Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ତୈମାସରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ
ଜାତୀୟ ଖବର

ପ୍ରଥମ ତୈମାସରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

August 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
GDP
ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।

ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ସହିତ ଏହାର ବ୍ୟୟ ଉପାଦାନର ତଥ୍ୟଗୁଡ଼ିକୁ ସ୍ଥିର (୨୦୧୧-୧୨) ଏବଂ ବର୍ତ୍ତମାନର ମୂଲ୍ୟ ଆଧାରରେ ଜାରି କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୮.୮% ହାରରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାସ୍ତବ ବାସ୍ତବ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) ବୃଦ୍ଧି ହାର ୩.୭% ରହିଛି । ଏହା ବିଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୧.୫% ରହିଥିଲା।

ଚଳିତ ତ୍ରୈମାସରେ ମୁଖ୍ୟତଃ ଉତ୍ପାଦନ (୭.୭%) ଏବଂ ନିର୍ମାଣ (୭.୬%) ଭଳି ଦ୍ୱିତୀୟକ କ୍ଷେତ୍ରରେ ସ୍ଥିର ମୂଲ୍ୟରେ ୭.୫%ରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ଖଣି ଓ ଅନ୍ୟାନ୍ୟ ଖନନ (-୩.୧%) ଏବଂ ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ଉପଯୋଗିତା ସେବା କ୍ଷେତ୍ର (୦.୫%)ରେ ବାସ୍ତବ ବିକାଶ ହାର ସାମାନ୍ୟ ମାନ୍ଦା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ସ୍ଥିର ମୂଲ୍ୟରେ ତୃତୀୟ କ୍ଷେତ୍ର (୯.୩%) ଯଥେଷ୍ଟ ଅଭିବୃଦ୍ଧି ହାର ରେକର୍ଡ କରିଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୬.୮% ଠାରୁ ଅଧିକ।

ସରକାରୀ ଅନ୍ତିମ ବ୍ୟବହାର ଖର୍ଚ୍ଚ (ଜିଏଫସିଇ) ପୁଣି ଥରେ ବୃଦ୍ଧି ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ନାମମାତ୍ର ଆଧାରରେ ୯.୭% ବୃଦ୍ଧି ହାର ରେକର୍ଡ ହୋଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୪.୦% ଠାରୁ ଅଧିକ। ବାସ୍ତବ ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (ପିଏଫସିଇ) ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୦% ବୃଦ୍ଧି ହାର ହାସଲ କରିଛି । ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୮.୩% ରହିଥିଲା। ମୋଟ ସ୍ଥିର ପୁଞ୍ଜି ଗଠନ (ଜିଏଫସିଏଫ) ୨୦୨୪-୨୫ ଆର୍ଥିକ ବର୍ଷରେ ୬.୭% ବୃଦ୍ଧି ହାର ତୁଳନାରେ ସ୍ଥିର ମୂଲ୍ୟରେ ୭.୮% ବୃଦ୍ଧି ହାର ରେକର୍ଡ କରିଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟରେ ବାସ୍ତବ ଜିଡିପି ବା ଜିଡିପି ପରିମାଣ ୪୭.୮୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ସମାନ ଅବଧିରେ ୪୪.୪୨ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୮% ରହିଛି। ନାମମାତ୍ର ଜିଡିପି ବା ସ୍ଥିର ମୂଲ୍ୟରେ ଜିଡିପି ହାର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୮୬.୦୫ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଥିଲା ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୯.୦୮ ଲକ୍ଷ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ୮.୮% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପ୍ରକୃତ ଜିଭିଏ ୪୪.୬୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୪୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଜିଭିଏରେ ଅଭିବୃଦ୍ଧି ହାର ୭.୬% ରହିଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଭିଏ ୭୮.୨୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୧.୯୫ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ଅଭିବୃଦ୍ଧି ହାର ୮.୮% ରହିଛି।

GDP Growth India GDP Growth India GDP:
Share. Facebook Twitter LinkedIn Email WhatsApp Copy Link

Related Posts

Putin Pays Tribute at Rajghat: ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ପୁଟିନ୍

December 5, 2025

Matric Exam Dates Announced: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ କଣ

December 5, 2025

Repo Rate Cut: ରେପୋ ରେଟ ହ୍ରାସ,ଏଥର ଶସ୍ତା ହେବ କାର ଓ ଗୃହ ଋଣର ମାସିକିଆ କିସ୍ତି

December 5, 2025

NITI Aayog IBM Roadmap: ଭାରତ ଶ୍ରେଷ୍ଠ 3 କ୍ବାଣ୍ଟମ ଅର୍ଥନୀତି ହେବ, ଉନମୋଚିତ ହେଲା ରୋଡମ୍ୟାପ

December 5, 2025
Latest News

Putin Pays Tribute at Rajghat: ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ପୁଟିନ୍

December 5, 2025

Matric Exam Dates Announced: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ କଣ

December 5, 2025

Repo Rate Cut: ରେପୋ ରେଟ ହ୍ରାସ,ଏଥର ଶସ୍ତା ହେବ କାର ଓ ଗୃହ ଋଣର ମାସିକିଆ କିସ୍ତି

December 5, 2025

ବାଣପୁର ମନ୍ଦିର କାର୍ଯ୍ୟାଳୟରୁ ଚୋରୀ, ମହାପ୍ରଭୃଙ୍କ ସମସ୍ତ ଅଳଙ୍କାର ଟଙ୍କା ଲୁଟି ନେଇ ଚୋର ଫେରାର

December 5, 2025

NITI Aayog IBM Roadmap: ଭାରତ ଶ୍ରେଷ୍ଠ 3 କ୍ବାଣ୍ଟମ ଅର୍ଥନୀତି ହେବ, ଉନମୋଚିତ ହେଲା ରୋଡମ୍ୟାପ

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.