Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆଜି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

October 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
PM Modi
ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ‘ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫’ରେ ସେ ମାରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବା ସହ ଗ୍ଲୋବାଲ ମାରିଟାଇମ ସିଇଓ ଫୋରମରେ ଅଧ୍ୟକ୍ଷତା କରିବେ।

ଗ୍ଲୋବାଲ ମାରିଟାଇମ ସିଇଓ ଫୋରମ ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫ର ଫ୍ଲାଗସିପ୍ କାର୍ଯ୍ୟକ୍ରମ। ଭବିଷ୍ୟତର ବୈଶ୍ୱିକ ସାମୁଦ୍ରିକ ଇକୋସିଷ୍ଟମକୁ ନିର୍ଦ୍ଧାରଣ କରିବାକୁ ଏହି କାର୍ଯ୍ୟକ୍ରମରେ ବୈଶ୍ୱିକ ସାମୁଦ୍ରିକ କମ୍ପାନିର ସିଇଓ, ଅଗ୍ରଣୀ ନିବେଶକ, ନୀତି ନିର୍ଦ୍ଧାରକ, ନବସୃଜନକାରୀ ଏବଂ ଅନ୍ତର୍ଜାତୀୟ ସହଯୋଗୀମାନେ ଏକାଠି ହୋଇଛନ୍ତି। ଶତତ ସମୁଦ୍ରୀ ବିକାଶ, ସ୍ଥିର ଯୋଗାଣ ଶୃଙ୍ଖଳ, ଗ୍ରୀନ ସିପିଙ୍ଗ, ସମାବେଶୀ ନୀଳ ଅର୍ଥନୀତି ରଣନୀତି ବାବାଦରେ ଆଲୋଚନା ପାଇଁ ଏହି ଫୋରମ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହେବ।

ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ମହତ୍ୱାକାଂକ୍ଷୀ, ଭବିଷ୍ୟତମୁଖୀ ସମୁଦ୍ରୀ ପରିବର୍ତ୍ତନ ସହ ସାମୁଦ୍ରିକ ଅମୃତ କାଳ ଭିଜନ ୨୦୪୭ ଲକ୍ଷ୍ୟରେ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଦୀର୍ଘକାଳୀନ ଦୃଷ୍ଟିକୋଣ ଚାରୋଟି ରଣନୀତିକ ସ୍ତମ୍ଭ ଉପରେ ପର୍ଯ୍ୟବସିତ – ବନ୍ଦରଭିତ୍ତିକ ବିକାଶ, ଜାହାଜ ଚଳାଚଳ ଏବଂ ଜାହାଜ ନିର୍ମାଣ, ବାଧାବିହୀନ ପରିବହନ ଏବଂ ସାମୁଦ୍ରିକ କୌଶଳ ଗଠନ- ଲକ୍ଷ୍ୟ ବିଶ୍ୱର ବୃହତ ସାମୁଦ୍ରିକ ଶକ୍ତିଙ୍କ ମଧ୍ୟରେ ଭାରତକୁ ସ୍ଥାନ ଦେବା।

ଜାହାଜ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, କ୍ରୁଜ ପର୍ଯ୍ୟଟନ ଏବଂ ନୀଳ ଅର୍ଥବ୍ୟବସ୍ଥା ଫାଇନାନ୍ସର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରିବା ଏବଂ ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ରୂପାନ୍ତର କରିବାରେ ‘ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫’ ଭାରତ ସରକାରଙ୍କ ମୁଖ୍ୟ ବୈଶ୍ୱିକ ପ୍ଲାଟଫର୍ମ।

୨୭ ରୁ ୩୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫’ ର ବିଷୟବସ୍ତୁ ହେଉଛି “ସମୁଦ୍ରକୁ ଏକୀକୃତ କରିବା, ଏକ ସାମୁଦ୍ରିକ ଦୃଷ୍ଟିକୋଣ।” ଏହା ବିଶ୍ୱ ସାମୁଦ୍ରିକ କେନ୍ଦ୍ର ଏବଂ ନୀଳ ଅର୍ଥନୀତିରେ ଏକ ନେତା ହେବା ପାଇଁ ଭାରତର ରଣନୈତିକ ଦୃଷ୍ଟିକୋଣକୁ ଦର୍ଶାଇବ। ‘ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫’ ରେ ୮୫ ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ, ଯେଉଁଥିରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି, ୫୦୦ରୁ ଅଧିକ ପ୍ରଦର୍ଶକ ଏବଂ ୩୫୦ରୁ ଅଧିକ ଅନ୍ତର୍ଜାତୀୟ ବକ୍ତା ସାମିଲ ହୋଇଛନ୍ତି।

ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫ ନରେନ୍ଦ୍ର ମୋଦୀ ମାରିଟାଇମ ଲିଡର୍ସ କନକ୍ଲେଭ ମୁମ୍ବାଇ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.