Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା

August 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର  ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ। ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି ଯେଉଁଗୁଡ଼ିକ ଦେଶକୁ ପାହାଚ ପରେ ପାହାଚ ଚଢ଼ି ଶିଖର ଛୁଇଁବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହୋଇ ଡିଆଁ ମାରିବାକୁ ସଙ୍କେତ ଦେଇଛି।

ଦେଶବାସୀଙ୍କୁ ଏହି ଅଭିଭାଷଣରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଚିପ୍ ତିଆରି କରିବାଠାରୁ ଆରମ୍ଭ କରି ଜେଟ୍ ଇଞ୍ଜିନ୍ ନିର୍ମାଣ କରିବା ପର୍ଯ୍ୟନ୍ତ,  ପରମାଣୁ କାର୍ଯ୍ୟକ୍ରମର ୧୦ ଗୁଣା ବିସ୍ତାର ଠାରୁ ଆରମ୍ଭ କରି  ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ୧ ଲକ୍ଷ କୋଟି ଟଙ୍କାର ଯୋଜନା ପର୍ଯ୍ୟନ୍ତ, ତାଙ୍କର ବାର୍ତ୍ତା ସ୍ପଷ୍ଟ ରହିଛି।  ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବା ସହ ଭାରତ ନିଜର ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବ, ନିଜସ୍ୱ ସର୍ତ୍ତାବଳୀ ସ୍ଥିର କରିବ  ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରମୁଖ ଘୋଷଣା:

ସେମି କଣ୍ଡକ୍ଟର: ହଜିଯାଇଥିବା ଦଶନ୍ଧିରୁ ମିଶନ ମୋଡ୍

୫୦-୬୦ ବର୍ଷ ପୂର୍ବେ ସେମି କଣ୍ଡକ୍ଟର କାରଖାନା ସ୍ଥାପନ ପାଇଁ ପ୍ରୟାସର କଳ୍ପନାକୁ କିପରି ‘ଜନ୍ମରୁ ହିଁ ହତ୍ୟା’ କରାଯାଇଥିଲା” ତାହାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ  ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ଭାରତ ଏବେ ମିଶନ ମୋଡ୍ ରେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା, ଦେଶ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ତିଆରି ଆରମ୍ଭ କରିବ।

୨୦୪୭ ସୁଦ୍ଧା ପରମାଣୁ ଶକ୍ତି କ୍ଷମତା ଦଶଗୁଣ ବୃଦ୍ଧି ପାଇବ

ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଦେଶର ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ଦଶଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଆରମ୍ଭ ହୋଇଥିବା ମିଶନର ଅଂଶ ସ୍ୱରୂପ ୧୦ଟି ନୂତନ ପରମାଣୁ ରିଆକ୍ଟର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି।

ଜିଏସ୍‍ଟି ସଂସ୍କାର – ଏକ ଦୀପାବଳି ଉପହାର

ଦେଶରେ ଜିଏସ୍‍ଟି ବ୍ୟବସ୍ଥାର ସଂସ୍କାର ହେବ। ଏହାକୁ ପରବର୍ତ୍ତୀ ପିଢ଼ିର ସଂସ୍କାର ବୋଲି କହିଛନ୍ତି ଶ୍ରୀ ମୋଦୀ।  ଦୀପାବଳି ଅବସରରେ ଏହି ନୂଆ ନୀତି ଉନ୍ମୋଚିତ ହେବ, ଯାହା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ କରିବ ଏବଂ ଏମ୍‍ଏସ୍‍ଏମ୍‍ଇ, ସ୍ଥାନୀୟ ବିକ୍ରେତା ଏବଂ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

ଭାରତ ପାଇଁ ସଂସ୍କାର ଟାସ୍କଫୋର୍ସ

ପ୍ରଧାନମନ୍ତ୍ରୀ ମୋଦୀ ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ଚଳାଇବା ପାଇଁ ଏକ ଉତ୍ସର୍ଗୀକୃତ ସଂସ୍କାର ଟାସ୍କଫୋର୍ସ ଗଠନ ଘୋଷଣା କରିଛନ୍ତି। ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲାଲ ଫିତା ପ୍ରତିବନ୍ଧକକୁ ହଟାଇବା  ଏବଂ ଶାସନକୁ ଆଧୁନିକୀକରଣ କରିବା ହେଉଛି ଏହାର ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପାଇଁ ୧ ଲକ୍ଷ କୋଟି

ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ପ୍ରମୁଖ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀମାନେ ୧୫ ହଜାର ଟଙ୍କା ପାଇବେ। ଏହି ଯୋଜନାର ଲକ୍ଷ୍ୟ ୩କୋଟି ଯୁବ ଭାରତୀୟଙ୍କୁ ଲାଭ ପହଞ୍ଚାଇବ, ସ୍ୱତନ୍ତ୍ର ଭାରତରୁ ସମୃଦ୍ଧ ଭାରତ ପର୍ଯ୍ୟନ୍ତ ସେତୁକୁ ମଜବୁତ କରିବ।

ଉଚ୍ଚ–ଶକ୍ତିଶାଳୀ ଜନସଂଖ୍ୟା ମିଶନ

ପ୍ରଧାନମନ୍ତ୍ରୀ ମୋଦୀ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଏବଂ ଅବୈଧ ପ୍ରବାସ ଯୋଗୁଁ ଜନସଂଖ୍ୟାଗତ ଅସନ୍ତୁଳନର ବିପଦ ଉପରେ ଆଲୋକପାତ କରିଛନ୍ତି। ଏହାକୁ ଜାତୀୟ ସୁରକ୍ଷା ପାଇଁ ଏକ ଆହ୍ୱାନ ବୋଲି ବିବେଚନା କରିବା ସହ ଏହାର ମୁକାବିଲା ପାଇଁ ସେ ଏକ ଉଚ୍ଚ-ଶକ୍ତିଶାଳୀ ଜନସଂଖ୍ୟା ମିଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ମିଶନ ଦ୍ୱାରା  ଭାରତର ନାଗରିକମାନଙ୍କର ଏକତା, ଅଖଣ୍ଡତା ଏବଂ ଅଧିକାର ସୁରକ୍ଷିତ ରହିବ।

ଶକ୍ତି ସ୍ୱାଧୀନତା – ସମୁଦ୍ର ମନ୍ଥନର ଆରମ୍ଭ

ପ୍ରଧାନମନ୍ତ୍ରୀ ମୋଦୀ ସୂଚାଇଥିଲେ ଯେ ଭାରତର ବଜେଟର ଏକ ବଡ଼ ଅଂଶ ଏବେ ବି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆମଦାନୀ କରିବାରେ ଖର୍ଚ୍ଚ ହେଉଛି। ସେ ସୌର, ହାଇଡ୍ରୋଜେନ, ଜଳ ଏବଂ ପରମାଣୁ ଶକ୍ତିର ପ୍ରମୁଖ ପ୍ରସାର ସହିତ ସମୁଦ୍ର ସମ୍ପଦକୁ ବ୍ୟବହାର କରିବା ପାଇଁ ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ ଆରମ୍ଭ ଘୋଷଣା କରିଥିଲେ।

ଭାରତରେ ନିର୍ମିତ ଜେଟ୍ ଇଞ୍ଜିନ୍ – ଏକ ଜାତୀୟ ଆହ୍ୱାନ

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଯେପରି ଆମେ କୋଭିଡ୍‍ ସମୟରେ ଟିକା ଏବଂ ଡିଜିଟାଲ୍ ନେଣଦେଣ ପାଇଁ ୟୁପିଆଇ ତିଆରି କରିଥିଲୁ, ସେହିପରି ଆମେ ମଧ୍ୟ ଆମର ନିଜସ୍ୱ ଜେଟ୍ ଇଞ୍ଜିନ୍ ନିର୍ମାଣ କରିବା ଉଚିତ ଏବଂ ଆମର ବୈଜ୍ଞାନିକ ଏବଂ ଯୁବପିଢ଼ିଙ୍କୁ ଏହାକୁ ଏକ ସିଧାସଳଖ ଆହ୍ୱାନ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

narendramodi ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.