Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ: ଉପରାଷ୍ଟ୍ରପତି
ଜାତୀୟ ଖବର

ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ: ଉପରାଷ୍ଟ୍ରପତି

September 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Vice President of India
ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଛା ବଛା ଭାଷଣର ଚତୁର୍ଥ ଏବଂ ପଞ୍ଚମ ଖଣ୍ଡକୁ ଉନ୍ମୋଚନ କରିଛନ୍ତି। ଜୁନ୍ ୨୦୨୨ରୁ ମେ ୨୦୨୩ ଏବଂ ଜୁନ୍ ୨୦୨୩ରୁ ମେ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭାଷଣ ସବୁ ଏଥିରେ ସ୍ଥାନ ପାଇଛି। ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଶୀର୍ଷକ ଏହି ସଂକଳନଗୁଡ଼ିକ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ହୋଇଛି।

ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆତ୍ମନିର୍ଭର ଭାରତର ସଂକଳ୍ପ ଦେଶକୁ ପ୍ରତିରକ୍ଷା, ମହାକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ବିକାଶର ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିଛି। ଏକ ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ମଧ୍ୟ ନିର୍ମିତ ହୋଇଥାଏ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ।

ମାତୃଭାଷାରେ ଗୁଣାତ୍ମକ ଶିକ୍ଷା, ସ୍ୱଚ୍ଛ ପାନୀୟ ଜଳ, ପରିମଳ, ସୁଗମ ସ୍ୱାସ୍ଥ୍ୟସେବା, ଦାରିଦ୍ର୍ୟ ଦୂରୀକରଣ, ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ କାର୍ଯ୍ୟ ୧୪୦ କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉପକରଣ ବୋଲି ଉପରାଷ୍ଟ୍ରପତି ଆଲୋକପାତ କରି କହିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳି ଆସି ସମ୍ମାନର ସହିତ ଜୀବନଯାପନ କରିବାରେ ସକ୍ଷମ କରିଛି। ଯେତେବେଳେ କୌଣସି ଘରେ ଶୌଚାଳୟ ନିର୍ମାଣ କରାଯାଏ, ଏହା ପରିବାରର ସମସ୍ତଙ୍କ ପାଇଁ ମର୍ଯ୍ୟାଦା ସୁନିଶ୍ଚିତ କରେ । ଉପରାଷ୍ଟ୍ରପତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହାର ଗଣମାଧ୍ୟମ ବିଭାଗ ପ୍ରକାଶନ ଡିଭିଜନ ଦଳକୁ ଏହି ପ୍ରକାଶନ ପାଇଁ ଅଭିନନ୍ଦନ ଜଣାଇଥିଲେ।

କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୀତିରେ ନିଃସ୍ୱାର୍ଥପର ସେବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ସେ କହିଥିଲେ, ପ୍ରଧାନମନ୍ତ୍ରୀ ରାଜନୀତିକୁ ଲୋକଙ୍କ ସେବାର ଏକ ମାଧ୍ୟମ କରିଛନ୍ତି ଏବଂ ଶାସନରେ ତାଙ୍କର ସମାବେଶୀ ଆଭିମୁଖ୍ୟ ଜରିଆରେ ଉଲ୍ଲେଖନୀୟ ଫରକ ଆଣି ପାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏକ ପ୍ରେରଣା କାରଣ ସେ ସମାଜ, ସେବା ଏବଂ ଦେଶକୁ ନିଜଠାରୁ ଉପରେ ରଖନ୍ତି। କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ନୂତନ ସଂକଳନ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତନକାରୀ ଆଭିମୁଖ୍ୟକୁ ବୁଝିବା ପାଇଁ ଗବେଷକଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ କାର୍ଯ୍ୟ କରିବ।

ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ଜଣେ ଶ୍ରେଷ୍ଠ ଯୋଗାଯୋଗକାରୀ ଭାବରେ ବର୍ଣ୍ଣନା କରିଥିଲେ । ସେ ଉଲ୍ଲେଖ କରିଥିଲେ, ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରତ୍ୟେକ ଯୋଜନାର ନାମକରଣ କରିବାରେ ମଧ୍ୟ ସେ ସର୍ବାଧିକ ଯତ୍ନବାନ ହୁଅନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି, ଏହି ପୁସ୍ତକଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ଶାସନ ମଡେଲ ଉପରେ ପ୍ରାମାଣିକ ସନ୍ଦର୍ଭ ସାମଗ୍ରୀ ପ୍ରଦାନ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପୁସ୍ତକଗୁଡ଼ିକ ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବରେ ପ୍ରମାଣିତ ହେବ, ଯାହା ପାଠକମାନଙ୍କୁ ସରକାରଙ୍କ ସମାବେଶୀ ଏବଂ ସଂସ୍କାର ଆଧାରିତ ଏଜେଣ୍ଡା ଉପରେ ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବ।

ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ ସଂକଳନ ବିଷୟରେ

ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଛାବଛା ଅଭିଭାଷଣର ଏକ ସଂକଳନ। ଏହି ପୁସ୍ତକଗୁଡ଼ିକରେ ଅନ୍ୟାନ୍ୟ ବିଷୟବସ୍ତୁ ସହିତ ଜଣେ ପ୍ରଧାନମନ୍ତ୍ରୀ କିପରି ସମ୍ମୁଖରୁ ନେତୃତ୍ୱ ନିଅନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ଜନସାଧାରଣକୁ ଆହ୍ୱାନ କରନ୍ତି ତାହା ଉପରେ ଆଲୋକପାତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ କିମ୍ବା ତାଙ୍କ ଭାଷଣ ପ୍ରେରଣାଦାୟକ ହେବା ସହିତ, ଭୁଲ କିମ୍ବା ତ୍ରୁଟିକୁ ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରେ।

କୌଣସି ଭାଷଣ ସଂକଳନରେ ମୂଳତଃ ତତ୍କାଳୀନ ସମୟର ପ୍ରତିଫଳନ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନେତୃତ୍ୱ କାଳରେ ବର୍ଷ ବର୍ଷ ଧରି ବିଭିନ୍ନ ବିଷୟରେ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଛନ୍ତି। ତାଙ୍କର ସ୍ପଷ୍ଟତା, ଦୃଢ଼ ବିଶ୍ୱାସ ଏବଂ ଜନସାଧାରଣଙ୍କ ସହିତ ଗଭୀର ସମ୍ପର୍କ ମାଧ୍ୟମରେ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଏହି ସଂକଳନଗୁଡ଼ିକରେ ଭାରତର ବିକାଶ ଗାଥାର ବିଭିନ୍ନ ଦିଗକୁ ସ୍ପର୍ଶ କରୁଥିବା ଭାଷଣର ଏକ ବିସ୍ତୃତ ପରିସର ଅନ୍ତର୍ଭୁକ୍ତ।

ଚତୁର୍ଥ ଖଣ୍ଡରେ ଜୁନ୍‌ ୨୦୨୨ରୁ ମେ ୨୦୨୩ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରୁ ବଛା ବଛା ୮୮ଟି ଅଭିଭାଷଣ ସ୍ଥାନିତ ହୋଇଛି। ଏଗୁଡ଼ିକୁ ୧୧ଟି ଅଧ୍ୟାୟରେ ବିଭକ୍ତ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନିଜର ଦୃଷ୍ଟିକୋଣ ଉଲ୍ଲେଖ କରିବା ସହିତ ୨୦୪୭ ସୁଦ୍ଧା ଏକ ଦୃଢ଼, ସମୃଦ୍ଧ ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାର ସ୍ପଷ୍ଟ ରୂପରେଖ ନିର୍ଦ୍ଧାରଣ କରିଛନ୍ତି। ପଞ୍ଚମ ଖଣ୍ଡରେ ଜୁନ୍‌ ୨୦୨୩ରୁ ମେ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ୯୧ଟି ଭାଷଣ ସ୍ଥାନ ପାଇଛି । ଏଥିରେ ଜି-୨୦ ଠାରୁ ଆରମ୍ଭ କରି ମନ କୀ ବାତ୍‌ ପର୍ଯ୍ୟନ୍ତ ୧୧ଟି ଅଧ୍ୟାୟ ରହିଛି। ଏହି ପୁସ୍ତକରେ ସ୍ଥାନିତ ଭାଷଣଗୁଡ଼ିକରେ, ପ୍ରଧାନମନ୍ତ୍ରୀ ଭାରତର ସଶକ୍ତିକରଣ, ଏହାର ବିସ୍ତାରିତ ବିଶ୍ୱ ଭୂମିକା ଏବଂ ମହିଳା ଓ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି।

ଉପରାଷ୍ଟ୍ରପତିଙ୍କ ସଚିବ ଅମିତ ଖାରେ, ପ୍ରକାଶନ ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କୈନ୍ଥୋଲା, ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଧୀରେନ୍ଦ୍ର ଓଝା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଗଣମାଧ୍ୟମ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଅଶ୍ୱିନୀ ବୈଷ୍ଣବ ଆତ୍ମନିର୍ଭର ଭାରତ ପ୍ରଧାନମନ୍ତ୍ରୀ ମୋଦୀ ସି. ପି. ରାଧାକୃଷ୍ଣନ୍
Share. Facebook Twitter LinkedIn Email WhatsApp Copy Link

Related Posts

୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ନବନିଯୁକ୍ତ ମାନଙ୍କୁ ଚାରୋଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

November 25, 2025

Khordha Road Division’s Record: ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ମାଲ ପରିବହନ

November 25, 2025

Samruddha Odisha Conclave: ୟୁସିସିଆଇଏଲ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

November 25, 2025

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025
Latest News

କଣ୍ଟେନର ସହିତ ବିପୁଳ ପରିମାଣର ଗୋ ମାଂସ ଜବତ, ଜାତୀୟ ରାଜପଥରୁ ଧରିଲା ବାଣପୁର ପୋଲିସ

November 25, 2025

ଭାରତର ବିକାଶ ଆଭିମୁଖ୍ୟ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱିତ ହେବା ଆବଶ୍ୟକ: ଅଖିଳ କୁମାର ମିଶ୍ର

November 25, 2025

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ନିୟମିତ ଚଳାଚଳ କରିବ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍

November 25, 2025

ଶିକ୍ଷକ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

November 25, 2025

ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ ବିଶାଳ କର୍ମଚାରୀ ସମାବେଶ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.