Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା
ଜାତୀୟ ଖବର

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
shivraj
ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ( ପିଏମ୍‍-କିସାନ୍‍) ଯୋଜନା ଅଧୀନରେ  ୨୧ତମ କିସ୍ତି ପ୍ରଦାନ କରାଯାଇଛି। ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବର୍ଷା, ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ୩ ରାଜ୍ୟର ଚାଷୀମାନଙ୍କୁ  ଏହି କିସ୍ତି ପ୍ରଦାନରେ ପ୍ରାଥମିକତା ଦିଆଯାଇଛି। ଏହି କିସ୍ତି ପ୍ରଦାନ ପାଇଁ ଆୟୋଜିତ ଭର୍ଚୁଆଲ  କାର୍ଯ୍ୟକ୍ରମରେ ପ୍ରଭାବିତ ତିନି ରାଜ୍ୟ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କୃଷିମନ୍ତ୍ରୀ, ସାଂସଦ ବରିଷ୍ଠ ପଦାଧିକାରୀଙ୍କ ସହ କୃଷକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ନିକଟ ଅତୀତରେ ବର୍ଷା ବିତ୍ପାତ ହେତୁ ତିନୋଟି ରାଜ୍ୟ ଭୟାବହ ବନ୍ୟା ଏବଂ ଭୂସ୍ଖଳନର ସମ୍ମୁଖୀନ ହୋଇ ବହୁ କ୍ଷୟକ୍ଷତି ସହିଛନ୍ତି। ଏହି ପରିସ୍ଥିତିରେ ଚାଷ କ୍ଷେତ୍ରରେ ବହୁତ କ୍ଷୟ କ୍ଷତି ହୋଇଥିବାରୁ, କୃଷକମାନେ ଓ ସେମାନଙ୍କ ପରିବାର ଖୁବ ଦୁଃଖର ସମୟ ଅତିବାହିତ କରୁଛନ୍ତି। ଏହି ସହାୟତା ସେମାନଙ୍କର ଏହି ଦୁଃଖକୁ ଲାଘବ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଜିର ପିଏମ୍‍-କିସାନ କିସ୍ତି ପ୍ରଦାନ ଅନେକ ଗୁରୁତ୍ୱ ବହନ କରୁଛି। ୨୭ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି କିସ୍ତି ଆକାରରେ ୫୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ୨ଲକ୍ଷ ୭୦ ହଜାର ମହିଳା ଚାଷୀ ରହିଛନ୍ତି। ସେମାନେ ଏହି ସହାୟତାକୁ ବ୍ୟବହାର କରି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆବଶ୍ୟକ  ସାହସ ଜୁଟାଇପାରିବେ ବୋଲି  ଆଶା କରାଯାଇଛି।

ଏହି କାର୍ଯ୍ୟକ୍ରମରେ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତ୍ୟେକ ପରିସ୍ଥିତିରେ ସରକାର ଚାଷୀଙ୍କ ସହିତ ଠିଆ ହେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ୨୦୦୦ ଟଙ୍କାର କିସ୍ତି ସହାୟତା ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କ ପରିବାର ଆବଶ୍ୟକତା ପୂରଣ କରିବାରେ, ପରବର୍ତ୍ତୀ ବିହନ ଚକ୍ର ପାଇଁ ବିହନ ଏବଂ ସାର କିଣିବାରେ ଏବଂ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେମାନଙ୍କର ଆତ୍ମବିଶ୍ୱାସ ଫେରାଇ ଆଣିବାରେ ସାହାଯ୍ୟ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆର୍ଥିକ ସହାୟତା ବ୍ୟତୀତ, ଏହି କିସ୍ତି ଏକ ଆଶ୍ୱାସନା ଯେ ସରକାର ପ୍ରତ୍ୟେକ ଚାଷୀଙ୍କ ପ୍ରତି ଯତ୍ନବାନ ଏବଂ ପ୍ରାକୃତିକ ପ୍ରତିକୂଳତା ବିରୁଦ୍ଧରେ ସେମାନଙ୍କ ସଂଘର୍ଷରେ କେହି ପଛରେ ରହିବେ ନାହିଁ।

