Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Hindalco CSR: ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’
ଜାତୀୟ ଖବର

Hindalco CSR: ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’

November 19, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Hindalco CSR
Hindalco CSR: ଲୋକଙ୍କ ଜୀବିକାକୁ ସୁଦୃଢ କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’

Hindalco CSR: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‍ ଆଦିତ୍ୟ ଆଲୁମିନିୟମ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଏନ୍‍ଜିଓ ଅପ୍‍ହୋଲ୍ଡ ଆର୍ଥ ସହଯୋଗୀତାରେ ଏକ ଅନନ୍ୟ ପ୍ରୟାସ ‘ପ୍ରୋଜେକ୍ଟ ବାସ୍କେଟ୍ରି’ ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ପାରିବେଶିକ ଅଗ୍ରଗାମୀତାକୁ ପ୍ରତିପାଳନ କରୁଛି । ଏହି ପ୍ରକଳ୍ପ ସମ୍ବଲପୁର ଜିଲ୍ଲାର ଲାଉମାଳ ଏବଂ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକରେ ପାରମ୍ପରିକ ବାଉଁଶ ହସ୍ତଶିଳ୍ପର ପୁନରୁଦ୍ଧାର ଦ୍ୱାରା ଗ୍ରାମୀଣ ମହିଳାମାନଙ୍କ ନିମନ୍ତେ ସ୍ଥିର ଆୟକାରୀ ସୁଯୋଗଗୁଡିକ ସୃଷ୍ଟି କରିବାକୁ ଚାହୁଁଛି ।

ପ୍ରୋଜେକ୍ଟ ବାସ୍କେଟ୍ରିର ମୂଳ ଲକ୍ଷ୍ୟ ହେଉଛି ଅତ୍ୟାବଶକ ସମ୍ବଳ ଏବଂ ଦକ୍ଷତା ସହିତ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା। ଏହି ପ୍ରୟାସ ଅଧୀନରେ ଏକ ନବୀକରଣଯୋଗ୍ୟ ଏବଂ ପରିବେଶ ଅନୁକୂଳ ସମ୍ବଳ ଭାବରେ ବାଉଁଶ ଚାଷକୁ ଉତ୍ସାହିତ କରିବାକୁ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ବାଉଁଶ ଚାରା ବଣ୍ଟନ କରାଯାଉଛି । କାରିଗରମାନଙ୍କୁ ସେମାନଙ୍କର ନିଜର ବାଉଁଶ ଚାଷ କରିବା ନିମନ୍ତେ ସମର୍ଥ କରାଇ ଏହି ପ୍ରକଳ୍ପ କଞ୍ଚାମାଲ ଯୋଗାଣର ନିରନ୍ତର ଯୋଗାଣ ସୁନିଶ୍ଚିତ କରାଇବା ସହିତ ଦୀର୍ଘସୂତ୍ରୀ ଜୀବିକା ଉପାର୍ଜନରେ ସ୍ଥିରତା ଏବଂ ଆତ୍ମନିର୍ଭରତାକୁ ପ୍ରତିପାଳନ କରୁଛି।

ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ହେଡ୍‍ ଅଫ ମାଇନିଂ ବିଜିନେସ୍‍ ଏବଂ ସମ୍ବଲପୁର କ୍ଲଷ୍ଟର ହେଡ୍‍ ଶ୍ରୀ କୈଳାସ ପାଣ୍ଡେ କହିଥିଲେ, “ପ୍ରୋଜେକ୍ଟ ବାସ୍କେଟ୍ରି ‘ପରିବେଶଗତ ଦାୟିତ୍ୱ ନିର୍ବାହ ସହିତ ସମାବେଶୀ ଅଭିବୃଦ୍ଧି” ନିମନ୍ତେ ଆଦିତ୍ୟ ଆଲୁମିନିୟମର ଦୂରଦୃଷ୍ଟିକୁ ପାଳନ କରୁଛି । ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରି ଏବଂ ପାରମ୍ପରିକ କାରିଗରୀକୁ ପୁନଃସୁଦୃଢ କରି କମ୍ପାନୀ ଦକ୍ଷତା, ସୃଜନଶୀଳତା ଏବଂ ଆତ୍ମନିର୍ଭରତା ଆଧାରିତ ମଜଭୁତ ସମୁଦାୟ ନିର୍ମାଣ କରୁଛି ।”

କାରିଗରୀଭିତ୍ତିକ ଦକ୍ଷତାକୁ ମଜଭୁତ କରିବା ନିମନ୍ତେ ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଲାଉମାଳ ଗ୍ରାମରେ ବାଉଁଶ ହସ୍ତଶିଳ୍ପ ପ୍ରସ୍ତୁତି ଉପରେ ୪୦ ଦିବସୀୟ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ୨୦୨୫ ସେପ୍ଟେମ୍ବର ୧୨ ତାରିଖରେ ଆରମ୍ଭ ହୋଇଥିବାବେଳେ ଲଣ୍ଡ୍ରି ଝୁଡି, କାଗଜ ଝୁଡି ଏବଂ ବାସ୍କେଟ ଆଦି ବ୍ୟବହାରିକ ଉତ୍ପାଦଗୁଡିକର ଡିଜାଇନ ଏବଂ ପ୍ରସ୍ତୁତି ଉପରେ ଦୃଷ୍ଟିନିବଦ୍ଧ କରିଥିଲା । ଅଭିଜ୍ଞ ତାଲିମଦାତାମାନେ କଞ୍ଚାମାଲ ପ୍ରସ୍ତୁତି ଏବଂ ଡିଜାଇନ ଠାରୁ ନେଇ ପରିକଳ୍ପନା ଓ ଉତ୍ପାଦ ଫିନିଶିଂ ତଥା ବଜାର ସଂଯୋଗୀକରଣ ପର୍ଯ୍ୟନ୍ତ ସମୁଦାୟ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟ ଜରିଆରେ ଅଂଶଗ୍ରହଣକାରୀଙ୍କୁ ମାର୍ଗଦର୍ଶନ କରିଥିଲେ।

