Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 
ଜାତୀୟ ଖବର

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Travel Health Clinic
Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ... 

Travel Health Clinic: ଏମ୍ସ ଭୁବନେଶ୍ୱର ପକ୍ଷରୁ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ସହିତ ମିଳିତ ଭାବରେ, ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ (ଟିଏଚ୍ସି) ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଜି ଉଦ୍ଯାପିତ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଭାରତରେ ଭ୍ରମଣ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଏହାକୁ ମୁଖ୍ୟଧାରାର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସାମିଲ କରିବା ଉପରେ ବିଚାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ମଞ୍ଚ ଭାବରେ କାର୍ଯ୍ୟ କରିଛି।

ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କ ସହିତ ୧୬ ଟି ଏମ୍ସ ଏବଂ ରାଜ୍ୟ ମେଡିକାଲ କଲେଜର ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମନ୍ୱିତ ଆନ୍ତଃମନ୍ତ୍ରାଳୟ ସହଯୋଗ ମାଧ୍ୟମରେ ସାରା ଦେଶରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ହବ୍-ଏଣ୍ଡ-ସ୍ପୋକ୍ ମଡେଲ୍ ମାଧ୍ୟମରେ, ଦେଶବ୍ୟାପୀ ଟିଏଚ୍ସି ଗୁଡ଼ିକୁ ଏମ୍ସ ଭୁବନେଶ୍ବର ମାର୍ଗଦର୍ଶନ, ତାଲିମ ଏବଂ କାର୍ଯ୍ୟକ୍ଷମ ସହାୟତା ପ୍ରଦାନ କରିବା ସହିତ ଏକ କେନ୍ଦ୍ରୀୟ ହବ୍ ଭାବରେ କାର୍ଯ୍ୟ କରିବା ନେଇ ମତ ରଖିଛନ୍ତି ଡ. ବିଶ୍ୱାସ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଡ. ଏସ୍. ସେନ୍ଥିଲନାଥନ୍ ବିମାନ, ରେଳ, ଜାହାଜ ଆଦି ଯାତ୍ରା କାଳରେ ଚିକିତ୍ସା ସେବାର ସମ୍ଭାବ୍ୟତା ଉପରେ ଆଲୋଚନା କରିଥିଲେ। ଡାକ୍ତରଙ୍କ ବିନା ମଧ୍ୟ, ପ୍ରଶିକ୍ଷିତ କର୍ମଚାରୀମାନେ ମୌଳିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ନେଇ ପଦକ୍ଷେପ ନିଆଯିବା ସମ୍ପର୍କରେ ସୂଚନା ଦେଇଥିଲେ ଡ. ସେନ୍ଥିଲନାଥନ୍।

ଏମ୍ସ ଭୁବନେଶ୍ବର ସିଏମ୍ଏଫଏମ୍ ବିଭାଗ ମୁଖ୍ୟ ଡ. ବିକାଶ ଭାଟିଆ ଯାତ୍ରା ଔଷଧ, ଟୀକାକରଣ, ସଂକ୍ରାମକ ରୋଗ ନିବାରଣ ଏବଂ ଜରୁରୀକାଳୀନ ଯାତ୍ରା ଯତ୍ନରେ ସଂରଚିତ ପାଠ୍ୟକ୍ରମ, ତାଲିମ କାର୍ଯ୍ୟକ୍ରମ ଏବଂ କ୍ଷମତା ନିର୍ମାଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଏମ୍ସ ଦରଭଙ୍ଗା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମାଧବାନନ୍ଦ କର, ଏମ୍ସ ଅୱନ୍ତୀପୂରା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସଚ୍ଚିଦାନନ୍ଦ ମହାନ୍ତି, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଡିଜିଏସ୍ଏସ୍, ଡିଡିଜି ଡ. ଏସ୍ ସେନ୍ଥିଲନାଥନ୍, ଏମ୍ସ ଦିଲ୍ଲୀରୁ ଡ. ସଞ୍ଜୟ ରାୟ, ପ୍ରତିରକ୍ଷା ମନ୍ତ୍ରଣାଳୟର କମାଣ୍ଡର୍ କୌଶିକ୍ ରାୟ, ଡିଜି ସିପିଙ୍ଗ୍ ଡ. ରମ୍ୟା ପି, ଯୁଗ୍ମ ନିର୍ଦ୍ଦେଶକ ଏନ୍ସିଡିସି ଡ. ମୀରା ଧୁରିଆ, ଡିନ୍ ଡ. ପ୍ରଶାନ୍ତ ଆର୍ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର, ବିଭାଗୀୟ ମୁଖ୍ୟ ଡ. ବିକାଶ ଭାଟିଆ, ଡ. କ୍ଟର ସୋନୁ ହାଙ୍ଗମା ସୁବା, ଡ. ସ୍ବୟମ୍ପ୍ରଞ୍ଜା ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କନକ୍ଲେଭ୍ରେ ଟ୍ରାଭେଲ୍ ହେଲ୍ଥକୁ ନେଇ ଏକାଧିକ ବିଶେଷଜ୍ଞ ଅଧିବେଶନ, ପ୍ୟାନେଲ ଆଲୋଚନା, ଏବଂ ବ୍ୟବହାରିକ ଜ୍ଞାନ ପ୍ରଦର୍ଶନ କରାଯାଇଥିଲା, ଯାହା ଭାରତରେ ଭ୍ରମଣ ସ୍ୱାସ୍ଥ୍ୟ ପାଇଁ ଏକ ସମନ୍ବିତ ନୀତି ଏବଂ ଗବେଷଣା ସମର୍ଥିତ ଆଭିମୁଖ୍ୟର ଆବଶ୍ୟକତାକୁ ଉଲ୍ଲେଖ କରିଥିଲା।

ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ସିଏମ୍ଏଫଏମ୍ ବିଭାଗ ପକ୍ଷରୁ ୨୦୨୩ ମସିହାରେ ଏକ ଅଭିନବ ‘ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍’ ସ୍ଥାପନ କରାଯାଇଥିଲା। ଏହା ଓଡ଼ିଶା ସମେତ ପୁରା ଦେଶରେ ଅନନ୍ୟ କ୍ଲିନିକ୍ ମଧ୍ୟରୁ ଅନ୍ୟତମ।

AIIMS Bhubaneswar Travel Health Clinic ଏମ୍ସ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.