Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର: 5,532 କୋଟିର ନିବେଶ
ଜାତୀୟ ଖବର

ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର: 5,532 କୋଟିର ନିବେଶ

October 28, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ରେଳ କ୍ଷତି ୯୨% ହ୍ରାସ ପାଇଛି, ୱେଲ୍ଡ ବିଫଳତା ୯୩% ହ୍ରାସ ପାଇଛି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ)ରେ 5,532 କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହି ଯୋଜନାରେ ମଞ୍ଜୁର ହୋଇଥିବା ପ୍ରଥମ 7ଟି ପ୍ରକଳ୍ପ 44,406 କୋଟି ଟଙ୍କାର ଉତ୍ପାଦନ ଏବଂ 5,000 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏସବୁ ପ୍ରକଳ୍ପ ଭାରତର ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳାକୁ ଗଭୀର କରିବ।

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଅସାଧାରଣ ଅଭିବୃଦ୍ଧି ହାସଲ କରିଛି ତଥା 2024-25ରେ ତୃତୀୟ ବୃହତ୍ତମ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ରପ୍ତାନି ବର୍ଗ ଭାବରେ ଉଭା ହୋଇଛି। 22,919 କୋଟି ଟଙ୍କା ବ୍ୟୟବରାଦ ସହିତ 8 ଏପ୍ରିଲ 2025ରେ ଇସିଏମଏସ ଯୋଜନାର ଶୁଭାରମ୍ଭ କରାଯାଇଥି। ଏହାର ଅବଧି 6 ବର୍ଷ ଏବଂ ଗୋଟିଏ ବର୍ଷର ଅତିରିକ୍ତ ବିକଳ୍ପ ଅବଧି ମଧ୍ୟ ରହିଛି। ଇସିଏମଏସ ଦେଶ ମଧ୍ୟରେ ଅତ୍ୟାବଶ୍ୟକ ଉପାଦାନ, ସବ-ଆସେମ୍ବଲି ଏବଂ କଞ୍ଚାମାଲର ଉତ୍ପାଦନକୁ ଉତ୍ସାହିତ କରି ଭାରତର ଇଲେକ୍ଟ୍ରୋନିକ୍ ଶିଳ୍ପକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳା ସହିତ ସମନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି।

30 ସେପ୍ଟେମ୍ବର 2025 ସୁଦ୍ଧା, ଏହି ଯୋଜନା ଅଧୀନରେ ନିବେଶ ପ୍ରତିଶ୍ରୁତି 1,15,351 କୋଟି ଟଙ୍କା ରହିଛି, ଯାହା ମୂଳ ଲକ୍ଷ୍ୟ 59,350 ଟଙ୍କା କୋଟିର ପ୍ରାୟ ଦୁଇଗୁଣ। ଆଗାମୀ ଛଅ ବର୍ଷ ମଧ୍ୟରେ 10,34,751 କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ସୃଷ୍ଟି ହେବାର ଆଶା କରାଯାଉଛି, ଯାହା ପ୍ରାରମ୍ଭିକ ଆକଳନ ଅପେକ୍ଷା 2.2 ଗୁଣ ଅଧିକ। ପ୍ରୋତ୍ସାହନ ଖର୍ଚ୍ଚ 41,468 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ମୂଳ ଆକଳନ ₹22,805 କୋଟିର ପ୍ରାୟ 1.8 ଗୁଣ। ଏହି ଯୋଜନାରେ 1,41,801 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ, ଯାହା 91,600 ଲକ୍ଷ୍ୟକୁ ଅତିକ୍ରମ କରିବ ଏବଂ ବହୁ ସଂଖ୍ୟକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ଆଶା କରାଯାଉଛି।

ଇସିଏମଏସ ଯୋଜନାରେ ସ୍ମାର୍ଟଫୋନ୍‌, ଅଟୋମୋବାଇଲ, ମେଡ଼ିକାଲ ଉପକରଣ, ଦୂରସଞ୍ଚାର ଏବଂ ଶିଳ୍ପ ସିଷ୍ଟମରେ ବ୍ୟବହୃତ ଉପକରଣର ବହୁ ପରିମାଣରେ ବ୍ୟବହାର କରାଯିବ। କ୍ୟମେରା ମଡ୍ୟୁଲ୍‌ ସବ୍‌ ଆସେମ୍ବ୍ଲି, ମଲ୍ଟିଲେୟାର ପିସିବି, ଏଡିଆଇ ପିସିବି, କପର୍‌ କ୍ଲାଡ୍‌ ଲାମିନେଟ, ପଲିପ୍ରୋପାଇଲିଜ୍‌ ଫିଲ୍ମ ଆଦି ଉପକରଣ ଏହି ଯୋଜନା ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ନିର୍ମାଣ କରାଯିବ। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ଇଲେକ୍ଟ୍ରୋନିକ୍ସ ଭାରତର ତୃତୀୟ ସର୍ବବୃହତ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ରପ୍ତାନୀ କ୍ଷେତ୍ର ଭାବେ 2024-25 ରେ ଉଭା ହୋଇଛି, ଯାହା 2021-22ରେ ସପ୍ତମ ସ୍ଥାନରୁ ଉଠିଛି। ଆର୍ଥିକ ବର୍ଷ 2025-26 ର ପ୍ରଥମାର୍ଦ୍ଧରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ 22.2 କୋଟି ଆମେରିକୀୟ ଡଲାର ଥିଲା। ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 2014-15 ରେ 1.9 ଲକ୍ଷ କୋଟି ଟଙ୍କାରୁ 2024-25 ରେ 11.3 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଛଅ ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ରପ୍ତାନୀ 38,000 କୋଟି ଟଙ୍କାରୁ ବୃଦ୍ଧି ପାଇ 3.27 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଆଠ ଗୁଣ ବୃଦ୍ଧି ଦର୍ଶାଉଛି। ବିଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସମଗ୍ର ଦେଶରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି।

ଏହି ପରିବର୍ତ୍ତନରେ ମୋବାଇଲ ଉତ୍ପାଦନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି କ୍ଷେତ୍ରରେ ଉତ୍ପାଦନ 2014–15ରେ 18,000 କୋଟି ଟଙ୍କାରୁ 28 ଗୁଣ ବୃଦ୍ଧି ପାଇ 2024–25ରେ 5.45 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 2014 ରେ ମାତ୍ର ଦୁଇଟି ମୋବାଇଲ ନିର୍ମାଣକାରୀ ୟୁନିଟ୍ ତୁଳନାରେ ବର୍ତ୍ତମାନ 300ରୁ ଅଧିକ ୟୁନିଟ୍ କାର୍ଯ୍ୟକ୍ଷମ ହେବା ସହିତ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ ହୋଇପାରିଛି। ମୋବାଇଲ୍ ଫୋନ୍ ରପ୍ତାନୀରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ଦେଖାଇଛି, ଯାହା 2014-15 ରେ 1,500 କୋଟି ଟଙ୍କାରୁ 127 ଗୁଣ ବୃଦ୍ଧି ପାଇ 2024-25 ରେ 2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 2024 ରେ, ଆପଲ୍ ଏକାକୀ ₹ 1,10,989 କୋଟି ମୂଲ୍ୟର ଆଇଫୋନ୍ ରପ୍ତାନି କରିଥିଲା, ଯାହା ବର୍ଷକୁ 42 ପ୍ରତିଶତ ଅଭିବୃଦ୍ଧି ସହିତ ₹1 ଲକ୍ଷ କୋଟି ମାର୍କ ଅତିକ୍ରମ କରିଥିଲା। 2025-26 ର ପ୍ରଥମ ପାଞ୍ଚ ମାସରେ, ସ୍ମାର୍ଟଫୋନ୍ ରପ୍ତାନୀ 1 ଲକ୍ଷ କୋଟି ଟଙ୍କା ଛୁଇଁଥିଲା, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ 55 ପ୍ରତିଶତ ବୃଦ୍ଧି ରେକର୍ଡ କରିଥିଲା। ଏହି ପ୍ରୟାସ ଜାରି ରହିଥିବା ବେଳେ ବିଶ୍ୱର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ହେବା ଦିଗରେ ଦେଶର ଲକ୍ଷ୍ୟ ଦ୍ରୁତ ଗତିରେ ବାସ୍ତବ ରୂପ ନେଉଛି।

ଅଶ୍ୱିନୀ ବୈଷ୍ଣବ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଇସିଏମଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି OTT ପ୍ରିମିୟର ହେବ ‘ଧୁରନ୍ଧର-୨’: ଜାଣନ୍ତୁ କେଉଁ ସମୟରେ ଦେଖିପାରିବେ ଏହି ବଡ ଫିଲ୍ମ

June 4, 2026

ଭାରତ ପାଇଁ ଖୋଲିପାରେ ନୂଆ ତୈଳ ଦ୍ୱାର! ଭେନେଜୁଏଲାରୁ ଆସିଲା ବଡ଼ ସନ୍ଦେଶ

June 4, 2026

ହସ୍ପିଟାଲର ICUରେ ଭୟଙ୍କର ଅଗ୍ନିକାଣ୍ଡ : ତିନି ମୃତ

June 4, 2026

ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

June 4, 2026
Latest News

ଆଜି OTT ପ୍ରିମିୟର ହେବ ‘ଧୁରନ୍ଧର-୨’: ଜାଣନ୍ତୁ କେଉଁ ସମୟରେ ଦେଖିପାରିବେ ଏହି ବଡ ଫିଲ୍ମ

June 4, 2026

ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

June 4, 2026

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: ପୂର୍ବତନ IICଙ୍କୁ NHRCର ଜେରା

June 4, 2026

କାଠଯୋଡିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

June 4, 2026

ଭାରତ ପାଇଁ ଖୋଲିପାରେ ନୂଆ ତୈଳ ଦ୍ୱାର! ଭେନେଜୁଏଲାରୁ ଆସିଲା ବଡ଼ ସନ୍ଦେଶ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.