Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ପାଇଁ ବଡ ଖବର:  ୪,୬୦୦ କୋଟି ଟଙ୍କା ବ୍ୟୟରେ ତିନି ରାଜ୍ୟରେ ହେବ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍
ଜାତୀୟ ଖବର

ଓଡିଶା ପାଇଁ ବଡ ଖବର:  ୪,୬୦୦ କୋଟି ଟଙ୍କା ବ୍ୟୟରେ ତିନି ରାଜ୍ୟରେ ହେବ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍

August 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପାଇଁ ବଡ ଖବର
ଓଡିଶା ପାଇଁ ବଡ ଖବର:  ୪,୬୦୦ କୋଟି ଟଙ୍କା ବ୍ୟୟରେ ତିନୋଟି ରାଜ୍ୟରେ ହେବ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି।

ଭାରତରେ ଅନୁକୂଳ ପରିବେଶ କାରଣରୁ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ ସଂଖ୍ୟା ବୃଦ୍ଧି ପାଉଛି। ଛଅଟି ଅନୁମୋଦିତ ପ୍ରକଳ୍ପ ପୂର୍ବରୁ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ଅଛି। ଆଜି ଅନୁମୋଦିତ ଏହି ଚାରୋଟି ପ୍ରସ୍ତାବ ସିକସେମ୍‌ (ଏସଆଇସିଏସଇଏମ), କଣ୍ଟିନେଣ୍ଟାଲ ଡିଭାଇସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ସିଡିଆଇଏଲ), ଥ୍ରୀଡି ଗ୍ଲାସ୍ ସଲ୍ୟୁସନ୍ସ ଇନକର୍ପୋରେଟେଡ୍ ଏବଂ ଆଡଭାନ୍ସଡ୍ ସିଷ୍ଟମ୍ ଇନ୍ ପ୍ୟାକେଜ୍ (ଏସଆଇପି) ଟେକ୍ନୋଲୋଜିଠାରୁ ମିଳିଛି।

ଏହି ଚାରୋଟି ଅନୁମୋଦିତ ପ୍ରସ୍ତାବ ଦ୍ୱାରା ପ୍ରାୟ ୪,୬୦୦ କୋଟି ଟଙ୍କାର ମୋଟ୍‌ ନିବେଶ ସହିତ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। ୨୦୩୪ କୁଶଳୀ ପେସାଦାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ମଧ୍ୟ ଇଲେକ୍ଟ୍ରୋନିକ୍ ଉତ୍ପାଦନ ପରିଦୃଶ୍ୟ ସକ୍ରିୟ ହୋଇପାରିବ ଯାହାଫଳରେ ଅନେକ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ଆଜି ଏହି ୪ଟି ପ୍ରକଳ୍ପ ଅନୁମୋଦନ ସହିତ, ଆଇଏସଏମ ଅଧୀନରେ ମୋଟ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା ୧୦ରେ ପହଞ୍ଚିଛି। ଏହାଦ୍ୱାରା ୬ଟି ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭବ ହୋଇଛି ।

ଦୂରସଞ୍ଚାର, ଯାନବାହନ, ଡାଟାସେଣ୍ଟର, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଶିଳ୍ପ ଇଲେକ୍ଟ୍ରୋନିକ୍ସରେ ସେମିକଣ୍ଡକ୍ଟରର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି, ଏହି ୪ଟି ନୂତନ ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଓଡ଼ିଶାରେ ସିକସେମ୍‌ ଏବଂ ଥ୍ରୀଡି ଗ୍ଲାସ୍ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ସିଡିଆଇଏଲ ପଞ୍ଜାବରେ ଏବଂ ଏଏସଆଇପି ଆନ୍ଧ୍ରପ୍ରଦେଶରେ ପ୍ରକଳ୍ପ ପ୍ରତିଷ୍ଠା କରିବେ।

ସିକସେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଇନଫୋଭ୍ୟାଲିରେ ବ୍ରିଟେନର କ୍ଲାସ୍‌-ସିକ୍‌ ୱେଫର ଫ୍ୟାବ୍‌ ଲିମିଟେଡ୍‌ ସହ ମିଶି ସିଲିକନ କାର୍ବାଇଡ୍‌ (ଏସଆଇସି) ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ସର ଗୋଟିଏ ସମନ୍ୱିତ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍‌ ପ୍ରତିଷ୍ଠାନ କରାଯିବ। ଏହା ଦେଶର ପ୍ରଥମ ବ୍ୟବସାୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ୟୁନିଟ୍‌ ହେବ । ଏହା ଉନ୍ନତ ପ୍ୟାକେଜିଂ ସେମିକଣ୍ଡକ୍ଟର ଶିଳ୍ପରେ ପରବର୍ତ୍ତୀ ପିଢ଼ିର ଦକ୍ଷତା ଆଣିବ ।

ଏହି ପ୍ରକଳ୍ପରେ ପ୍ୟାସିଭ୍ ଏବଂ ସିଲିକନ୍ ବ୍ରିଜ୍ ସହିତ ଗ୍ଲାସ୍ ଇଣ୍ଟରପୋଜର୍ ଏବଂ ଥ୍ରୀଡି ହେଟେରୋଜେନିୟସ୍ ଇଣ୍ଟିଗ୍ରେସନ୍ (ଥ୍ରୀଡିଏଚଆଇ) ମଡ୍ୟୁଲ୍ ସମେତ ବିଭିନ୍ନ ପ୍ରକାରର ଉନ୍ନତ ପ୍ରଯୁକ୍ତିବିଦ୍ୟା ରହିବ। ଏହି ୟୁନିଟ୍‌ର ଯୋଜନାବଦ୍ଧ କ୍ଷମତା ପ୍ରାୟ ୬୯,୬୦୦ ଗ୍ଲାସ୍ ପ୍ୟାନେଲ୍ ସବଷ୍ଟ୍ରେଟ୍, ୫୦ ନିୟୁତ ଆସେମ୍ବଲ୍ ୟୁନିଟ୍ ଏବଂ ବାର୍ଷିକ ୧୩,୨୦୦ ଥ୍ରୀଡିଏଚଆଇ ମଡ୍ୟୁଲ୍ ହେବ। ପ୍ରସ୍ତାବିତ ଉତ୍ପାଦଗୁଡ଼ିକର ପ୍ରତିରକ୍ଷା, ଉଚ୍ଚ-ପ୍ରଦର୍ଶନକାରୀ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା, ଆରଏଫ ଏବଂ ଅଟୋମୋଟିଭ୍, ଫଟୋନିକ୍ସ ଏବଂ ସହ-ପ୍ୟାକେଜ୍ ଅପ୍ଟିକ୍ସ ଇତ୍ୟାଦିରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ କରାଯିବ।

ଆଡଭାନ୍ସଡ୍ ସିଷ୍ଟମ୍ ଇନ୍ ପ୍ୟାକେଜ୍ ଟେକ୍ନୋଲୋଜିଜ୍ (ଏଏସଆଇପି) ଦକ୍ଷିଣ କୋରିଆର ଆପାକ୍ଟ କୋ. ଲିମିଟେଡ୍ ସହିତ ପ୍ରଯୁକ୍ତିବିଦ୍ୟା ସହଭାଗିତା ଅଧୀନରେ ଆନ୍ଧ୍ରପ୍ରଦେଶରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଏହାର ବାର୍ଷିକ କ୍ଷମତା ୯୬ ନିୟୁତ ୟୁନିଟ୍ ହେବ। ଏଠାରେ ଉତ୍ପାଦିତ ସାମଗ୍ରୀଗୁଡ଼ିକ ମୋବାଇଲ୍ ଫୋନ୍, ସେଟ୍-ଟପ୍ ବକ୍ସ, ଅଟୋମୋବାଇଲ୍ ଆପ୍ଲିକେସନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉତ୍ପାଦରେ ପ୍ରୟୋଗ କରାଯିବ।

