ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାପନ ଜଗତକୁ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ପାଣ୍ଡେ “ଅବକି ବାର ମୋଦି ସରକାର” ଏବଂ “ଥାଣ୍ଡା ମତଲବ କୋକା-କୋଲା” ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ।
ପୀୟୁଷ ୨୭ ବର୍ଷ ବୟସରେ ବିଜ୍ଞାପନ ଜଗତରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ପ୍ରସୂନ ପାଣ୍ଡେଙ୍କ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଉଭୟ ରେଡିଓ ଜିଙ୍ଗଲ୍ସ ପାଇଁ କଣ୍ଠସ୍ୱର ଦେଇଥିଲେ। ସେ ୧୯୮୨ ମସିହାରେ ବିଜ୍ଞାପନ କମ୍ପାନୀ ଓଗିଲଭି ସହିତ କାମ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୧୯୯୪ ମସିହାରେ ଓଗିଲଭିର ବୋର୍ଡକୁ ମନୋନୀତ କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କୁ ୨୦୧୬ ମସିହାରେ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।
ପୀୟୁଷ ପାଣ୍ଡେ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ, ଯେଉଁଥିରେ କୋକା-କୋଲା କମ୍ପାନୀ ପାଇଁ “ଥାଣ୍ଡା ମତଲବ କୋକା-କୋଲା”, କ୍ୟାଡବରୀ ପାଇଁ “କୁଛ ମିଠା ହୋ ଜାଏ” ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ।



