ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ସମସ୍ତ ମେଣ୍ଟ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଜନତା ଆମ ସରକାର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, “୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି। ଏଥିପାଇଁ, ରାଜ୍ୟର ସମସ୍ତ ସମ୍ମାନିତ ଭୋଟରଙ୍କୁ ମୋର ସମ୍ମାନଜନକ ପ୍ରଣାମ, ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ।”
ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଣାମ କରୁଛି ଏବଂ ତାଙ୍କର ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି। ଏହି ନିର୍ବାଚନରେ NDA ମେଣ୍ଟ ସମ୍ପୂର୍ଣ୍ଣ ଏକତା ପ୍ରଦର୍ଶନ କରି ଏକ ବିପୁଳ ବିଜୟ ହାସଲ କରିଛି। ମୁଁ ଏହି ବିପୁଳ ବିଜୟ ପାଇଁ ସମସ୍ତ NDA ମେଣ୍ଟ ସହଯୋଗୀ – ଚିରାଗ ପାସୱାନ, ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।
ସେ କହିଛନ୍ତି ଯେ, ସମସ୍ତଙ୍କ ସମର୍ଥନରେ, ବିହାର ଆହୁରି ପ୍ରଗତି କରିବ ଏବଂ ଦେଶର ସବୁଠାରୁ ବିକଶିତ ରାଜ୍ୟ ମଧ୍ୟରେ ସାମିଲ ହେବ।