ଭିଡିଓ କନଫରେନ୍ସିଂ ସମୟରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ତିନୋଟି ବନ୍ୟା ପ୍ରଭାବିତ ରାଜ୍ୟର ଚାଷୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ଏହି ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ ସମର୍ଥନ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଦର୍ଶାଯାଇଥିଲା। ଏହି ଚଳଚ୍ଚିତ୍ରଟି  https://rb.gy/w673av ଲିଙ୍କରେ ମାଧ୍ୟମରେ ଉପଲବ୍ଧ ହୋଇପାରିବ।

କୃଷିମନ୍ତ୍ରୀ ଚଳିତ ମାସର ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକୁ ମଧ୍ୟ ମନେ ପକାଇଥିଲେ, ଯେଉଁଠାରେ ସେ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ପାଇଁ ଯଥାକ୍ରମେ ୧୫୦୦ କୋଟି, ୧୬୦୦ କୋଟି ଏବଂ ୧୨୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ, ମୃତକ ଏବଂ ଆହତଙ୍କ ପରିବାର ପାଇଁ ଅନୁକମ୍ପା ରାଶି ସହିତ ଶିଶୁଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନା ଅଧୀନରେ ସହାୟତା ପ୍ରଦାନ କରାଯାଇଥିଲା। ପିଏମ୍‍-କିସାନର ୨୧ତମ କିସ୍ତିର ପ୍ରକାଶନ ଏହି ପଦକ୍ଷେପ ଉପରେ ଆଧାରିତ ଏବଂ ଚାଷୀ ପରିବାରକୁ ସେମାନଙ୍କ ଆବଶ୍ୟକତା ସମୟରେ ସମୟୋଚିତ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ପ୍ରତିଫଳିତ କରେ।

ଏହି କିସ୍ତି ପ୍ରଦାନ ସହିତ, ୨୪ ଫେବୃଆରୀ ୨୦୧୯ ମସିହାରେ ଯୋଜନା ଆରମ୍ଭ ହେବା ପରଠାରୁ ତିନୋଟି ରାଜ୍ୟକୁ ପିଏମ୍‍- କିସାନ ଯୋଜନା ଅଧୀନରେ କ୍ରମାଗତ ଭାବେ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ୧୩୨୬ କୋଟି ଟଙ୍କା ପାର କରିଛି।

ରାଜ୍ୟୱାରୀ ହିତାଧିକାରୀଙ୍କ ବିବରଣୀ ଏବଂ ୨୧ ତମ କିସ୍ତିରେ ପ୍ରଦାନ କରାଯାଇଥିବା ପରିମାଣ ନିମ୍ନ ପ୍ରକାରେ ଅଟେ:

ରାଜ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରଦାନ କରାଯାଇଥିବା ଟଙ୍କା
(
କୋଟିରେ
କାର୍ଯ୍ୟକ୍ରମ ହେବା ଦିନଠୁ ଆଜିଯାଏ ପ୍ରଦତ୍ତ ଅର୍ଥ ( କୋଟି ଟଙ୍କାରେ)
ହିମାଚଳ ପ୍ରଦେଶ ୮,୦୧,୦୪୫ ୧୬୦.୨୧ ୩,୬୩୧
ପଞ୍ଜାବ ୧୧,୦୯,୮୯୫ ୨୨୧.୯୮ ୬,୫୫୩
ଉତ୍ତରାଖଣ୍ଡ ୭,୮୯,୧୨୮ ୧୫୭.୮୩ ୩,୪୪୨

ନିର୍ଦ୍ଧାରିତ ସମୟରେ ପିଏମ୍‍ କିସାନ ଯୋଜନାର  ୨୧ତମ କିସ୍ତି ପ୍ରଦାନ ଭାରତ ସରକାରଙ୍କର ଚାଷୀମାନଙ୍କ ପ୍ରତି ଅଟଳ ସମର୍ଥନକୁ ସ୍ପଷ୍ଟ କରେ, ବିଶେଷକରି ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜୀବିକା ନିର୍ବାହ ବାଧାର ସମ୍ମୁଖୀନ ହେଉଛନ୍ତି।

ଉତ୍ତରାଖଣ୍ଡ ପଞ୍ଜାବ ପିଏମ୍-କିସାନ୍‍ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ହିମାଚଳ ପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.