Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ
ଜାତୀୟ ଖବର

Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ

September 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Semicon India 2025
Semicon India 2025: ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କଲେ ମନ୍ତ୍ରୀ ବୈଷ୍ଣବ

Semicon India 2025: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସେମିକନ ଇଣ୍ଡିଆ 2025 ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ 32-ବିଟ୍ ପ୍ରୋସେସର୍ ଚିପ୍ ପ୍ରଦାନ କରିଛନ୍ତି। ଫଳରେ ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କଲା।

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, “ଆଜି ପାଞ୍ଚଟି ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଗୋଟିଏ ୟୁନିଟ୍ ର ପାଇଲଟ୍ ଲାଇନ ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି। ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କରିଛୁ। ଆଗାମୀ ମାସଗୁଡ଼ିକରେ ଆଉ ଦୁଇଟି ୟୁନିଟ୍ ଉତ୍ପାଦନ ଆରମ୍ଭ କରିବ। ଆଉ ପାଞ୍ଚଟି ଅତିରିକ୍ତ ୟୁନିଟ୍ ର ଡିଜାଇନ୍ କାମ ଅଗ୍ରଗତି କରୁଛି। ଚିପ୍ ନିର୍ମାଣ ପାଇଁ ଇକୋସିଷ୍ଟମ୍ ପାର୍ଟନରମାନେ ସମସ୍ତେ ଏଠାରେ ଅଛନ୍ତି ବୋଲି ସେ କହିଥିଲେ।

ସେ ଜୋର ଦେଇ କହିଛନ୍ତି ଯେ ଭାରତ ଏକ ଅନିଶ୍ଚିତ ବିଶ୍ୱ ପରିବେଶରେ ସ୍ଥିରତାର ଏକ ଆଲୋକପଥ ଭାବରେ ଉଭା ହେଉଛି। “ଆମେ ଅଭୂତପୂର୍ବ ସମୟ ଦେଇ ଗତି କରୁଛୁ। ବିଶ୍ୱସ୍ତରୀୟ ନୀତିଗତ ଅସ୍ଥିରତା ବିରାଟ ଅନିଶ୍ଚିତତା ସୃଷ୍ଟି କରିଛି। ଏହି ଅସ୍ଥିର ସମୟରେ, ଭାରତ ସ୍ଥିରତା ଏବଂ ଅଭିବୃଦ୍ଧିର ଏକ ଆଲୋକସ୍ଥଳ ଭାବରେ ଠିଆ ହୋଇଛି ବୋଲି ଅଶ୍ବିନୀ ବୈଷ୍ଣବ କହିଥିଲେ।

ମିଶନର ପ୍ରାରମ୍ଭିକ ଦିନଗୁଡ଼ିକୁ ମନେ ପକାଇ ମନ୍ତ୍ରୀ କହିଥିଲେ, “କିଛି ବର୍ଷ ପୂର୍ବେ, ଆମେ ପ୍ରଥମ ଥର ପାଇଁ ଏହି ନୂତନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଏକାଠି ହୋଇଥିଲୁ। ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ଆମେ ଭାରତ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିଥିଲୁ। ଆମେ ବିଶ୍ୱସ୍ତରୀୟ ପ୍ରସିଦ୍ଧ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିଥିଲୁ। ସେମାନଙ୍କୁ ଏକାଠି କରି କାର୍ଯ୍ୟାନ୍ୱୟନ ଉପରେ ଯାତ୍ରା ଆରମ୍ଭ କରିଥିଲୁ। ଆଜି ଆମେ ଏଠାରେ ଅଛୁ – ମାତ୍ର ସାଢ଼େ ତିନି ବର୍ଷ ମଧ୍ୟରେ – ବିଶ୍ୱ ଆତ୍ମବିଶ୍ୱାସର ସହିତ ଭାରତକୁ ଦେଖୁଛି ବୋଲି ସେ କହିଛନ୍ତି।

Read More– A landmark Memorandum of Understanding (MoU) was signed between two of India’s leading institutions – Indian Railways (IR), one the largest rail networks in the world & SBI…(CLICK HERE)

Semicon India 2025 Semiconductor ସେମିକଣ୍ଡକ୍ଟର ସେମିକନ ଇଣ୍ଡିଆ 2025
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.