ନୂଆଦିଲ୍ଲୀ: ୯ମ ଥର ପାଇଁ ଭାରତ ଏସିଆ କପ୍ ଜିତିଛି। ପାକିସ୍ତାନକୁ ଫାଇନାଲରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ୧୪ ଦିନ ମଧ୍ୟରେ କ୍ରମାଗତ ୩ୟ ଥର ପାଇଁ ପାକିସ୍ତାନକୁ ଭାରତ ଧୁଳି ଚଟାଇଛି।
ଆଜି ୨୦୨୫ ଏସିଆ କପର ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଭାରତ ଏସିଆ ଚମ୍ପିୟାନ ହୋଇଛି।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୬ ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୯.୪ ଓଭରରେ ଲକ୍ଷ୍ୟ ହାସଲ କରିଛି। ଭାରତୀୟ ଦଳ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ।