ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହେଲା। ଜୟ ଢୋଲକିଆ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏ ନେଇ କେନ୍ଦ୍ରୀୟ ବିଜେପି ତାଙ୍କ ନାମରେ ମୋହର ମାରିଛି। ଆସନ୍ତା 16 ତାରିଖରେ ସେ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ।
ଦିଲ୍ଲୀରୁ ପ୍ରକାଶିତ ହୋଇଥିବା ଏହି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି ଯେ, ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଗଲା। ବିଜେପି ସଂସଦୀୟ କମିଟର ନିଷ୍ପତି ଅନୁସାରେ ଏହି ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାରେ ହେବାକୁ ଥିବା ଗୋଟିଏ ଆସନ ପାଇଁ ଏହି ଘୋଷଣା କରାଯାଇଛି।
Bihar Polls: ECI Directs Enforcement Agencies to Curb Money Power