Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି
ଜାତୀୟ ଖବର

ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି

September 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ମଣ୍ଡଳ ଅଦଳବଦଳ
ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି

ଭୁବନେଶ୍ବର: କେବେ ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ସମୟରେ ଏ ନେଇ ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ଆଲୋଚନା କରିଯାଉଛନ୍ତି। ହେଲେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହୋଇପାରୁ ନାହିଁ। ତେବେ ବିଭିନ୍ନ ସମୟରେ ବିଜେପି ସରକାର ଏହାକୁ ନେଇ ସମାଲୋଚିତ ହେବା ପରେ ବର୍ତ୍ତମାନ କୁଆଡେ ସବୁ କିଛି ଚୁଡାନ୍ତ ହୋଇଯାଇଛି ବୋଲି ଜଣାପଡିଛି।

ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକାଠି କଥା ହେବା ପରେ ଏହି ତାଲିକା ଚୁଡାନ୍ତ ହୋଇଥିବ ବୋଲି ଅନୁମାନ କରାଯାଉଛି। ତେଣୁ ଏହାର କେନ୍ଦ୍ରୀୟ ଅନୁମୋଦନ ପାଇଁ ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇଛନ୍ତି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେମାନେ ଦିଲ୍ଲୀରୁ ଫେରିବା ପରେ ଚଳିତ ମାସରେ ଏହି ଅଦଳବଦଳ ହେବ ବୋଲି ଚର୍ଚ୍ଚା ଚାଲିଛି। ସେହିପରି ନିଗମ ଅଧ୍ୟକ୍ଷ ପଦ ମଧ୍ୟ ନିଷ୍ପତି ହୋଇସାରିଛି। ଏହି ପଦ ପାଇଁ ମଧ୍ୟ ଦଳ ମଧ୍ୟରେ ଘଣ୍ଟାଚକଟା ଚଲିଛି। କାହାକୁ ରଖିବେ କେଉଁଠି ରଖିବେ ସେ ନେଇ ମଧ୍ୟ କୌଣସି ନିଷ୍ପତି ଦଳ କରିପାରୁ ନାହିଁ। ଫଳରେ ନିଗମ ପଦ ନେଇ ମଧ୍ୟ ବିଜେପି ସରକାର ସମାଲୋଚିତ ହେବାରେ ଲାଗିଛି।

ତେବେ ଉଭୟ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳସହିତ ନିଗମ ଅଧ୍ୟକ୍ଷ ପଦ ମଧ୍ୟ ଘୋଷଣା ହେବ। ହେଲେ କେଉଁଟି ଆଗ କରିବେ ସେ ନେଇ ମଧ୍ୟ ରାଜ୍ୟ ନେତୃତ୍ବ ଦ୍ହନ୍ଦରେ ପଡିଛନ୍ତି। ତେବେ ବିଶେଷ ସୁତ୍ର ଅନୁସାରେ ଆଗେ ମନ୍ତ୍ରୀମଣ୍ଡଳ ଅଳବଦଳ କରିଦିଆଯିବ ବୋଲି ନିଷ୍ପତି ହୋଇଛି। ଏହାର ମାସକ ପରେ ନିଗମ ଘୋଷଣା କରାଯିବ। ଯଦି ଏଥିରେ କିଛି ପରିବର୍ତ୍ତନ ହୁଏ ତେବେ ନିଗମ ଆଗେ ଘୋଷଣା କରିଦିଆଯାଇପାରେ।

ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳ ଅଦଳବଦଳରେ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯିବ ବୋଲି ଜଣାପଡିଛି। ସେହିପରି କେତେକଙ୍କୁ ଏଥିରେ ସ୍ଥାନିତ କରିବା ନିଶ୍ଚିତ। ତେବେ ଏହି ଅଦଳ ବଦଳ କିପରି ହେବ ସେ ନେଇ ଏକ ସୁତ୍ର ବାହାର କରାଯାଇଛି।ସେହି ସୁତ୍ର ଅନୁସାରେ ପ୍ରଥମେ ସମସ୍ତଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇପାରେ। ଇସ୍ତଫା ଗୃହିତ ହେବା ପରେ ନୂଆ ମନ୍ତ୍ରୀ ମଣ୍ଡଳ ତାଲିକ ପ୍ରକାଶ କରାଯିବ। ଏଥିରେ ମୋହନ ଓ ମନମୋହନ ଚାହୁଥିବା ବିଧାୟକଙ୍କ ସାମିଲ କରାଯିବ।

ଯେଉଁଦିନ ମନ୍ତ୍ରୀ ଇସ୍ତଫା ଦେବେ ସେହିଦିନ ତାହା ଗୃହିତ ହେବ ଏବଂ ସେହିଦିନ ନୂଆ ମନ୍ତ୍ରୀ ତାଲିକ ଘୋଷଣା ହେବ। ଯଦି ସମ୍ଭବ ସେହି ଦିନ ସଂଧ୍ୟାରେ ଶପଥ ପାଠ କରାଯିବ ବୋଲି ଜଣାପଡିଛି। ଏହି ଖବର ପ୍ରକାଶ ପାଇବା ପରେ ଅନେକ ମନ୍ତ୍ରୀଙ୍କ ଛାତି ଧଡଧଡ ହେବାରେ ଲାଗିଛି।

ମନ୍ତ୍ରୀ ମଣ୍ଡଳ ଅଦଳବଦଳ ମୋହନ ମାଝ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026
Latest News

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ?

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.