ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷି ଯନ୍ତ୍ରପାତି ପାଇଁ ସଦ୍ୟତମ ଜିଏସଟି (ଦ୍ରବ୍ୟ ଏବଂ ସେବା ଟିକସ) ସଂସ୍କାର ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଟ୍ରାକ୍ଟର ଆଣ୍ଡ ମେକାନାଇଜେସନ୍ ଆସୋସିଏସନ୍ (ଟି. ଏମ୍. ଏ.), କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂଘ (ଏ. ଏମ୍. ଏମ୍. ଏ.), ଅଖିଳ ଭାରତୀୟ କମ୍ବାଇନ୍ ମାନୁଫାକ୍ଚରର୍ସ ଆସୋସିଏସନ୍ (ଏ.ଆଇ.ସି.ଏମ୍.ଏ. ଏବଂ ପାୱାର ଟିଲର ଆସୋସିଏସନ୍ ଅଫ୍ ଇଣ୍ଡିଆ (ପି.ଟି.ଏ.ଆଇ.) ର ପ୍ରତିନିଧିମାନେ ବ୍ୟକ୍ତିଗତ ଭାବେ ଏବଂ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।
ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ଚୌହାନ ଜିଏସଟି ହାର ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଲୋଚନାର ବିବରଣୀ ସେୟାର କରିଥିଲେ। ସେ କହିଥିଲେ ଯେ କୃଷି ଯନ୍ତ୍ରପାତି ଉପରେ ଜିଏସଟି, ଯାହା ପୂର୍ବରୁ ୧୨ ପ୍ରତିଶତ ଏବଂ ୧୮ ପ୍ରତିଶତ ଥିଲା, ଏବେ ସେପ୍ଟେମ୍ବର ୨୨ରୁ ହ୍ରାସ ପାଇ ୫ ପ୍ରତିଶତରେ ପହଞ୍ଚିଛି। ଏହି ହ୍ରାସ ସିଧାସଳଖ କୃଷକମାନଙ୍କୁ ଲାଭାନ୍ୱିତ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ, ଯେଉଁଥିପାଇଁ ଉଭୟ ଉତ୍ପାଦକତା ବୃଦ୍ଧି ଏବଂ ବ୍ୟୟ ହ୍ରାସ ଆବଶ୍ୟକ, ଏବଂ ଉଭୟ ଲକ୍ଷ୍ୟ ହାସଲ କରିବା ଲାଗି କୃଷିର ଯାନ୍ତ୍ରିକୀକରଣ ଗୁରୁତ୍ୱପୂର୍ଣ୍ଣ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ବୈଠକ ସମୟରେ ଯନ୍ତ୍ରପାତି ନିର୍ମାତା ସଂଘର ସମସ୍ତ ପ୍ରତିନିଧିଙ୍କୁ କୁହାଯାଇଥିଲା ଯେ ସେପ୍ଟେମ୍ବର ୨୨ରୁ ହ୍ରାସ କରାଯାଇଥିବା ଜିଏସଟି ହାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ସିଧାସଳଖ କୃଷକମାନଙ୍କୁ ଲାଭାନ୍ୱିତ କରିବ । ଶ୍ରୀ ଚୌହାନ କହିଥିଲେ ଯେ ଜିଏସଟି ହାର ହ୍ରାସ ଏକ ବଡ଼ ପଦକ୍ଷେପ, ଯାହାର ବ୍ୟାପକ ପ୍ରଭାବ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ହ୍ରାସ ବିଷୟରେ ସୂଚାଇ ସେ କହିଥିଲେ :
ଗୋଟିଏ ୩୫ ଏଚପି ଟ୍ରାକ୍ଟର ଏବେ ୪୧,୦୦୦ ଟଙ୍କା ଶସ୍ତା ହେବ,
ଗୋଟିଏ ୪୫ ଏଚପି ଟ୍ରାକ୍ଟର ଏବେ ୪୫,୦୦୦ ଟଙ୍କା ଶସ୍ତା ହେବ,
ଗୋଟିଏ ୫୦ଏଚପି ଟ୍ରାକ୍ଟର ଏବେ ୫୩,୦୦୦ ଟଙ୍କା ଶସ୍ତା ହେବ,
ଗୋଟିଏ ୭୫ ଏଚପି ଟ୍ରାକ୍ଟର ଏବେ ୬୩,୦୦୦ ଟଙ୍କା ଶସ୍ତା ହେବ
ଏପରିକି ଉଦ୍ୟାନ କୃଷି ଏବଂ ଘାସକଟା କାର୍ଯ୍ୟରେ ବ୍ୟବହୃତ ଛୋଟ ଟ୍ରାକ୍ଟରଗୁଡ଼ିକର ମୂଲ୍ୟ ହ୍ରାସ ପାଇବ। ଗୋଟିଏ ୪-ଧାଡ଼ି ଧାନ ରୁଆ ଯନ୍ତ୍ର ଏବେ ୧୫,୪୦୦ ଟଙ୍କା ଶସ୍ତା ହେବ, ଯେତେବେଳେ କି ଘଣ୍ଟା ପ୍ରତି ୪-ଟନ୍-ବହୁ-ଫସଲ ଅମଳ ଯନ୍ତ୍ର ମୂଲ୍ୟ ୧୪,୦୦୦ ଟଙ୍କା କମ୍ ହେବ। ଗୋଟିଏ ୧୩-ଏଚପି ପାୱାର ଟିଲରର ମୂଲ୍ୟ ମଧ୍ୟ ୧୧,୮୭୫ ଟଙ୍କା ଶସ୍ତା ହେବ।
ଆହୁରି ମୂଲ୍ୟ ହ୍ରାସ ମଧ୍ୟରେ ରହିଛି :
ପାୱାର ୱିଡର (୭୫ଏଚ ପି): ୫୪୯୫ ଟଙ୍କା ଶସ୍ତା
