ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପାର୍ବଣ ଋତୁରେ ଭାରତୀୟ ଉତ୍ପାଦ କ୍ରୟ କରି ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରର ଉତ୍ସବ ମନାଇବାକୁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଚାଲନ୍ତୁ ଭାରତୀୟ ଉତ୍ପାଦ କ୍ରୟ କରିବା ଏବଂ କହିବା – ଗର୍ବ ସେ କହୋ, ୟେ ସ୍ୱଦେଶୀ ହେ!। ଆପଣ ଯାହା କିଣିଲେ ତାହା ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ। ଏହାଦ୍ୱାରା ଆପଣମାନେ ଅନ୍ୟମାନଙ୍କୁ ଏହା କରିବାକୁ ପାଇଁ ପ୍ରୋତ୍ସାହିତ କରିପାରିବେ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଚାଲନ୍ତୁ ଏହି ପାର୍ବଣ ଋତୁରେ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ, ସୃଜନଶୀଳତା ଏବଂ ନବାଚାରର ଉତ୍ସବ ମନାଇବା।
ଚାଲନ୍ତୁ ଭାରତୀୟ ଉତ୍ପାଦ କ୍ରୟ କରିବା ଏବଂ କହିବା- ଗର୍ବ ସେ କହୋ, ୟେ ସ୍ୱଦେଶୀ ହେ!
ଯାହା କିଣିଲେ ତାହା ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ। ଏହାଦ୍ୱାରା ଆପଣମାନେ ଅନ୍ୟମାନଙ୍କୁ ଏହା କରିବାକୁ ପ୍ରୋତ୍ସାହିତ କରିପାରିବେ।”