Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଘୋଷଣା କଲା ନୂଆ ଏଆଇ କଂପାନୀ ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’, ଗୁଗୁଲ ଓ ମେଟାର ସହଭାଗିତା 
ଜାତୀୟ ଖବର

ରିଲାଏନ୍ସ ଘୋଷଣା କଲା ନୂଆ ଏଆଇ କଂପାନୀ ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’, ଗୁଗୁଲ ଓ ମେଟାର ସହଭାଗିତା 

August 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଘୋଷଣା କଲା
ରିଲାଏନ୍ସ ଘୋଷଣା କଲା ନୂଆ ଏଆଇ କଂପାନୀ 'ରିଲାଏନ୍ସ ଇଣ୍ଟେଲିଜେନ୍ସ', ଗୁଗୁଲ ଓ ମେଟାର ସହଭାଗିତା 

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଏକ ନୂତନ ସହାୟକ କମ୍ପାନୀ, ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ୟାପକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିଭୂମି ରହିବ। ଏଥିସହିତ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ସବୁଠାରେ ଏବଂ ସଭିଙ୍କ ପାଇଁ ଏଆଇର ଦୃଷ୍ଟିକୋଣକୁ କମ୍ପାନୀ ଆଗକୁ ବଢା଼ଉଥିବା ପ୍ରକାଶ କରି ରିଲାଏନ୍ସର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେ ଏହା କହିଛନ୍ତି।

ରିଲାଏନ୍ସ ଇଣ୍ଟେଲିଜେନ୍ସ ଗିଗାୱାଟ୍-ସ୍କେଲ, ଏଆଇ-ରେଡି ଡାଟା ସେଣ୍ଟର ନିର୍ମାଣ କରିବ, ଯାହା ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ ବୋଲି ଅମ୍ବାନୀ କମ୍ପାନୀର ଏଜିଏମରେ ସୂଚନା ଦେଇଛନ୍ତି।

ରିଲାଏନ୍ସ ଏଜିଏମରେ ଅମ୍ବାନୀ ମଧ୍ୟ ମେଟା ଏବଂ ଗୁଗୁଲ ସହିତ ନୂତନ ସହଭାଗିତା ସ୍ଥାପନ ନେଇ ଘୋଷଣା କରିଛନ୍ତି। ଏହି ସହଭାଗିତା ସମ୍ପର୍କରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ ଏବଂ ଆଲଫାବେଟ ଓ ଗୁଗୁଲର ସିଇଓ ସୁନ୍ଦର ପିଚାଇ ରିଲାଏନ୍ସ ଏଜିଏମରେ ସମ୍ବୋଧିତ କରିଥିଲେ।

“ଏକ ଦଶନ୍ଧି ପୂର୍ବରୁ, ଡିଜିଟାଲ ସେବା ରିଲାଏନ୍ସ ପାଇଁ ଏକ ନୂତନ ଅଭିବୃଦ୍ଧି ଇଞ୍ଜିନ ହୋଇଥିଲା। ବର୍ତ୍ତମାନ, ଏଆଇ ସହିତ ଆମ ସାମ୍ନାରେ ସମାନ ଧରଣର ସୁଯୋଗ ରହିଛି। ଜିଓ ସବୁଠି ଏବଂ ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ଏବଂ ପୁରଣ ମଧ୍ୟ କରିଛି। ସେହିଭଳି, ରିଲାଏନ୍ସ ଇଣ୍ଟେଲିଜେନ୍ସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁସ୍ଥାନରେ ଏଆଇ ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଆସିଥିବା ଅମ୍ବାନୀ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଟେଲିଜେନ୍ସ ଚାରୋଟି ସ୍ପଷ୍ଟ ଲକ୍ଷ୍ୟ ସହିତ ପରିକଳ୍ପିତ ହୋଇଛି, ଯାହା ମଧ୍ୟରେ ରହିଛି ଭାରତର ପରବର୍ତ୍ତୀ ପିଢ଼ିର ଏଆଇ ଭିତ୍ତିଭୂମିକୁ ସ୍ଥାନ ଦେବା, ବିଶ୍ୱସ୍ତରୀୟ ସହଭାଗୀତା ସ୍ଥାପନ କରିବା, ଭାରତ ପାଇଁ ଏଆଇ ସେବା ନିର୍ମାଣ କରିବା ଏବଂ ଏଆଇ ପ୍ରତିଭାକୁ ପ୍ରୋତ୍ସାହିତ କରିବା।

