ଆମେରିକା ଏବେ , ରୁଷିଆ ତେଲ କିଣିବା ଉପରେ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଭାରତ ନିରନ୍ତର ରୁଷିଆରୁ ତେଲ କିଣୁଛି, ଯାହା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଟ୍ରମ୍ପଙ୍କ ଏହି ଆଦେଶ ୨୧ ଦିନ ପରେ ଅର୍ଥାତ୍ ୨୭ ଅଗଷ୍ଟ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏହା ସହିତ ଆମେରିକା ଏବେ ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି।
ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଆଦେଶ ଅନୁଯାୟୀ, ୨୭ ଅଗଷ୍ଟ ୨୦୨୫ ପୂର୍ବରୁ ଛାଡିଥିବା ଏବଂ ୧୭ ସେପ୍ଟେମ୍ବର ୨୦୨୫ ପୂର୍ବରୁ ଆମେରିକାରେ ପହଞ୍ଚିଥିବା ସାମଗ୍ରୀଗୁଡ଼ିକୁ ଶୁଳ୍କରୁ ମୁକ୍ତ କରାଯିବ। ଟ୍ରମ୍ପଙ୍କ ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଏହି ଶୁଳ୍କ ଅନ୍ୟ ସମସ୍ତ ଶୁଳ୍କ ଏବଂ ଟିକସ ସହିତ ଅତିରିକ୍ତ ହେବ। ତଥାପି, ଏହା ମଧ୍ୟ କୁହାଯାଇଛି ଯେ, କିଛି ବିଶେଷ କ୍ଷେତ୍ରରେ ଛାଡ ଦିଆଯିବ।