Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଧନ-ଧାନ୍ୟ କୃଷି ଯୋଜନା’ର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜାତୀୟ ଖବର

‘ଧନ-ଧାନ୍ୟ କୃଷି ଯୋଜନା’ର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

October 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କୃଷିମନ୍ତ୍ରୀ
ଫସଲ ବୀମା ଦାବି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ “ଡାଲି ଆତ୍ମନିର୍ଭରଶୀଳତା ମିଶନ” ଏବଂ “ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା” ସମ୍ପର୍କରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକ ସମୟରେ ଶ୍ରୀ ଚୌହାନ ଏହି ଯୋଜନାଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ସେ ଖୁବ୍ ଶୀଘ୍ର ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହିତ ଏକ ବୈଠକ କରିବେ।

ବୈଠକରେ ଜିଲ୍ଲାସ୍ତରରେ କ୍ଲଷ୍ଟର ଗଠନ କରି ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’କୁ ଗତିଶୀଳ କରିବା ନିଷ୍ପତ୍ତି ନିଆଯାଇ, ରାଜ୍ୟଗୁଡ଼ିକର ସହଯୋଗ ଲୋଡାଯାଉଛି। ଏହା ବ୍ୟତୀତ, ତୃଣମୂଳ ସ୍ତରରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ର ଉତ୍ତମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ଶ୍ରୀ ଚୌହାନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଧାର୍ଯ୍ୟ ସମୟରେ ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ଏବଂ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର କାର୍ଯ୍ୟାନ୍ୱୟନ ଚାଷୀମାନଙ୍କୁ ପ୍ରତ୍ୟକ୍ଷଭାବେ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା  ଆରମ୍ଭ କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର ଲକ୍ଷ୍ୟ ହେଉଛି, ଦେଶର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ କୃଷି ବିକାଶ ପାଇଁ ଉଦ୍ଦିଷ୍ଟ ୧୧ଟି ମନ୍ତ୍ରଣାଳୟର ୩୬ଟି ଉପ-ଯୋଜନାକୁ ସମନ୍ୱିତ କରିବା। ଏହି ପରିପ୍ରେକ୍ଷୀରେ ଶ୍ରୀଚୌହାନ ଦେଶର ଚାଷୀମାନେ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର ସର୍ବାଧିକ ଲାଭ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ ଏବଂ ନୀତି ଆୟୋଗର ଅଧିକାରୀମାନଙ୍କ ସହିତ ଶୀଘ୍ର ଏକ ବୈଠକ ଡାକିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର କୃଷିମନ୍ତ୍ରୀ ଡାଲି ଆତ୍ମନିର୍ଭରଶୀଳତା ମିଶନ ସହିତ ଜଡିତ ରାଜ୍ୟଗୁଡ଼ିକର ଶୀର୍ଷ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ଠିକ ସମୟରେ ଏହାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ ହୋଇପାରିବ। ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ପୁସାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ ଏବଂ ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ର ଶୁଭାରମ୍ଭ କରିଥିଲେ।

ଏହା ପୂର୍ବରୁ ଗତ ଜୁଲାଇ ୧୬, ୨୦୨୫ରେ କେନ୍ଦ୍ର କ୍ୟାବିନେଟ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’କୁ ଅନୁମୋଦନ କରିଥିଲେ। ଏହି ଯୋଜନାଗୁଡ଼ିକ ୨୦୨୫-୨୬ ଆର୍ଥିକ ବର୍ଷରୁ ଆରମ୍ଭ କରି ଛଅ ବର୍ଷ ପାଇଁ କାର୍ଯ୍ୟକାରୀ ହେବ, ଯାହାର ବାର୍ଷିକ ବ୍ୟୟ ବରାଦ ୨୪,୦୦୦ କୋଟି ଟଙ୍କା ରଖାଯାଇଛି। ସେହିପରି ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ୬ ବର୍ଷରେ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ୧୧,୪୪୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏହି ମିଶନ ମାଧ୍ୟମରେ ୨୦୩୦-୩୧ ସୁଦ୍ଧା ଡାଲି ଚାଷ କ୍ଷେତ୍ରକୁ ୨୭୫ ଲକ୍ଷ ହେକ୍ଟରରୁ ୩୧୦ ଲକ୍ଷ ହେକ୍ଟରକୁ ବୃଦ୍ଧି କରିବା, ଉତ୍ପାଦନ ୨୪.୨ ନିୟୁତ ଟନରୁ ୩୫ ନିୟୁତ ଟନକୁ ବୃଦ୍ଧି କରିବା ଏବଂ ଉତ୍ପାଦକତା ହେକ୍ଟର ପିଛା ୧୧୩୦ କିଲୋଗ୍ରାମକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଉତ୍ପାଦନ ବୃଦ୍ଧି ସହିତ ଏହି ମିଶନ ଦ୍ବାରା ବିପୁଳ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବ।

‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ‘ପିଏମ୍-ଡିଡିକେୱାଇ’ କେନ୍ଦ୍ର କୃଷିମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Latest News

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.