Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ
ଜାତୀୟ ଖବର

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Indian Roads Congress
Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଭାରତୀୟ ରୋଡ କଂଗ୍ରେସ ବା ଆଇଆରସି ସମ୍ମିଳନୀ। ଏଥିରେ ଦେଶ ତଥା ବିଦେଶରୁ ଶହଶହ ଇଂଜିନିୟର ଯୋଗଦେବେ। ୧୯୩୪ ମସିହାରୁ ଆଇଆରସି ଗଠନ ହୋଇଥିବାବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍‌ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା।ଏହି ମହାକୁମ୍ଭକୁ ଉଦ୍‌ଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ୍ ଗଡ଼କରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ।

ଏହି ଅଧିବେଶନ ନଭେମ୍ବର ୬ ରୁ ୧୦ ତାରିଖ ପର‌୍ୟ୍ୟନ୍ତ ୫ ଦିନ ଧରି ସଡ଼କ ଭିତ୍ତିଭୂମି ଉନ୍ନତୀକରଣ,ନୂଆ ଜ୍ଞାନକୌଶଳ, ଜଳବାୟୁ ଅନୁକୂଳ ରାସ୍ତାନିର୍ମାଣ ଇତ୍ୟାଦି ଅନେକ ବୈଷୟିକ ବାବଦରେ ଜ୍ଞାନର ଆଦାନପ୍ରଦାନର କେନ୍ଦ୍ରବିନ୍ଦୁ ହେବ।

ଆଇଆର୍‌ସିର ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ତମ୍‌ତା, ଶ୍ରୀ ହର୍ଷ ମାଲହୋତ୍ରା ଓ ମଧ୍ୟପ୍ରଦେଶର ପୂର୍ତ୍ତ ମନ୍ତ୍ରୀ ଶ୍ରୀ ରାକେଶ ସିଂହ ଏବଂ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗଦାନ କରିବେ। ସମଗ୍ର ଭାରତ ବର୍ଷରୁ ଅନେକ ବିଶେଷଜ୍ଞ, ବୈଜ୍ଞାନିକ, ସଡ଼କ ଯନ୍ତ୍ରୀ ସମେତ ୩୫୦୦ରୁ‌ ଉର୍ଦ୍ଧ୍ବ ପ୍ରତିନିଧି ଆଲୋଚନାରେ ଭାଗ ନେବାର କାର‌୍ୟ୍ୟକ୍ରମ ରହିଛି। ଏଥିସହିତ ଆଇଆଇଟି,ଏନଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ।

ଏହି ବୈଠକରେ ଅନ୍ୟତମ ଆକର୍ଷଣ ସାଜିବ ୨୦ଟି ‘ଓପନ ଟୁ ସ୍କାଏ ଷ୍ଟଲ’ ଯେଉଁଥିରେ ସଡ଼କ ଭିଭିଭୂମି ମଡେଲ ସହ ବିଭିନ୍ନ ଜ୍ଞାନକୌଶଳର ପ୍ରୟୋଗ ପ୍ରଦର୍ଶିତ ହେବ। ଏଠାରେ ଅନୁଷ୍ଠିତ ବୈଷୟିକ ପ୍ରଦର୍ଶନୀରେ ମେକାନାଇଜିଡ୍ ମାଷ୍ଟିକର ଡେମୋ ପ୍ରଦର୍ଶିତ ହେବ।

ଏଠାରେ ଥିବା ୩୫୦ଟି ପ୍ରଦର୍ଶନୀ ଷ୍ଟଲ୍ ଗୁଡ଼ିକରେ ପ୍ରଦର୍ଶନ ଆରମ୍ଭ ହୋଇଛି ଯେଉଁଠାରେ ମାଷ୍ଟିକ୍ ଆସ୍ଫାଲଟ୍ ଆଦି ଭଳି ଜଳବାୟୁ ଅନୁକୂଳ ଟେକ୍ନୋଲୋଜି ପ୍ରଦର୍ଶନ କରାଯାଉଛି ଏବଂ ଫ୍ଲାଏ ଆସ୍‌, ବାଲି ପ୍ରସ୍ତୁତି, ପୋରସ୍ କଂକ୍ରିଟ୍, ଏନ୍‌ଏସବି ଏବଂ ରାସ୍ତା ନିର୍ମାଣରେ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗକୁ ପ୍ରତ୍ୟକ୍ଷ ଦେଖିବାର ସୁଯୋଗ ମିଳିବ।
ଏହିଭଳି ଏକ କାର‌୍ୟ୍ୟକ୍ରମ ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

ଏହି ଅବସରରେ ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଜନତା ମଇଦାନ ପରିଦର୍ଶନ କରି କାର‌୍ୟ୍ୟ ତଦାରଖ କରିଛନ୍ତି। ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ , ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ, ଇଣ୍ଡିଆନ ରୋଡ଼ କଂଗ୍ରେସର ସଭାପତି ପ୍ରଫେସର ମନୋରଞ୍ଜନ ପରିଡ଼ା, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ପୂର୍ବତନ ଡ଼ିଜି ଶ୍ରୀ ଧର୍ମାନନ୍ଦ ଷଡ଼ଙ୍ଗୀ,ପୂର୍ତ୍ତ ବିଭାଗର ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ , ଇଣ୍ଡିଆନ ରୋଡ଼ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରାହୁଲ ଗୁପ୍ତା, ଇଣ୍ଡିଆନ ରୋଡ଼ କଂଗ୍ରେସର ଆଞ୍ଚଳିକ ସାଂଗଠନିକ ସମ୍ପାଦକ ଶ୍ରୀ ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Indian Road Congress IRC ପୃଥୀରାଜ ହରିଚନ୍ଦନ ଭରାତୀୟ ରୋଡ୍ କଂଗ୍ରେସ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.