Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି
ଜାତୀୟ ଖବର

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନି
ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

ନୂଆଦିଲ୍ଲୀ: ବଲିଉଡର ପ୍ରବୀଣ ହାସ୍ୟ ଅଭିନେତା ଅସରାନି ଆଉ ନାହାନ୍ତି। ଦୀର୍ଘ ଅସୁସ୍ଥତା ପରେ ଆଜି ଅପରାହ୍ନ ୩ ଟାରେ ଏହି ଅଭିନେତାଙ୍କ ଦେହାନ୍ତ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇର ଆରୋଗ୍ୟ ନିଧି ହସ୍ପିଟାଲରେ ଅସରାନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ ଅଭିନେତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଆସନ୍ତୁ ଜାଣିବା ଅସରାନି କେତେ ସମ୍ପତ୍ତି ଛାଡି ଯାଇଛନ୍ତି ଏବଂ ସେ କେତେ ଶିକ୍ଷିତ ଥିଲେ।

ଅସରାନି ରାଜସ୍ଥାନର ଜୟପୁରରେ ଏକ ସିନ୍ଧି ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦିବଂଗତ ଅଭିନେତା ସେଣ୍ଟ ଜାଭିୟର୍ସ ସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ ଏବଂ ତା’ପରେ ରାଜସ୍ଥାନ କଲେଜ, ଜୟପୁରରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଅସରାନି ଏକ ମଧ୍ୟବିତ୍ତ ପରିବାରରୁ ଆସିଥିଲେ। ତେଣୁ ତାଙ୍କ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ସେ ଜୟପୁରର ଅଲ୍ ଇଣ୍ଡିଆ ରେଡିଓରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଜଣେ କଣ୍ଠଶିଳ୍ପୀ ଭାବରେ କାମ କରିଥିଲେ।

Asrani

ଅସରାନିଙ୍କ ନେଟ୍ ସମ୍ପତ୍ତି

ଅସରାନି ଜଣେ ହାସ୍ୟ ଅଭିନେତା ଥିଲେ। ଏତଦବ୍ୟତୀତ ସେ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଥିଲେ। ସେ ତାଙ୍କ ଜୀବନରେ ଲୋକପ୍ରିୟତା ଏବଂ ସମ୍ପତ୍ତି ଅର୍ଜନ କରିଛନ୍ତି। ଅସରାନିଙ୍କର ମୁମ୍ବାଇରେ ଏକ ଘର ଅଛି। ଏହା ବ୍ୟତୀତ ଅନେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କର ମୋଟ ସମ୍ପତ୍ତି ୪୮ କୋଟି ବୋଲି ଆକଳନ କରାଯାଇଛି, ଯାହାକୁ ସେ ତାଙ୍କ ପରିବାର ପାଇଁ ଛାଡି ଦେଇଯାଇଛନ୍ତି।

ଅସରାନିଙ୍କ ଫିଲ୍ମ କ୍ୟାରିଅର

ଅସରାନି ୧୯୬୭ ମସିହାରେ “ହରି କାଞ୍ଚ କି ଚୁଡିୟାଁ” ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ୫୮ ବର୍ଷର ଫିଲ୍ମ କ୍ୟାରିଅରରେ ସେ ୩୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। “ଶୋଲେ”ରେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସିତ ହୋଇଥିଲା। ସେ “ଅଭିମାନ”, “ଚୁପକେ ଚୁପକେ”, “ଛୋଟି ସି ବାତ” ଏବଂ “ଭୁଲ ଭୁଲୈୟା” ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ।

ଅସରାନି ପ୍ରିୟଦର୍ଶନଙ୍କ “ହୈୱାନ” ରେ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନଙ୍କ ସହିତ ଦେଖାଯିବାକୁ ସ୍ଥିର ହୋଇଥିଲେ। ସେ ଏହି ବର୍ଷ ଅଗଷ୍ଟରେ ବିବିସି ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। ଅସରାନି କହିଥିଲେ ଯେ, “ସେପ୍ଟେମ୍ବରରେ ସୁଟିଂ ଆରମ୍ଭ ହେଉଛି। ଫିଲ୍ମର ନାମ ହୈୱାନ। ପ୍ରିୟଦର୍ଶନ ନିର୍ଦ୍ଦେଶକ ଅଛନ୍ତି।” “ହୈବାନ” ରିଲିଜ୍ ହେବା ପରେ ହିଁ ଜଣାପଡିବ ଯେ, ଅସରାନି ଫିଲ୍ମ ପାଇଁ ତାଙ୍କର ସିଡ୍ୟୁଲ୍ ସୁଟିଂ କରିସାରିଥିଲେ କି ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Asrani Asrani Death Asrani Death Reason Asrani Net Worth
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025
Latest News

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.