ରପ୍ତାନି ହୋଇଥିବା ବେଳେ ଏଥିରେ ଚିଙ୍ଗୁଡ଼ିର ଭାଗ ୭୭% ରହିଛି। ପୂର୍ବରୁ ଭାରତରୁ ରପ୍ତାନି ହେଉଥିବା ଚିଙ୍ଗୁଡ଼ି ଉପରେ ୪.୨%ରୁ ୮.୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେଉଥିଲା। ସେହିପରି ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ଶୁଳ୍କ ପରିମାଣ ୨୧.୫%ରେ ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲା। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବିସ୍ତୃତ ବାଣିଜ୍ୟିକ ରାଜିନାମା ପରେ ଭାରତର ୯୯% ସାମୁଦ୍ରିକ ଉତ୍ପାଦକୁ ବ୍ରିଟେନ୍‌ ବଜାରରେ ନିଃଶୁଳ୍କ କାରବାର ପାଇଁ ସୁବିଧା ମିଳିବ। ଫଳରେ ଦେଶର ସାମୁଦ୍ରିକ ରପ୍ତାନି ଓ କାରବାର ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଓଡ଼ିଶା ସମେତ ସବୁ ଉପକୂଳବର୍ତ୍ତୀ ରାଜ୍ୟ ବିଶେଷ ଲାଭ ପାଇବେ। ଓଡ଼ିଶାରେ ରପ୍ତାନି ଆଧାରିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରପ୍ତାନିକାରୀମାନଙ୍କୁ ଭଲ ମୂଲ୍ୟ ମିଳିବ ଏବଂ ମତ୍ସ୍ୟଜୀବୀଙ୍କର ଆୟ ବୃଦ୍ଧି ପାଇବ। ରାଜ୍ୟ ତଥା ଦେଶର ଉପକୂଳ ଅର୍ଥବ୍ୟବସ୍ଥା ପାଇଁ ଅପାର ସମ୍ଭାବନା ସୃଷ୍ଟି ହେବ। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ନିୟୋଜିତ ମହିଳାମାନେ ମଧ୍ୟ ଅଧିକ ରୋଜଗାରକ୍ଷମ ହୋଇପାରିବେ।

ଅପରପକ୍ଷରେ ଓଡ଼ିଶାର ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀର ଅନ୍ତର୍ଜାତୀୟ ବଜାରରେ ବିଶେଷ ଚାହିଦା ରହିଛି। ବ୍ରିଟେନ୍‌ ମଧ୍ୟ ଏହି ବଜାର ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବା ପରେ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ରପ୍ତାନି ପାଇଁ ସୁବିଧା ମିଳିପାରିବ। ଜିଆଇ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ସାମଗ୍ରୀ ଉପରେ ପୂର୍ବରୁ ବ୍ରିଟେନ ବଜାରରେ ୧୬% ଶୁଳ୍କ ଲାଗୁ ହେଉଥିବା ବେଳେ ବର୍ତ୍ତମାନ ଏଫଟିଏ ଜରିଆରେ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦିଆଯାଇଛି। ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତକାରୀ କାରିଗରମାନଙ୍କୁ ଏହାର ଲାଭ ମିଳିପାରିବ। ସେମାନେ ନିଜର ଉତ୍ପାଦ ବ୍ରିଟେନ ବଜାରକୁ ରପ୍ତାନି କରିପାରିବେ। ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦୀର୍ଘସ୍ଥାୟୀ ହସ୍ତଶିଳ୍ପ ଉତ୍ପାଦଗୁଡ଼ିକର ରପ୍ତାନିରୁ ତୁଳନାତ୍ମକ ଭାବେ ଅଧିକ ଲାଭ ମିଳିବା ସହିତ ଏହି କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ବଜାରରେ ଅଗ୍ରଣୀ ହୋଇପାରିବେ। ଭାରତୀୟ ଉତ୍ପାଦଗୁଡ଼ିକର ପ୍ରତିଯୋଗିତାମୂଳକ କ୍ଷମତା ଏବଂ ଚାହିଦା ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ୍‌ ଗସ୍ତ ଅବସରେ ଦୁଇ ଦେଶ ମଧ୍ୟରେ ବିସ୍ତୃତ ଆର୍ଥିକ ଏବଂ ବାଣିଜ୍ୟିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଫଳରେ ୯୯% ଭାରତୀୟ ସାମଗ୍ରୀକୁ ବ୍ରିଟେନ ବଜାରରେ ନିଃଶୁଳ୍କ ପ୍ରବେଶ ପାଇଁ ମାର୍ଗପ୍ରଶସ୍ତ ହୋଇଛି।

ବ୍ରିଟେନ୍‌ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026
Latest News

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.