Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ
ଜାତୀୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୫ ଜୁଲାଇ, ୨୦୨୫) କାର୍ଯ୍ୟାଳୟରେ ତିନି ବର୍ଷ ପୂରଣ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂରଣ କରିବା ସହିତ, ରାଷ୍ଟ୍ରପତି ଭବନରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି:

ଦିବ୍ୟାଙ୍ଗଜନ-ଅନୁକୂଳ ରାଷ୍ଟ୍ରପତି ଭବନ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦ୍ୱାରା ୫୦ -ସୂତ୍ରୀ ସୁପାରିଶ କାର୍ଯ୍ୟକାରୀ କରିବା ପରେ ରାଷ୍ଟ୍ରପତି ଭବନ, ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଦିବ୍ୟାଙ୍ଗଜନ-ଅନୁକୂଳ ପରିସରରେ ପରିଣତ ହୋଇଛି।

୨୨ଟି ଭାରତୀୟ ଭାଷାରେ ରାଷ୍ଟ୍ରପତି ଭବନ ୱେବସାଇଟ୍ ଆରମ୍ଭ। ରାଷ୍ଟ୍ରପତି ଭବନର ସରକାରୀ ୱେବସାଇଟ୍ – https://www.rashtrapatibhavan.gov.in/ ଏବଂ https://www.presidentofindia.gov.in/ – ଏବେ ୨୨ଟି  ଭାରତୀୟ ଭାଷାରେ ଉପଲବ୍ଧ।

ରାଷ୍ଟ୍ରପତି ଭବନରେ ପରିଦର୍ଶକ ଏବଂ ନିବାସୀଙ୍କ ପାଇଁ ବିଭିନ୍ନ ସୁବିଧାର ଉଦଘାଟନ, ଯେପରିକି ରାଷ୍ଟ୍ରପତି ଭବନରେ ପରିଦର୍ଶକ ସୁବିଧା କେନ୍ଦ୍ର, ହାଇଦ୍ରାବାଦର ରାଷ୍ଟ୍ରପତି ନିଳୟମ ଠାରେ ନିଳୟମ ନିକୁଞ୍ଜ, ମାଶୋବ୍ରାର ରାଷ୍ଟ୍ରପତି ନିବାସରେ କାଫେଟେରିଆ, ସ୍ମାରକୀ ଦୋକାନ , ଅଭ୍ୟର୍ଥନା କକ୍ଷ ଏବଂ ରାଷ୍ଟ୍ରପତି ଭବନରେ ଏକ ନବୀକରଣ କରାଯାଇଥିବା ଜିମ୍।

୨୫୦ ରୁ ଅଧିକ ସାମଗ୍ରୀ ନିଲାମ ପାଇଁ ଇ-ଉପହାର ସିଜିନ ୨  ଆରମ୍ଭ। ନିଲାମରୁ ସମସ୍ତ ଆୟ ଶିଶୁ ସୁରକ୍ଷା ସମ୍ପର୍କିତ କାଯ୍ୟକ୍ରମଗୁଡିକୁ  ଦାନ କରାଯିବ। ବିବରଣୀ – https://upahaar.rashtrapatibhavan.gov.in/

ଇ-ପୁସ୍ତକର ଉନ୍ମୋଚନ – ରାଷ୍ଟ୍ରପତି ଶାସନର ଗତ ଗୋଟିଏ ବର୍ଷର ପ୍ରସଙ୍ଗର ସଂଗ୍ରହ (ଲିଙ୍କ୍ https://rb.nic.in/ebook25.htm)।

ମାର୍ଚ୍ଚ ୨୦୨୭ ସୁଦ୍ଧା ରାଷ୍ଟ୍ରପତି ଭବନକୁ ନେଟ୍ ଜିରୋ କରିବା ପାଇଁ ପଦକ୍ଷେପ ଆରମ୍ଭ।

ଏହି ସମସ୍ତ ପ୍ରୟାସର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ  କହିଛନ୍ତି   ଗତ ତିନି ବର୍ଷ ମଧ୍ୟରେ ଅନେକ  ନିଷ୍ପତ୍ତି ନିଆଯାଇଛି ଏବଂ କାର୍ଯ୍ୟ କରାଯାଇଛି ଯାହା ନାଗରିକମାନଙ୍କର  ରାଷ୍ଟ୍ରପତି ଭବନ ସହିତ ଅଧିକ ସଂଯୋଗ ବୃଦ୍ଧି କରିଛି। ସମାଜର ସମସ୍ତ ବର୍ଗ, ବିଶେଷକରି ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଦେଶର ବିକାଶ ଯାତ୍ରା ସହିତ ପ୍ରଭାବଶାଳୀ ଭାବରେ ଯୋଡ଼ିବା ପାଇଁ ଆମର ସର୍ବଦା ପ୍ରୟାସ ଜାରିରହିଛି। ଦିବ୍ୟାଙ୍ଗଜନଙ୍କ ପାଇଁ ରାଷ୍ଟ୍ରପତି ଭବନ ଅଧିକ ସୁଗମ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ନୂତନ ପଦକ୍ଷେପ ନିଆଯିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।

ଦ୍ରୌପଦୀ ମୁର୍ମୁ ଭାରତୀୟ ଭାଷା
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026

ହୋଟେଲରେ ହଠାତ୍ ଗୁଳିମାଡ଼ : ୫ ମୃତ

October 26, 2026

ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର! ନିର୍ଯାତନା କଲେ ଜେଲ୍, ସମ୍ପତ୍ତି ହଡ଼ପ କଲେ କଠୋର ଦଣ୍ଡ

October 26, 2026

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

October 26, 2026
Latest News

କୋଟିଆରେ ତେଜିଲା ସୀମା ବିବାଦ, ଓଡ଼ିଶା ପରେ ପୁଲିସ୍ ଫୋର୍ସ ମୁତୟନ କଲା ଆନ୍ଧ୍ର

October 26, 2026

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର

October 26, 2026

ସୋସିଆଲ ମିଡିଆରେ ବାତ୍ୟା ସମ୍ପର୍କିତ ମନଗଢ଼ା ତଥ୍ୟ ଓ ଗୁଜବ ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

October 26, 2026

୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା

October 26, 2026

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.