Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜୟା ଦଶମୀରୁ କଂଗ୍ରେସର ‘ଗାନ୍ଧୀ ପଥେ ପଦଯାତ୍ରା’ ଆରମ୍ଭ, ବିଜେପି ସରକାରକୁ ହଟାଇବା ପାଇଁ ସଂକଳ୍ପ
ଜାତୀୟ ଖବର

ବିଜୟା ଦଶମୀରୁ କଂଗ୍ରେସର ‘ଗାନ୍ଧୀ ପଥେ ପଦଯାତ୍ରା’ ଆରମ୍ଭ, ବିଜେପି ସରକାରକୁ ହଟାଇବା ପାଇଁ ସଂକଳ୍ପ

October 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜୟା ଦଶମୀ
ବିଜୟା ଦଶମୀରୁ କଂଗ୍ରେସର 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ, ବିଜେପି ସରକାରକୁ ହଟାଇବା ପାଇଁ ସଂକଳ୍ପ

ମାଲକାନଗିରି / ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ। ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ମୋଟୁଠାରେ ନବନିଯୁକ୍ତ ଡିସିସି ସଭାପତି ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ତଥା ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ଶ୍ରୀ ଦାସ କହିଛନ୍ତି, ତିନି ନଦୀର ସଙ୍ଗମ, ଚାରି ରାଜ୍ୟର ମିଳନ ସ୍ଥଳରେ ଫୋନ୍ ନେଟୱର୍କ ନାହିଁ; ବିକାଶ ନାହିଁ। ସବୁ ଥାଇ ଏହା ଏକ ପର୍ଯ୍ୟଟନ ସ୍ଥଳ ହେଲାନାହିଁ।

ହାସ୍ୟାସ୍ପଦ କଥା ହେଲା, କ୍ଷମତାରେ ଥିବାବେଳେ ପୋଲାଭରମ ପ୍ରକଳ୍ପକୁ ଅଟକାଇ ପାରି ନ ଥିବା ବିଜେଡି ଏବେ ଧାରଣାରେ ବସୁଛି। ଚାହିଥିଲେ ବିସ୍ଥାପିତଙ୍କୁ ପ୍ୟାକେଜ ଦେଇପାରିଥାନ୍ତେ। ଶ୍ରୀ ଦାସ ବିଜେପିକୁ ପ୍ରଶ୍ନ କରିଥିଲେ, ତ୍ରୁଟିପୂର୍ଣ ପ୍ରକଳ୍ପ କାହିଁକି କରୁଛ? ୨୦୧୩ କାନୁନ ଅନୁସାରେ ୨୦ ବର୍ଷର ଭରଣପୋଷଣର କୁଆଡେ ଗଲା? ଚିତ୍ରକୋଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ପରି ଅଭାବନୀୟ ଘଟଣା ପରେ ‘ନାରୀ ପାଇଁ ନ୍ୟାୟ’ କାର୍ଯ୍ୟକ୍ରମ କଂଗ୍ରେସ ଗ୍ରହଣ କରିବାକୁ ବାଧ୍ୟ ହେଲା। ସରକାର ଚୁପ୍ କାହିଁକି?

ରାଜ୍ୟର ଦୁର୍ଗତି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି, ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଫସଲ ବୀମା ନାହିଁ। ସାରର ବ୍ୟାପକ କଳାବଜାର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। କଟନିଛଟନିରେ ୨ ହଜାରର ଦୁର୍ନୀତି ହେଲା। କେବିକେ ଓ ଦେଶର ଅନ୍ୟ ପଛୁଆ ଅଞ୍ଚଳର ବିକାଶ ପାଇଁ ୟୁପିଏ ୪୦ ହଜାର କୋଟି ଦେଉଥିଲା। ବର୍ଷକୁ ୨ କୋଟି ହିସାବରେ ଗତ ୧୧ ବର୍ଷରେ ବେକାର ଯୁବକଙ୍କୁ ୨୨ କୋଟି ଚାକିରୀ ଦେବା କୁଆଡେ ଗଲା? ଓବିସି ସଂରକ୍ଷଣ ସ୍ଥିତି କ’ଣ? ଏହା କ’ଣ ସାମାଜିକ ନ୍ୟାୟ? ବିଜେପି ଅମଳରେ ସମ୍ବିଧାନ ମଧ୍ୟ ବିପଦରେ।

ଏତେ ଦୁର୍ଗତି ସତ୍ତ୍ୱେ ଏମାନେ କିପରି ଜିତୁଛନ୍ତି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏମାନେ ଏତେ ଭଲ କାମ କରୁଛନ୍ତି ଯେ ବାରମ୍ବାର ଜିତୁଛନ୍ତି? ଏହା ଭୋଟ୍ ଚୋରିର କମାଲ୍ ଛଡା କିଛି ନୁହେଁ ବୋଲି ସେ କହିଥିଲେ।

VinFast India, SBI Join Hands to Offer Comprehensive EV Financing Solutions

କଂଗ୍ରେସ ପଦଯାତ୍ରା ଗାନ୍ଧୀ ପଥେ ପଦଯାତ୍ରା ବିଜୟା ଦଶମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏମଆରସିଏସଏସ ଏବଂ ସାଗର ଜୈବିକ କାରଖାନାକୁ ଉଦଘାଟନ କଲେ ଅମିତ ଶାହ

November 13, 2025

ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ଜିତେନ୍ଦ୍ର ସିଂ

November 13, 2025

ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ପ୍ରଦାନ କଲା ଏନବିଏ

November 13, 2025

ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

November 13, 2025
Latest News

ଏମଆରସିଏସଏସ ଏବଂ ସାଗର ଜୈବିକ କାରଖାନାକୁ ଉଦଘାଟନ କଲେ ଅମିତ ଶାହ

November 13, 2025

ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ଜିତେନ୍ଦ୍ର ସିଂ

November 13, 2025

ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ପ୍ରଦାନ କଲା ଏନବିଏ

November 13, 2025

ଡିଏଭି ପୋଖରୀପୁଟରେ ସହୋଦୟ ସ୍କୁଲ କପ୍ଲେକ୍ସ ବିଜ୍ଞାନ ମେଳା ଅନୁଷ୍ଠିତ

November 13, 2025

କାର୍ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.