ଟ୍ରେଲର୍ (୫ ଟନ୍ କ୍ଷମତା): ୧୦,୫୦୦ ଟଙ୍କା ଶସ୍ତା
ସିଡ୍-କମ୍-ଫର୍ଟିଲାଇଜର୍ ଡ୍ରିଲ୍ (୧୧ ଧାଡି): ୩୨୨୦ ଟଙ୍କା ଶସ୍ତା
ସିଡ୍-କମ୍-ଫର୍ଟିଲାଇଜର୍ ଡ୍ରିଲ୍ (୧୩ ଧାଡି): ୪୩୭୫ ଟଙ୍କା ଶସ୍ତା
ହାରଭେଷ୍ଟର କମ୍ବାଇନ୍ କଟର୍ ବାର୍ (୧୪ ଫୁଟ): ୨୧,୮୭୫ ଟଙ୍କା ଶସ୍ତା
ସୁପର ସିଡର (୮ ଫୁଟ): ୧୬,୮୭୫ ଟଙ୍କା ଶସ୍ତା
ହାପି ସିଡର (୧୦ ଧାଡି): ୧୦,୬୨୫ ଟଙ୍କା ଶସ୍ତା
ରୋଟାଭେଟର (୬ ଫୁଟ) ୭୮୧୨ ଟଙ୍କା ଶସ୍ତା
ବାଲର ବର୍ଗ (୬ ଫୁଟ) ୯୩,୭୫୦ ଟଙ୍କା ଶସ୍ତା
ମଲଚର (୮ ଫୁଟ) ୧୧,୫୬୨ ଟଙ୍କା ଶସ୍ତା
ନ୍ୟୁମେଟିକ୍ ପ୍ଲାଣ୍ଟର (୪-ଧାଡ଼ି) ୩୨,୮୧୨ ଟଙ୍କା ଶସ୍ତା
ଟ୍ରାକ୍ଟର-ମାଉଣ୍ଟେଡ୍ ସ୍ପ୍ରେୟର (୪୦୦-ଲିଟର କ୍ଷମତା) ୯୩୭୫ ଟଙ୍କା ଶସ୍ତା
ଶ୍ରୀ ଚୌହାନ ଘୋଷଣା କରିଥିଲେ ଯେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକାଧିକ ଯୋଗାଯୋଗ ମାଧ୍ୟମ ଜରିଆରେ ଏହି ସୁବିଧାଗୁଡ଼ିକ ସମ୍ପର୍କରେ ବ୍ୟାପକ ଭାବେ ସୂଚନା ପ୍ରସାରିତ କରିବେ।
ମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଯେଉଁ କଷ୍ଟମ ନିଯୁକ୍ତି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ କମ୍ ମୂଲ୍ୟରେ ମେସିନ୍ ପାଇବେ, ସେମାନେ କୃଷକମାନଙ୍କ ପାଇଁ ସୁଲଭତା ସୁନିଶ୍ଚିତ କରିବା ପାଇଁ ଭଡ଼ା ହାର ହ୍ରାସ କରିବା ଆବଶ୍ୟକ ।
ଅକ୍ଟୋବର ୩ ରୁ ରବି ଫସଲ ପାଇଁ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ର ଆଗାମୀ ଦ୍ୱିତୀୟ ପର୍ଯ୍ୟାୟରେ ଜିଏସଟି ହାର ହ୍ରାସ ବିଷୟରେ ସୂଚନା କୃଷକମାନଙ୍କୁ ଅବଗତ କରାଯିବ, ଯାହା ଦ୍ୱାରା ସେମାନେ ଉନ୍ନତ ଚାଷ ପାଇଁ ଏହାର ସର୍ବୋତ୍ତମ ବ୍ୟବହାର କରିପାରିବେ।
ଶ୍ରୀ ଚୌହାନ କହିଥିଲେ ଯେ କୃଷି ଯାନ୍ତ୍ରିକୀକରଣକୁ ସୁଦୃଢ଼ କରିବା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ସମୟରେ ଉତ୍ପାଦନକାରୀ ସଂଘଗୁଡ଼ିକର ପରାମର୍ଶ ଉପରେ ବିଚାର କରାଯିବ ମଧ୍ୟସ୍ଥିମାନଙ୍କ ଭୂମିକାକୁ ସର୍ବନିମ୍ନ କରିବା ଏବଂ କୃଷକମାନଙ୍କୁ ଜିଏସଟି ସଂସ୍କାରର ସିଧାସଳଖ ଲାଭ ସୁନିଶ୍ଚିତ କରିବା ଲାଗି ସେ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ ।
କୃଷି ଯନ୍ତ୍ରପାତି ସଂଘର ପ୍ରତିନିଧିମାନେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ, ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଶ୍ୱସ୍ତତାର ସହ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ କୃଷକ କଲ୍ୟାଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବୈଠକ ପରେ ଶ୍ରୀ ଚୌହାନ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣକାରୀଙ୍କ ସହ ଯୋଗ ଦେଇ କୃଷକମାନଙ୍କ ସମୃଦ୍ଧି ପାଇଁ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଥିଲେ।
କୃଷି ସଚିବ ଡକ୍ଟର ଦେବେଶ ଚତୁର୍ବେଦୀ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।