ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ରାଜଭବନ ପରିସରରେ ଆୟୋଜିତ ବ୍ୟାଙ୍କ ଆଧାରିତ ଜୀବିକା ଯୋଜନା ଉପରେ ଏକ ବିଚାରବିନିମୟ କର୍ମଶାଳାକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଓଡ଼ିଶାରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସୁଦୃଢ଼ କରିବା ଏବଂ ଜୀବିକା ସୁଯୋଗରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଗମ କାର୍ଯ୍ୟକାରିତା ଏବଂ ନାଗରିକମାନଙ୍କୁ ସର୍ବାଧିକ ଲାଭ ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ରହିବା ଜରୁରୀ ବୋଲି ରାଜ୍ୟପାଳ କହିଛନ୍ତି । ଏହି କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସାଂସଦ ବିଭୂପ୍ରସାଦ ତରାଇଙ୍କ ସମେତ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।