Jio IPO: ଭାରତର ପ୍ରମୁଖ ବ୍ରୋକରେଜ୍ ହାଉସ୍, ଆଇସିଆଇସିଆଇ ସିକ୍ୟୁରିଟିଜ୍ ପକ୍ଷରୁ ସେପ୍ଟେମ୍ବର ୨୦୨୭ ସୁଦ୍ଧା ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ଇକ୍ୱିଟି ମୂଲ୍ୟକୁ ୧୪୮ ବିଲିୟନ ଡଲାର (ପ୍ରାୟ ୧୩,୦୦୦୦୦ କୋଟି ଟଙ୍କା) କୁ ଉନ୍ନୀତ କରିଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ, ଏହି ବ୍ରୋକରେଜ୍ ଫାର୍ମ ଆଶା ପ୍ରକାଶ କରିଛି ଯେ ଜିଓ ପ୍ଲାଟଫର୍ମସର ଇବିଆଇଟିଡିଏ / ନେଟ ଲାଭ ସିଏଜିଆରରେ ଆର୍ଥିକ ପ୍ରଦର୍ଶନ ୨୦୨୫ ରୁ ୨୦୨୮ ଆର୍ଥିକ ବର୍ଷ ମଧ୍ୟରେ ୧୮ ରୁ ୨୧ ପ୍ରତିଶତ ବୃଦ୍ଧି ପାଇବ।
୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀର ମୁକ୍ତ ନଗଦ ପ୍ରବାହ ୫୫୮ ବିଲିୟନ ଡଲାରକୁ ବୃଦ୍ଧି ପାଇବା ଆଶା କରାଯାଉଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ମଧ୍ୟ ସ୍ପେକ୍ଟ୍ରମ୍ ମୂଲ୍ୟରେ ହ୍ରାସର ପୂର୍ବାନୁମାନ କରିଛି, ଯାହାର ସିଧାସଳଖ ଲାଭ ଜିଓ ପ୍ଲାଟଫର୍ମସକୁ ମିଳିବ।
ଗତ ମାସରେ, ଅନ୍ୟ ଏକ ବ୍ରୋକରେଜ୍ ଫାର୍ମ, ଜେପି ମୋର୍ଗାନ୍, ଜିଓ ପ୍ଲାଟଫର୍ମସର ଇକ୍ୱିଟି ମୂଲ୍ୟାଙ୍କନ ୧୩୬ ବିଲିୟନ ଡଲାର (ପ୍ରାୟ ୧୧,୯୩୬ ବିଲିୟନ ଟଙ୍କା) ଆକଳନ କରିଥିଲା। ଆଇସିଆଇସିଆଇ ସିକ୍ୟୁରିଟିଜ୍ ପୂର୍ବ ଆକଳନ ଅପେକ୍ଷା ୧୨ ବିଲିୟନ ଡଲାର (ପ୍ରାୟ ୧,୦୫୦ ବିଲିୟନ ଟଙ୍କା) ଅଧିକ ମୂଲ୍ୟାଙ୍କନ ଆକଳନ କରିଛି। ଉଲ୍ଲେଖନୀୟ ଯେ ନିକଟରେ ଅନୁଷ୍ଠିତ ହୋଇଥିବା ରିଲାଏନ୍ସର ବାର୍ଷିକ ସାଧାରଣ ବୈଠକରେ, ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୨୦୨୬ ର ପ୍ରଥମାର୍ଦ୍ଧରେ ଜିଓର ଆଇପିଓ ଯୋଜନା ରହିଥିବା ଘୋଷଣା କରିଥିଲେ। ଏହି ସମୟରେ ଜିଓର ଇକ୍ୱିଟି ମୂଲ୍ୟରେ ବୃଦ୍ଧି ନିବେଶକଙ୍କ ଆଗ୍ରହକୁ ଆହୁରି ବୃଦ୍ଧି କରିବ।