କଣ୍ଟିନେଣ୍ଟାଲ ଡିଭାଇସ୍ (ସିଡିଆଇଏଲ) ପଞ୍ଜାବର ମୋହାଲିରେ ଏହାର ଡିସ୍କ୍ରିଟ୍ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ ସମ୍ପ୍ରସାରଣ କରିବ। ପ୍ରସ୍ତାବିତ ୟୁନିଟ୍‌ ସିଲିକନ୍ ଏବଂ ସିଲିକନ୍ କାର୍ବାଇଡ୍ ଉଭୟରେ ଏମଓଏସଏଫଇଟି, ଆଇଜିବିଟି, ସ୍କଟକି, ବାଇପାସ୍‌ ଡାୟୋଡେସ୍‌ ଏବଂ ଟ୍ରାଞ୍ଜିଷ୍ଟର ଭଳି ଉଚ୍ଚ-ଶକ୍ତି ବିଶିଷ୍ଟ ଡିସ୍କ୍ରିଟ୍ ସେମିକଣ୍ଡକ୍ଟର ଡିଭାଇସ୍ ଉତ୍ପାଦନ କରିବ। ଏହି ବ୍ରାଉନଫିଲ୍ଡ ସମ୍ପ୍ରସାରଣର ବାର୍ଷିକ କ୍ଷମତା ୧୫୮.୩୮ ନିୟୁତ ୟୁନିଟ୍ ହେବ। ଏହି ପ୍ରସ୍ତାବିତ ୟୁନିଟ୍ ଦ୍ୱାରା ନିର୍ମିତ ଡିଭାଇସ୍‌ଗୁଡ଼ିକର ଇଭି ଏବଂ ଏହାର ଚାର୍ଜିଂ ଭିତ୍ତିଭୂମି, ଅକ୍ଷୟ ଶକ୍ତି ପ୍ରଣାଳୀ, ବିଦ୍ୟୁତ୍ ପରିବର୍ତ୍ତନ କ୍ଷେତ୍ରରେ ପ୍ରୟୋଗ, ଶିଳ୍ପ ପ୍ରୟୋଗ ଏବଂ ଯୋଗାଯୋଗ ଭିତ୍ତିଭୂମି ସମେତ ଅଟୋମୋଟିଭ୍ ଇଲେକ୍ଟ୍ରୋନିକ୍ସରେ ପ୍ରୟୋଗ କରାଯିବ।

ଏହି ପ୍ରକଳ୍ପଗୁଡ଼ିକର ଅନୁମୋଦନ ସହିତ ଦେଶରେ ସେମିକଣ୍ଡକ୍ଟର ପରିଦୃଶ୍ୟକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ । କାରଣ ଏହି ପ୍ରକଳ୍ପଗୁଡ଼ିକରେ ଦେଶର ପ୍ରଥମ ବାଣିଜ୍ୟିକ କମ୍ପାଉଣ୍ଡ ଫ୍ୟାବ୍ ସହିତ ଉଚ୍ଚମାନର ଗ୍ଲାସ୍-ଆଧାରିତ ସବଷ୍ଟ୍ରେଟ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍ ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପଗୁଡ଼ିକ ଦେଶରେ ବିକଶିତ ହେଉଥିବା ବିଶ୍ୱସ୍ତରୀୟ ଚିପ୍ ଡିଜାଇନ୍ କ୍ଷମତାକୁ ଆହୁରି ସୁଦୃଢ଼ କରିବ, ଯାହାକି ସରକାରଙ୍କ ଦ୍ୱାରା ୨୭୮ଟି ଶିକ୍ଷାନୁଷ୍ଠାନ ଏବଂ ୭୨ଟି ଷ୍ଟାର୍ଟ-ଅପ୍ ପାଇଁ ପ୍ରଦାନ କରାଯାଇଥିବା ଡିଜାଇନ୍ ଭିତ୍ତିଭୂମି ସହାୟତା ଦ୍ୱାରା ସମର୍ଥିତ।

ଏବେ ସୁଦ୍ଧା ୬୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଲାଭ ଉଠାଇ ସାରିଛନ୍ତି।

କେନ୍ଦ୍ର କ୍ୟାବିନେଟ୍ ବୈଠକ କ୍ୟାବିନେଟ୍ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.