Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି
ଜାତୀୟ ଖବର

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ଆରମ୍ଭ କଲା
କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ହେଉଅଛି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ ଅଗଣିତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଠି କରିଛି ବୋଲି ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ଵର ଓ କେନ୍ଦ୍ରାପଡ଼ା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଯଥାକ୍ରମେ ସାଂସଦ ଶ୍ରେୟାସ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନିୟାପନ୍ ଭୁନେଶ୍ୱରରେ ପହଞ୍ଚି ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି।

ଏହିପରି ସୋମବାର ଦେବଗଡ଼, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ (ପୂର୍ବ), ନବରଙ୍ଗପୁର, ନୟାଗଡ଼ ଓ ନୂଆପଡ଼ା ପାଇଁ ଯଥାକ୍ରମେ ମୁମ୍ବାଇ କଂଗ୍ରେସ କାର୍ଯ୍ୟକାରୀ କମିଟି ସଭାପତି ଚରଣ ସିଂହ ସାପ୍ରା, ପୂର୍ବତନ ମନ୍ତ୍ରୀ ବିମଳ ଶାହା, ବିଧାୟକ ରାଘବେନ୍ଦ୍ର ସିଂହ, ଏଆଇସିସି କୃଷକ ବିଭାଗର ଅଖିଳେଶ ଶୁକ୍ଳା, ପିସିସି ପୂର୍ବତନ କାର୍ଯ୍ୟକାରୀ ସଭାପତି ଜେଟି କୁସୁମ କୁମାର, ପୂର୍ବତନ ପିସିସି ସଭାପତି ମହେଶ ଶର୍ମା ଓ ଏଆଇସିସି ସମ୍ପାଦକ ମନୋଜ ଚୌହାନ ପ୍ରମୁଖ ଆସି ଓଡ଼ିଶାରେ ପହଂଚିଛନ୍ତି।

ସୂଚନାଯୋଗ୍ୟ ପ୍ରତ୍ୟେକ ଜିଲ୍ଲାର ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ୩ ଜଣିଆ ପିସିସି ପର୍ଯ୍ୟବେକ୍ଷକ ମଣ୍ଡଳୀ ସେମାନଙ୍କ ସହ ସଂପୃକ୍ତ ଜିଲ୍ଲା ଗସ୍ତ କରିଛନ୍ତି। ଉକ୍ତ ତିନିଜଣିଆ ପିସିସି ପର୍ଯ୍ୟବେକ୍ଷକ ମଣ୍ଡଳୀରେ ଜଣେ ଲେଖାଏଁ ବରିଷ୍ଠ କଂଗ୍ରେସ ନେତା ସାମିଲ ଅଛନ୍ତି। ପର୍ଯ୍ୟବେକ୍ଷକ ମାନେ ନିଜ ନିଜ ନିର୍ଦ୍ଧାରିତ ଜିଲ୍ଲାରେ ଅନ୍ୟୁନ ୭ ଦିନ ବିଭିନ୍ନ ବ୍ଲକ୍ ଗସ୍ତରେ ଯାଇ ସେଠାକାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନଙ୍କ ସହ ଆଲୋଚନା କରି ଏକ ୬ ଜଣିଆ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିବେ।

ଉକ୍ତ ତାଲିକାରେ ଅନୁସୂଚିତ ଜାତି, ଜନଜାତି, ମହିଳା, ଓବିସି ଓ ସଂଖ୍ୟାଲଘୁ ଆଦି ବର୍ଗର ପ୍ରତିନିଧିତ୍ଵ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ଉକ୍ତ ତାଲିକା ଗୁଡିକରୁ ଏଆଇସିସି ଜଣଙ୍କ ନାମ ସଭାପତି ଭାବେ ଘୋଷଣା କରିବ। ଏହି ପ୍ରକ୍ରିୟାକୁ ଯଥାସମ୍ଭବ ସ୍ଵଚ୍ଛ ଓ ନିରପେକ୍ଷ କରିବାକୁ ଏଆଇସିସି ତରଫରୁ ପରାମର୍ଶ ଦିଆଯାଇଛି। ଫଳରେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଯୋଗ୍ୟ ତଥା ଦକ୍ଷ ବ୍ୟକ୍ତି ଦଳର ସାଂଗଠନିକ ନେତୃତ୍ୱ ନେବେ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାକୁ ଯଥା ସମ୍ଭବ ଗଣତାନ୍ତ୍ରିକ ଓ ପୂର୍ଣ୍ଣାଙ୍ଗ କରିବା ପାଇଁ ଆବଶ୍ୟକ ସ୍ଥଳେ ପର୍ଯ୍ୟବେକ୍ଷକ ମାନେ ଅସୁସ୍ଥ ଓ ବୟୋବୃଦ୍ଧ ନେତୃବୃନ୍ଦଙ୍କ ଘରକୁ ଯାଇ ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖରେ ସରିବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମଙ୍ଗଳବାର ମଧ୍ୟ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସିବେ।
ଆଜିର ପ୍ରେସବାର୍ତ୍ତାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସୃଜନ ଅଭିଯାନର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏଆଇସିସି ୱାର ରୁମ୍ ଓଡ଼ିଶା ସଂଯୋଜକ ହିତେଶ ମତୁୱାନି, ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ଓଡ଼ିଶା ୱାର ରୁମ୍ ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ଭିତ୍ତିଭୂମି ଉପାଧ୍ୟକ୍ଷ ପ୍ରଦୀପ ମହାପାତ୍ର, ୱାର ରୁମ୍ ସଦସ୍ୟ ତରୁଣ ମିଶ୍ର, ବାଙ୍କନିଧି ବେହେରା, ଶାନ୍ତନୁ ସାହୁ, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ ଜିଲ୍ଲା ସଭାପତି ଭକ୍ତ ଦାସ ସଂଗଠନ ସୃଜନ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

ଡିଏଭି କଳିଙ୍ଗ ନଗର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ-୨୦୨୫ ପ୍ରଦାନ

September 1, 2025
Latest News

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

ଡିଏଭି କଳିଙ୍ଗ ନଗର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ-୨୦୨୫ ପ୍ରଦାନ

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.