Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି, ଓଡିଶା ପାଇଁ ଖୁସି ଖବର ବୋଲି କହିଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି, ଓଡିଶା ପାଇଁ ଖୁସି ଖବର ବୋଲି କହିଲେ ମୁଖ୍ୟମନ୍ତ୍ରୀ

September 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି
କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି, ଓଡିଶା ପାଇଁ ଖୁସି ଖବର ବୋଲି କହିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ଜିଏସଟି ପରିଷଦ ବୈଠକରେ ବହୁ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିଯାଇଛି। ଏହି ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦୁପତ୍ରରୁ ଜିଏସଟି ହ୍ରାସ ଓଡିଶା ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରମାନଙ୍କୁ ବୀମାଭୁକ୍ତ ହେବା ନିମନ୍ତେ ଉତ୍ସାହିତ କରିବ । କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରିବା ଆମ ରାଜ୍ୟ ତଥା ଦେଶର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏହା ଦ୍ବାରା କେନ୍ଦୁପତ୍ରର ବିକ୍ରି ବଢିବ ଓ କେନ୍ଦୁପତ୍ର ତୋଳାଳିଙ୍କ ଉପାର୍ଜନ ବଢିବା ସହ ସେମାନେ ଉଚିତ ମୂଲ୍ୟ ପାଇବେ । ଏହା ଦ୍ବାରା ରାଜ୍ୟର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳିମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥାମାନଙ୍କ ପାଖରୁ ସଠିକ ସମୟରେ ସଠିକ ମୂଲ୍ୟ ପାଇ ପାରିବେ ।

ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ଅଟେ । ବିଭିନ୍ନ କୃଷି ପ୍ରକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, Roller, ଯନ୍ତ୍ରପାତି , ଟ୍ରାକ୍ଟର ଓ ଏହାର ଅମଳ କାମରେ ଲାଗୁଥିବା ଯନ୍ତ୍ର, tyre ତଥା ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ନିମନ୍ତେ ପଦକ୍ଷେପ, କୃଷକମାନଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥ‌ିବା ଖର୍ଚ୍ଚ କମାଇବ । ଏହା ଗ୍ରାମୀଣ ଲୋକଙ୍କ ଆୟ ବଢାଇବ ଓ ଜାତୀୟ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ ।

ପାନ ମସଲା, ବିଡି, ଓ ତମାଖୁଜାତ ଦ୍ରବ୍ୟ କୁ ଛାଡି ଅନ୍ୟ ସବୁ ଦ୍ରବ୍ୟ ଉପରୁ Compensation Cess କୁ ୨୨ ସେପ୍ଟେମ୍ବର, ୨୦୨୫ ତାରିଖରୁ ଉଠାଇ ଦିଆଯାଉଛି। ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରେ କର ହ୍ରାସ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମାନଙ୍କ ଉପଯୁକ୍ତ ଚିକିତ୍ସାରେ ସହାୟକ ହେବ । ଏହାବ୍ୟତୀତ ଦ୍ରବ୍ୟ ଓ ସେବାକର ହାରରେ ପରିବର୍ତ୍ତନ କରାଯାଇ 12 ଓ 28 ପ୍ରତିଶତ କର ହାରକୁ ଉଚ୍ଛେଦ କରା ଯାଇ ଅଧିକାଂଶ ଦ୍ରବ୍ୟ ଓ ସେବା ଉପରେ 5 ଓ 18 ପ୍ରତିଶତ ହାରରେ କର ଆଦାୟ କରିବାର ନିଷ୍ପତ୍ତି ସ୍ବାଗତ ଯୋଗ୍ୟ ।

ଔଷଧ, ଦୁଗ୍ଧ-ଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନ୍ୟ ପ୍ରାୟ 150 ରୁ ଅଧିକ ସାମଗ୍ରୀ ଯଥା ୨୫୦୦ ଟଙ୍କାରୁ କମ ମୂଲ୍ୟ ର ବସ୍ତ୍ର ସାମଗ୍ରୀ ଓ ଜୋତା, ସଂରକ୍ଷିତ କରାଯାଇଥିବା ମାଛ/ ମାଂସ/ ଚିଙ୍ଗୁଡି/ କଙ୍କଡା/ ଛତୁ/ଜାମ/ ଜେଲୀ/ ଫଳରସ, ପ୍ୟାକ ହୋଇଥିବା Namkeen /Bhujia /Mixture / ସୋୟା ବଡି /ବିରି ଓ ମୁଗ ବଡି, ମଧୁମେହ ରୋଗୀଙ୍କ ଖାଦ୍ୟ, ଗାଲିଚା, ଥର୍ମୋମିଟର, Geometry Box, Toothpaste, TV, ଛତା, ବାସନ କୁସନ, ସିଲାଇ ମେସିନ, Bicycle, ପାନିଆ, ମୁଣ୍ଡ କଣ୍ଟା, ସାମ୍ପୂ, କେଶ ତୈଳ, Shaving କ୍ରୀମ ଉପରୁ କର ହ୍ରାସ ହୋଇଛି; ଯାହା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ଏବଂ ସେମାଙ୍କର ଜୀବନ ଧାରଣର ମାନରେ ଉନ୍ନତି ଘଟିବ । ପ୍ୟାକ ହୋଇଥ‌ିବା ଛେନା ବା ପନିର, Pencil, Eraser, Map, Atlas କୁ କର ମୁକ୍ତ କରାଯିବ ।

ବ୍ୟାପକ କର ହାର ସଂଶୋଧନର ଏକ ଅଂଶ ଭାବରେ ୧୫୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଦୁଇ ସ୍ଲାବ୍ ଟିକସ ଢାଞ୍ଚା ଉପରେ ଜିଏସଟି ପରିଷଦ ବିଚାର ବିମର୍ଶ କରି ନିଷ୍ପତ୍ତି ନେଇଛି।

କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି ଜିଏସଟି
Share. Facebook Twitter LinkedIn Email WhatsApp Copy Link

Related Posts

“ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା

September 4, 2025

ଜିଏସଟି ସଂସ୍କାରକୁ ନେଇ ବିଭିନ୍ନ ଶିଳ୍ପ ସଂଗଠନର ସ୍ବାଗତ

September 4, 2025

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

September 4, 2025
Latest News

ଚୋରି ହନୁମାନ ଗଦା ଉଦ୍ଧାର, ଦୁଇ ଗିରଫ

September 4, 2025

କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି, ଓଡିଶା ପାଇଁ ଖୁସି ଖବର ବୋଲି କହିଲେ ମୁଖ୍ୟମନ୍ତ୍ରୀ

September 4, 2025

“ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା

September 4, 2025

ଜିଏସଟି ସଂସ୍କାରକୁ ନେଇ ବିଭିନ୍ନ ଶିଳ୍ପ ସଂଗଠନର ସ୍ବାଗତ

September 4, 2025

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.