Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ: କେନ୍ଦ୍ର ଗୃହମନ୍ତ୍ରୀ
ଜାତୀୟ ଖବର

ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ: କେନ୍ଦ୍ର ଗୃହମନ୍ତ୍ରୀ

October 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union minister
ହିଂସା ପରିତ୍ୟାଗ ନିଷ୍ପତ୍ତିକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ୨୫୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ଯାହା ନକ୍ସଲବାଦ ବିରୋଧରେ ଆମର ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ, ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଗତକାଲି ୨୭ ଜଣ ଛତିଶଗଡ଼ରେ ଏବଂ ୬୧ ଜଣ ମହାରାଷ୍ଟ୍ରରେ ଅସ୍ତ୍ର ସମର୍ପଣ କରିଛନ୍ତି।

ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ ହିଂସା ପରିତ୍ୟାଗ କରିବା ଲାଗି ସେମାନଙ୍କ ନିଷ୍ପତ୍ତିକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହା ଏହି ସତ୍ୟର ପ୍ରମାଣ ଦେଉଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି।

ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, “ନକ୍ସଲବାଦ ବିରୋଧରେ ଆମର ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଛତିଶଗଡେର ୨୭ ଜଣ ଅସ୍ତ୍ରଶସ୍ତ୍ର ସମର୍ପଣ କରିଥିଲେ। ମହାରାଷ୍ଟ୍ରରେ ଗତକାଲି ୬୧ ଜଣ ମୁଖ୍ୟଧାରାକୁ ଫେରିଥିଲେ। ଗତ ଦୁଇ ଦିନ ମଧ୍ୟରେ ମୋଟ ୨୫୮ ଜଣ ବାମପନ୍ଥୀ ଉଗ୍ରବାଦୀ ହିଂସା ଛାଡ଼ିଛନ୍ତି। ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ, ହିଂସାକୁ ପରିତ୍ୟାଗ କରିବାର ସେମାନଙ୍କର ନିଷ୍ପତ୍ତିକୁ ମୁଁ ପ୍ରଶଂସା କରୁଛି। ଏହା ଏହି ସତ୍ୟକୁ ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି। ମୋଦୀ ସରକାରଙ୍କ ନୀତି ସ୍ପଷ୍ଟ: ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ, ଏବଂ ଯେଉଁମାନେ ବନ୍ଧୁକ ଚଳାଇବେ ସେମାନେ ଆମ ସେନାର ସମ୍ମୁଖୀନ ହେବେ। ଯେଉଁମାନେ ଏବେବି ନକ୍ସଲବାଦର ପଥରେ ଅଛନ୍ତି, ସେମାନଙ୍କୁ ମୁଁ ପୁଣିଥରେ ନିବେଦନ କରୁଛି ଯେ ସେମାନେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗକରି ମୁଖ୍ୟଧାରାରେ ସାମିଲ ହୁଅନ୍ତୁ। ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ଏକ୍ସରେ ଅନ୍ୟ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି, “ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଛତିଶଗଡ଼ର ଅବୁଝମାର ଏବଂ ଉତ୍ତର ବସ୍ତର, ଯାହା ଏକଦା ଆତଙ୍କବାଦୀ ବେସ୍ ଥିଲା, ଆଜି ନକ୍ସଲ ଆତଙ୍କବାଦରୁ ମୁକ୍ତ ବୋଲି ଘୋଷଣା କରାଯାଇଛି। ଜାନୁଆରୀ ୨୦୨୪ ଠାରୁ, ଛତିଶଗଡ଼ରେ ଆମ ସରକାର ଗଠନ ହେବା ପରେ, ୨,୧୦୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ୧,୭୫୮ ଜଣ ଗିରଫ ହୋଇଛନ୍ତି, ଏବଂ ୪୭୭ ଜଣ ନିହତ ହୋଇଛନ୍ତି। ଏହି ସଂଖ୍ୟା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ଧ୍ୱଂସ କରିବା ପାଇଁ ଆମ ସରକାରଙ୍କ ସଂକଳ୍ପକୁ ପ୍ରତିଫଳିତ କରୁଛି।’’

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ତାଲିକାରେ ସତୀଶ ଓରଫ ଟି ବାସୁଦେଓ ରାଓ (ସିସିଏମ), ରନିତା (ଏସଜେଡିସିଏମ, ମାଡ ଡିଭିସିର ସଚିବ), ଭାସ୍କର (ଡିଭିସିଏମ, ପିଏଲ ୩୨), ନୀଲା ଓରଫ ନାନ୍ଦେ (ଡିଭିସିଏମ, ଆଇସି ଏବଂ ନେଲନାର ଏସି ସଚିବ), ଦୀପକ ପାଲୋ (ଡିଭିସିଏମ, ଆଇସି ଏବଂ ଇନ୍ଦ୍ରାବତୀ ଏସି ସଚିବ) ଙ୍କ ସମେତ ୧୦ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଛନ୍ତି। ଟି. ବାସୁଦେଓ ରାଓ (ସିସିଏମ) ଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଏସ୍. ଜେଡ୍. ସି. ଏମ୍. ପାହ୍ୟାର ପରିଚାଳକମାନଙ୍କ ଉପରେ ୨୫ ଲକ୍ଷ ଟଙ୍କା, ଡି. ଭି. ସି. ଏମ୍. ମାନଙ୍କ ଉପରେ ୧୦ ରୁ ୧୫ ଲକ୍ଷ ଟଙ୍କା ଏବଂ ଏ. ସି. ଏମ୍. ମାନଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଏ. କେ.-୪୭, ଇନ୍‍ସାସ୍‍., ଏସ୍.ଏଲ୍.ଆର୍., ୩୦୩ ରାଇଫଲ୍ ଇତ୍ୟାଦି ସମେତ ବହୁ ସଂଖ୍ୟକ ସ୍ୱୟଂକ୍ରିୟ ଅସ୍ତ୍ରଶସ୍ତ୍ର ସେମାନଙ୍କ ଦ୍ୱାରା ସମର୍ପଣ କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଛତିଶଗଡ ନକ୍ସଲଙ୍କ ଆତ୍ମସମର୍ପଣ ମହାରାଷ୍ଟ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ପଦକ୍ଷେପ: ମୁମ୍ବାଇରୁ ହାଓଡ଼ାକୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.