“ଜାମନଗରରେ ଗିଗାୱାଟ-ସ୍କେଲ ଏଆଇ-ରେଡି ଡାଟା ସେଣ୍ଟର ଉପରେ କାମ ପୂର୍ବରୁ ଆରମ୍ଭ ହୋଇସାରିଛି। ରିଲାଏନ୍ସର ନୂତନ ଶକ୍ତି ଇକୋସିଷ୍ଟମ ଦ୍ୱାରା ପରିଚାଳିତ ଏହି ଡାଟା ସେଣ୍ଟରଗୁଡ଼ିକ ପର୍ଯ୍ୟୟକ୍ରମେ ଭାରତର ବୃଦ୍ଧିପାଉଥିବା ଆବଶ୍ୟକତା ସହିତ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ରିଲାଏନ୍ସ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରୀୟ ସହଭାଗୀତାକୁ ମଧ୍ୟ ପୂରଣ କରିବ, ବିଶ୍ୱର ଟେକ୍ ଟାଇଟନ୍ ମାନଙ୍କୁ ଓପନ ସୋର୍ସ କମ୍ୟୁନିଟିରେ ଏକତ୍ର କରିବ।

“ରିଲାଏନ୍ସ ଇଣ୍ଟେଲିଜେନ୍ସ ଗ୍ରାହକ, ଛୋଟ ବ୍ୟବସାୟ ଏବଂ ଉଦ୍ୟୋଗଗୁଡିକ ପାଇଁ ବିଶ୍ୱସ୍ତ, ବ୍ୟବହାର କରିବାକୁ ସହଜ ଏଆଇ ସେବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ କୃଷି ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ର ପାଇଁ ସହଜଲବ୍ଧ ସମାଧାନ ପ୍ରଦାନ କରିବ। ସେବାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ତରରେ ନିର୍ଭରଯୋଗ୍ୟ ଏବଂ ସୁଲଭ ହେବ।”

ରିଲାଏନ୍ସ ଓ ମେଟା ସହଭାଗିତାରେ ହେବାକୁ ଥିବା ଭାରତ-କେନ୍ଦ୍ରିତ ଏଆଇ ମିଳିତ ଉଦ୍ୟମ ଭାରତରେ ଉଦ୍ୟୋଗ ଏବଂ ଚୟନିତ ଅନ୍ତର୍ଜାତୀୟ ବଜାର ପାଇଁ ଏଆଇ ସମାଧାନ ନିର୍ମାଣ ଏବଂ ସମ୍ପ୍ରସାରଣ କରିବ। ଏହି ମିଳିତ ସହଭାଗିତା ରାଜିନାମା ଅନୁଯାୟୀ, ରିଲାଏନ୍ସ ଏବଂ ମେଟା ମିଳିତ ଭାବରେ ୮୫୫ କୋଟି ଟଙ୍କା (ପ୍ରାୟ ୧୦୦ ନିୟୁତ ଡଲାର) ର ପ୍ରାରମ୍ଭିକ ନିବେଶ କରିବେ, ଯାହା ୭୦ ପ୍ରତିଶତ ଏବଂ ୩୦ ପ୍ରତିଶତ ଅନୁପାତରେ ରହିବ।

ଏହି ସହଭାଗିତା ସମ୍ପର୍କରେ ମେଟା ପ୍ରତିଷ୍ଠାତା ଏବଂ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି “ମେଟା ଏବଂ ରିଲାଏନ୍ସ ଭାରତୀୟ ବ୍ୟବସାୟଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ପାଇଁ ଏହାର ଓପନ ସୋର୍ସ ଏଆଇ ମଡେଲଗୁଡ଼ିକ ପ୍ରଦାନ କରିବାକୁ ଯାଉଛନ୍ତି। ଲାମା ସହିତ, ଆମେ ଦେଖିଛୁ ଯେ ଏଆଇ କିପରି ମାନବ ଦକ୍ଷତାକୁ ବୃଦ୍ଧି କରିପାରେ, ଉତ୍ପାଦକତାକୁ ବୃଦ୍ଧି କରିପାରେ, ସୃଜନଶୀଳତାକୁ ପ୍ରେରଣା ଦେଇପାରେ ଏବଂ ନବସୃଜନକୁ ତ୍ୱରାନ୍ୱିତ କରିପାରେ। ଏବଂ ବର୍ତ୍ତମାନ, ରିଲାଏନ୍ସର ପହଞ୍ଚ ଏବଂ ସ୍କେଲ୍ ସହିତ, ଆମେ ଏହାକୁ ଭାରତର ପ୍ରତ୍ୟେକ କୋଣରେ ପହଞ୍ଚାଇପାରିବୁ।”

