Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: କେନ୍ଦ୍ରମନ୍ତ୍ରୀ

October 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: କେନ୍ଦ୍ରମନ୍ତ୍ରୀ
‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି। କୋରାପୁଟ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ଏହା ଆମର ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ। ଏହା  ଆମ ଚାଷୀମାନଙ୍କ ପାଇଁ ଏହି ସ୍ୱୀକୃତି ଅତ୍ୟନ୍ତ ପ୍ରେରଣାଦାୟୀ। ସ୍ଥାନୀୟ ଉତ୍ପାଦ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ।

ଶ୍ରୀ ପ୍ରଧାନ ଏହି ଅବସରରେ ଗତ ଜୁଲାଇ ମାସରେ କୋରାପୁଟ ଗସ୍ତ ସମୟରେ ସେଠାକାର କଫି ଗାର୍ଡେନ ପରିଦର୍ଶନ ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିବା ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ ହୋଇଛି। ବିଶ୍ୱରେ ‘ବ୍ରାଣ୍ଡ୍ କୋରାପୁଟ୍’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍।

ଏହାବ୍ୟତୀତ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ରେ ଆୟୋଜିତ ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ବନ୍ଦେ ମାତାରମର ରଚନା ଉପରେ ମଧ୍ୟ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ କୋରାପୁଟ୍ କଫି ମନ୍ କୀ ବାତ
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026

ଅଟଳ ବିହାରୀ ବାଜପେୟୀ ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 28, 2026

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026
Latest News

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026

ଅଟଳ ବିହାରୀ ବାଜପେୟୀ ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 28, 2026

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.