ଆଇସିଆଇସିଆଇ ସିକ୍ୟୁରିଟିଜ୍ ଅନୁଯାୟୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ ମଧ୍ୟ ନୂତନ ବ୍ୟବସାୟ ଯେପରିକି କଣ୍ଟେଣ୍ଟ, ଷ୍ଟୋରେଜ୍, ଡିଜିଟାଲ୍ ଏଣ୍ଟରପ୍ରାଇଜ୍ ସମାଧାନ, ଏମଏସଏମଇ ପାଇଁ ମ୍ୟାନେଜଡ଼ ସେବା ଏବଂ ରିଲାଏନ୍ସ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଏଆଇ ପ୍ରଚଳନକୁ ଆଗକୁ ବଢ଼ାଉଛି। ଏହି ନୂତନ କ୍ଷେତ୍ରଗୁଡ଼ିକ ମଧ୍ୟମ ଅବଧିରେ ଆହୁରି ମୂଲ୍ୟ ସୃଷ୍ଟି କରିପାରିବ। କମ୍ପାନୀ ଆକଳନ କରିଛି ଯେ ଜିଓ ପ୍ଲାଟଫର୍ମସର ଅଣ-କନେକ୍ଟିଭିଟି ବ୍ୟବସାୟ ୨୦୨୫ ରୁ ୨୦୨୮ ଆର୍ଥିକ ବର୍ଷ ମଧ୍ୟରେ ୪୬.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ। ବ୍ରୋକରେଜ୍ ଫାର୍ମ ଅନୁଯାୟୀ ଜିଓ ପ୍ଲାଟଫର୍ମସ ଯେଉଁଭଳି ଭାବରେ ଦ୍ରୁତ ୫ଜି ପ୍ରଚଳନ (ରୋଲଆଉଟ୍) କରିଛି ଏବଂ ୬ଜି ପେଟେଣ୍ଟ ହାସଲ କରିଛି ତାହା ମଧ୍ୟ କମ୍ପାନୀପାଇଁ ଲାଭଦାୟକ ହେବ। ବର୍ତ୍ତମାନ ୫ଜି ବଜାରର ଜିଓର ୬୬ ପ୍ରତିଶତରୁ ଅଧିକ ଅଂଶ ରହିଛି।
ଆଇସିଆଇସିଆଇ ସିକ୍ୟୁରିଟିଜ୍ ଏହାର ରିପୋର୍ଟରେ ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକର ମୂଲ୍ୟାଙ୍କନକୁ ଉନ୍ନତ କରିବାର ଅନେକ କାରଣ ଉଲ୍ଲେଖ କରିଛି। ଏଥିରେ ଟେଲିକମ କ୍ଷେତ୍ରର ଉନ୍ନତ ବ୍ୟବସାୟ, ସୁଦୃଢ଼ଆର୍ଥିକ ଢାଞ୍ଚା, ବ୍ୟବସାୟ କ୍ଷେତ୍ରରେ ୫ଜି କୁ ପ୍ରୋତ୍ସାହନ ଏବଂ ଡାଉନଗ୍ରେଡ୍ ପାଇଁ ହ୍ରାସ ପାଇଥିବା ସୁଯୋଗ ଅନ୍ତର୍ଭୁକ୍ତ। ଟେଲିକମ୍ କମ୍ପାନୀଗୁଡ଼ିକ ଫିକ୍ସଡ଼ ବ୍ରଡବ୍ୟାଣ୍ଡ, ମୂଲ୍ୟଯୁକ୍ତ ସେବା ସହିତ ଏଣ୍ଟରପ୍ରାଇଜ୍ ସେବା କ୍ଷେତ୍ରରେ ସେମାନଙ୍କର ପ୍ରଧାନ୍ୟ ବିସ୍ତାର କରୁଛନ୍ତି, ଯେଉଁଥିରେ ଡାଟା ସେଣ୍ଟର, ସାସ (SaaS) ଏବଂ ମ୍ୟାନେଜଡ଼ ସର୍ଭିସେସ ଭଳି ଉତ୍ପାଦ ସାମିଲ ରହିଛି।
Vedanta Group Unveils ₹1 Lakh Cr Investment Plan in Odisha ( Click Here To Read)