ରିଲାଏନ୍ସ ଏଆଇ ପାଇଁ ଗୁଗୁଲ ସହିତ ମଧ୍ୟ ସହଭାଗିତା ଘୋଷଣା କରିଛି ଯାହା ଅଧୀନରେ ଏଆଇ-ରେଡି ଡାଟା ସେଣ୍ଟର ସ୍ଥାପନ କରାଯିବ, ଯେଉଁଥିରେ ଗୁଗୁଲର କମ୍ପ୍ୟୁଟିଂ ଶକ୍ତି ବ୍ୟବହାର ହେବ ଏବଂ ରିଲାଏନ୍ସ ଦ୍ୱାରା ଶକ୍ତି ସହାୟତା ଓ ରିଲାଏନ୍ସ ଜିଓ ଦ୍ୱାରା କନେକ୍ଟିଭିଟି ପ୍ରଦାନ କରାଯିବ।

ଏହି ସହଭାଗିତା ସମ୍ପର୍କରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି “ଭାରତରେ ଏଆଇ ସୁଯୋଗ ଅସାଧାରଣ। ଗୁଗୁଲ ଏବଂ ରିଲାଏନ୍ସ ଏଆଇ ବ୍ୟବହାର କରି ଶକ୍ତି ଏବଂ ରିଟେଲଠାରୁ ଟେଲିକମ୍ ଏବଂ ଆର୍ଥିକ ସେବା ପର୍ଯ୍ୟନ୍ତ, ରିଲାଏନ୍ସର ସମସ୍ତ ବ୍ୟବସାୟକୁ ପରିବର୍ତ୍ତନ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବା ପାଇଁ ସହଭାଗୀ ହେଉଛନ୍ତି। ଏହି ଏଆଇ ବ୍ୟବହାରକୁ ସମର୍ଥନ କରିବା ପାଇଁ, ଆମେ ଏକାଠି ଜାମନଗର କ୍ଲାଉଡ୍ ରିଜିଅନ ସ୍ଥାପନ କରୁଛୁ, ଯାହା ରିଲାଏନ୍ସ ପାଇଁ ନିର୍ମିତ ଏବଂ ଉତ୍ସର୍ଗୀକୃତ ରହିବ। ଏହା ଗୁଗୁଲ୍ କ୍ଲାଉଡ୍ରୁ ବିଶ୍ୱସ୍ତରୀୟ ଏଆଇ ଏବଂ କମ୍ପ୍ୟୁଟ୍ ଆଣିବ ତଥା ରିଲାଏନ୍ସର ସ୍ୱଚ୍ଛ ଶକ୍ତି ଦ୍ୱାରା ପରିଚାଳିତ ହେବ ଏବଂ ଜିଓର ଉନ୍ନତ ନେଟୱାର୍କ ଦ୍ୱାରା ସଂଯୁକ୍ତ ହେବ।”

ରିଲାଏନ୍ସ ଏଜିଏମରେ ଅମ୍ବାନୀ ରୋବୋଟିକ୍ସ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ “ଆମେ ଭାରତକୁ ମାନବ-କେନ୍ଦ୍ରିକ ରୋବୋଟିକ୍ସରେ ଅଗ୍ରଣୀ କରିବା ପାଇଁ ନିବେଶ କରୁଛୁ ଯାହା ଏଆଇ ଦ୍ୱାରା ପରିଚାଳିତ ନୂତନ ପ୍ରକାରର ଶିଳ୍ପ ଏବଂ ସେବା, ନୂତନ ପ୍ରକାରର କୃଷି, ନୂତନ ପ୍ରକାରର ନିଯୁକ୍ତି ଏବଂ ଆମ ଯୁବପିଢ଼ି ପାଇଁ ଆକର୍ଷଣୀୟ ନୂତନ ସୁଯୋଗ ସୃଷ୍ଟି ହେଉଛି।”

ଏଆଇର “ଚମତ୍କାର ଶକ୍ତି” କୁ ଏକ ନୂତନ “କାମଧେନୁ” ଭାବରେ ବର୍ଣ୍ଣନା କରି ସେ କହିଛନ୍ତି “ଆମେ ଏଆଇକୁ ଏକ ନୂତନ ଅଭିବୃଦ୍ଧି ଇଞ୍ଜିନ ଭାବରେ ବିକଶିତ କରୁଛୁ ଏବଂ ଏହା ସହିତ ଆମର ସମସ୍ତ ବ୍ୟବସାୟରେ ଏଆଇକୁ ସ୍ଥାପିତ କରୁଛୁ। ଆମର ପରିଚାଳନା ମଡେଲ ନିବେଶ ପ୍ରାଧାନ୍ୟ ଅପେକ୍ଷା ଏବେ ନବସୃଜନ ଦ୍ୱାରା ଅଧିକ ପରିଚାଳିତ ହେଉଛି।”

reliance Reliance AGM Reliance Intelligency ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିଲାଏନ୍ସ ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025

Naveen Returns: ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନୂଆପଡା ପାଇଁ କରିବେ ରଣନୀତି

October 11, 2025
Latest News

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025

ଆଜି ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 11, 2025

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୪୦ ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ୍

October 11, 2025

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.