Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱ ଷ୍ଟ୍ରୋକ୍ ଦିବସ: ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି ‘ବ୍ରେନ୍‌ ଷ୍ଟ୍ରୋକ୍‌’ 
ଜାତୀୟ ଖବର

ବିଶ୍ୱ ଷ୍ଟ୍ରୋକ୍ ଦିବସ: ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି ‘ବ୍ରେନ୍‌ ଷ୍ଟ୍ରୋକ୍‌’ 

October 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ବ୍ରେନ୍‌ ଷ୍ଟ୍ରୋକ୍‌’ 
ବିଶ୍ୱ ଷ୍ଟ୍ରୋକ୍ ଦିବସ: ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି ‘ବ୍ରେନ୍‌ ଷ୍ଟ୍ରୋକ୍‌’ 

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି ‘ବ୍ରେନ୍‌ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍‌ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ତା’ଛଡ଼ା ଏହା ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତା ଅନେକ ରୋଗୀଙ୍କ ଜୀବନକୁ ଜଟିଳ କରିଦେଉଛି। ତେଣୁ, ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି।

‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସୂଚନା ଅନୁଯାୟୀ ପ୍ରତିବର୍ଷ ପୃଥିବୀରେ ୭୦ ଲକ୍ଷରୁ ଅଧିକ ଲୋକ ବ୍ରେନ ଷ୍ଟ୍ରୋକରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଲକ୍ଷ ଲକ୍ଷ ରୋଗୀ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଜଟିଳତାର ଶିକାର ହେବା ଫଳରେ ପାରିବାରିକ ସ୍ତରରେ ଆର୍ଥିକ ସମସ୍ୟା ସହିତ ଜାତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି। ବ୍ରେନ୍‌ ଷ୍ଟ୍ରୋକ୍ କେବଳ ବୃଦ୍ଧା ଅବସ୍ଥାର ରୋଗ ନହୋଇ ଆଜି କମ୍‌ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି।

ଏହାର ମୁକାବିଲା ପାଇଁ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ‘ଷ୍ଟ୍ରୋକ୍-ମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ ସଚେତନତା ଅଭିଯାନ କରାଯାଉଛି। ଚଳିତବର୍ଷ ଅକ୍ଟୋବର ୨୭ରୁ ୩୧ ତାରିଖ ଯାଏଁ ଏହି ଅଭିଯାନ ଚାଲିବ।

ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ବିଭିନ୍ନ ସୂଚନାଧର୍ମୀ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ଦେଶର ବିଶିଷ୍ଟ ଡାକ୍ତରମାନଙ୍କ ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯାଉଛି।

ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଆଦି କାରଣରୁ ଆମ ଦେଶରେ ବ୍ରେନ୍‌ ଷ୍ଟ୍ରୋକ୍‌ ଘଟଣା ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ମଧ୍ୟ ବ୍ରେନ୍‌ ଷ୍ଟ୍ରୋକ୍‌ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି।

‘‘ଆଇଏଫଆଇ ଫାଉଣ୍ଡେସନ ‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସଦସ୍ୟ ରହିଛି। ଫାଉଣ୍ଡେସନ ପକ୍ଷରୁ ଗତ ତିନିବର୍ଷ ଧରି ଏହି ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଚଳିତବର୍ଷ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା ଏବଂ ମରାଠୀ ଆଦି ଭାଷାରେ ଏହି ଅଭିଯାନ କରାଯିବା ଫଳରେ ଆମେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଖରେ ଷ୍ଟ୍ରୋକ୍ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ସକ୍ଷମ ହୋଇପାରିଛୁ,’’ ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ କହିଛନ୍ତି ‘ଷ୍ଟ୍ରୋକ୍-ମୁକ୍ତ ଜୀବନ ଅଭିଯାନ’ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ।

ଏହି ଅଭିଯାନ ସମୟରେ ଡିଜିଟାଲ ମିଡିଆ ସହିତ ଲୋକଙ୍କ ସୂଚନା ପାଇଁ ଇ-ନ୍ୟୁଜଲେଟର ପ୍ରକାଶ କରାଯାଉଛି। ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ବ୍ରେନ୍ ଷ୍ଟ୍ରୋକର ବିଭିନ୍ନ ଲକ୍ଷଣ ସମ୍ପର୍କରେ ସଚେତନ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ କରାଯିବ ବୋଲି ଆଇଏଫଆଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଏହି ଅଭିଯାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ଚାମ୍ବର ଅଫ୍ କମର୍ସ ଏବଂ ଟାଇ ଭୁବନେଶ୍ୱର ଆଇଏଫଆଇ ସହିତ ଯୋଡ଼ି ହୋଇଛନ୍ତି।

ବିଭିନ୍ନ ବିକଶିତ ଦେଶ ଆଜି ବ୍ରେନ୍‌ ଷ୍ଟ୍ରୋକ୍‌ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ଫଳରେ ସେଠାରେ ଷ୍ଟ୍ରୋକ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ଚିକିତ୍ସା କ୍ଷେତ୍ରରେ ବିଶେଷ ଉନ୍ନତି ଦେଖିବାକୁ ମିଳୁଛି। ତେଣୁ, ଭାରତ ଭଳି ଦେଶରେ ଅଣସଂକ୍ରାମକ ରୋଗର ପରିଚାଳନା ବେଳେ ବ୍ରେନ୍‌ ଷ୍ଟ୍ରୋକର ମୁକାବିଲା ପାଇଁ ବିଶେଷ ପଦକ୍ଷେପ ନିଆଯିବା ଆବଶ୍ୟକ। ସେହିପରି ଷ୍ଟ୍ରୋକର ପ୍ରତିଷେଧକ ଓ ଆଶୁ ଚିହ୍ନଟ ଲାଗି ବ୍ୟାପକ ସଚେତନତା ସହିତ ଏହାର ଉଚିତ ଚିକିତ୍ସା ଏବଂ ଷ୍ଟ୍ରୋକ୍ ପରବର୍ତ୍ତି ସେବା ତଥା ଥଇଥାନ ଦିଗରେ ଗୁରୁତ୍ୱ ଦେବାର ସମୟ ଆସିଛି।

‘ବ୍ରେନ୍‌ ଷ୍ଟ୍ରୋକ୍‌’ ବିଶ୍ୱ ଷ୍ଟ୍ରୋକ୍ ଦିବସ ମସ୍ତିଷ୍କାଘାତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

କ୍ରିତି ସାନନଙ୍କୁ ସମର୍ଥନ କଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ନେତା?

August 25, 2026

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

August 25, 2026

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026
Latest News

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

August 25, 2026

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.