Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାୟିତ୍ବ, ଖୁବ ଶିଘ୍ର ଦିଲ୍ଲୀକୁ ବଦଳି
ଜାତୀୟ ଖବର

ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାୟିତ୍ବ, ଖୁବ ଶିଘ୍ର ଦିଲ୍ଲୀକୁ ବଦଳି

August 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଏସପି ସାଗରିକା ନାଥ
ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାୟିତ୍ବ, ଖୁବ ଶିଘ୍ର ଦିଲ୍ଲୀକୁ ହେବେ ବଦଳି

The Samikhsya Desk: ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କ ପାଇଁ ଏକ ଖୁସି ଖବର। ତାଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ କେନ୍ଦ୍ର ରାଜ୍ୟ ପୋଲିସ ଡିଜିଙ୍କୁ ଚିଠି କରି ଜଣାଇ ଦେଇଛନ୍ତି। ତାଙ୍କୁ ଖୁବ ଶିଘ୍ର ତାଙ୍କ ଦାୟିତ୍ବରୁ ମୁକ୍ତ କର ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ଓଡିଶା କ୍ୟାଡରର ଆଇପିଏସ ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଜାତୀୟ ତଦନ୍ତ ଏଜେନ୍ସି ବା NIA ର ଏସପି ଭାବେ ନିଯୁକ୍ତି ଘୋଷଣା କରିଛନ୍ତି। ସେଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ ଦାୟିତ୍ବ ମୁକ୍ତ କରି କେନ୍ଦ୍ରକୁ ପଠାଇବା ପାଇଁ ଉଲ୍ଲେଖ କରାଯାଇଛି।

ସାଗରିକା ନାଥ ଖୋର୍ଦ୍ଧା ଏସପି ଭାବେ ଗତ ବର୍ଷ ଅକ୍ଟୋବର ମାସରେ ଯୋଗ ଦେଇଛନ୍ତି। ତା ପୂର୍ବରୁ ସେ ବାଲେଶ୍ବର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଲେଡି ସିଂଘମ ଭାବେ ପରିଚିତ। ସେ ଯେଉଁଠି କାର୍ଯ୍ୟ କରିଛନ୍ତି ନିଜର ଏକ ସ୍ବତନ୍ତ୍ର ଛାପ ଛାଡି ଆସିଛନ୍ତି। ସାଗରିକା ହେଉଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର। ସେ ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। କୋରାପୁଟ ଏସପି ଥିବା ବେଳେ ସେଠାରେ ଗଂଜେଇ ମାଫିଆଙ୍କୁ ସାବାଡ କରି ଚର୍ଚ୍ଚାକୁ ଆସିଥିଲେ।

ସେହିପରି ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗ ଦେବା ପରେ ବେଶୀ ଚର୍ଚ୍ଚାକୁ ଆସିଥିଲେ। ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗଦେବା ପରେ ସାଗରିକା ନାଥ ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିଲେ। ଏପରିକି ସେ ରାତି ଅଧରେ ନିଜେ ବୁଲେଟ ଧରି ଟ୍ରାଫିକ ବ୍ୟବସ୍ଥା ତଦାରଖ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବେପାରୁଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ସେ ପଦକ୍ଷେପ ଆରମ୍ଭ କରିଥିଲେ। ନିଜେ ଅହରହ ଭୁବନେଶ୍ବରରେ ବୁଲିବା ଅନ୍ୟ ଟ୍ରାଫିକ କର୍ମଚାରୀଙ୍କୁ ଭୟଭିତ କରିଥିଲା।

ବର୍ତ୍ତମାନ ତାଙ୍କ ଉପରେ ଏକ ବଡ ଦାୟିତ୍ବ। କାରଣ ଜାତୀୟ ତଦନ୍ତ ଏଜେନ୍ସି ସନ୍ତ୍ରାସବାଦୀଙ୍କ ଠାରୁ ଆରମ୍ଭ କରି ବଡବଡ ମାଫିଆ ଡନଙ୍କ ଅପରାଧିକ କାର୍ଯ୍ୟକଳାପକୁ ତଦନ୍ତ କରିଥାଏ। ଯାହା ଏହି ସଂସ୍ଥାର ଆଇପିଏସ ଅଫିସରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥାଏ। ସାଗରିକାଙ୍କୁ ସେହିପରି ଏକ ଗୁରୁ ଦାୟିତ୍ବ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତି କରିଛି। ମୁଖ୍ୟତଃ ସାଗରିକାଙ୍କ ପୂର୍ବ କାର୍ଯ୍ୟଧାରା ଉପରେ ସନ୍ତୁଷ୍ଠ ହୋଇ ତାଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରାଯାଉଛି।

BJP Ads
ଆଇପିଏସ ସାଗରିକା ନାଥ ସାଗରିକା ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025
BJP Ads
Latest News

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.