ଉଦ୍‍ଘାଟନୀ ତାଲିମ କାର୍ଯ୍ୟକ୍ରମରେ ମୋଟ ୧୫ଜଣ ମହିଳା ଅଂଶଗ୍ରହଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଏବଂ ପରିମାଣାତ୍ମକ ରହିଥିଲା, ଯେଉଁଥିରେ ଉକ୍ତ ମହିଳାମାନେ ସମ୍ମିଳିତ ଭାବରେ ୧୩୫୦ ବାଉଁଶ ଉତ୍ପାଦ ପ୍ରସ୍ତୁତ କରିବା ସହିତ ବିକ୍ରି କରିଥିଲେ । ସେଥିରୁ ମୋଟ ୧,୭୧,୮୭୦ ଟଙ୍କା ଉପାର୍ଜନ କରାଯାଇଥିଲା । ଏହି ସଫଳତା ସେମାନଙ୍କର ବର୍ଦ୍ଧିତ କାରିଗରୀ ଓ ଆସ୍ଥାଭାବକୁ ପ୍ରତିଫଳିତ କରିବା ସହିତ ବାଉଁଶଭିତ୍ତିକ ଅଣୁ ଉଦ୍ୟୋଗଗୁଡିକର ତୃଣମୂଳ ସ୍ତରରେ ବାଣିଜ୍ୟିକ ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲା ବୋଲି ଶ୍ରୀ ପାଣ୍ଡେ ଉଲ୍ଲେଖ କରିଥିଲେ ।

ଏହି ସଫଳତାରେ ଉତ୍ସାହିତ ହୋଇ ଆଦିତ୍ୟ ଆଲୁମିନିୟମର ସିଏସ୍‍ଆର ଟିମ୍‍ ଚଳିତ ଆର୍ଥିକ ବର୍ଷରେ ପ୍ରୋଜେକ୍ଟ ବାସ୍କେଟ୍ରିକୁ ରେଙ୍ଗାଳି ବ୍ଲକ୍‍ର ଅନେକ ଗ୍ରାମରେ ୧୫ରୁ ୧୦୦ ଗ୍ରାମୀଣ ମହିଳାଙ୍କୁ ସାମିଲ କରିବା ନିମନ୍ତେ ଏକ ଆକାଂକ୍ଷୀ ଲକ୍ଷ୍ୟ ସ୍ଥାପନ କରିଛି । ଏହାର ବିସ୍ତାରିତ ଦୂରଦୃଷ୍ଟି ହେଉଛି ରେଙ୍ଗାଳିକୁ ‘ବାଉଁଶ କାରିଗରୀର କ୍ଲଷ୍ଟର’ ଭାବରେ ବିକଶିତ କରିବା ଏବଂ ସ୍ଥାନୀୟ କାରିଗରମାନଙ୍କର ପରିପୋଷଣ କରୁଥିବା ସ୍ୱାବଲମ୍ବୀ ପରିବ୍ୟବସ୍ଥା ସୃଷ୍ଟି, ବଜାର ସଂଯୋଗୀକରଣକୁ ମଜଭୁତ କରିବା ଏବଂ ଉକ୍ତ ଅଞ୍ଚଳକୁ ପରିବେଶ ଅନୁକୂଳ ବାଉଁଶ ଉତ୍ପାଦଗୁଡିକ ନିମନ୍ତେ ପ୍ରତିଷ୍ଠିତ କରାଇବା ।

ଏହାର ଅର୍ଥନୈତିକ ପ୍ରଭାବ ଊର୍ଦ୍ଧ୍ୱରେ ଏହି ପ୍ରୟାସ ପ୍ରସାରିତ ପରିବେଶଗତ ଗୁରୁତ୍ୱ ବହନ କରୁଛି । ଏକ ଦ୍ରୁତ ଅଭିବୃଦ୍ଧିଶୀଳ ନବୀକରଣଯୋଗ୍ୟ ସମ୍ବଳ ଭାବରେ ବାଉଁଶ ସଦା ସବୁଜ ବଳୟ ବୃଦ୍ଧି, ମୃତ୍ତିକା କ୍ଷୟକୁ ରୋକବା ଏବଂ କାଠ ଉପରେ ନିର୍ଭରଶୀଳତା ହ୍ରାସ ଦ୍ୱାରା ପରିବେଶଗତ ଦୀର୍ଘସ୍ଥାୟିତା କ୍ଷେତ୍ରରେ ଅବଦାନ ରଖୁଛି। ପ୍ରୋଜେକ୍ଟ ବାସ୍କେଟ୍ରି ଜରିଆରେ ଆଦିତ୍ୟ ଆଲୁମିନିୟମ ପରିବେଶ ସଂରକ୍ଷଣ ସହିତ ଜୀବିକା ଉପାର୍ଜନ ମଧ୍ୟ ସଂହତି ସ୍ଥାପନ କରୁଥିବା ଏକ ଆବର୍ତ୍ତୀ ଓ ଦୀର୍ଘସ୍ଥାୟୀ ମଡେଲକୁ ପ୍ରୋତ୍ସାହିତ କରୁଛି।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ଅବଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି। ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ନେତୃତ୍ୱରେ ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବା ।

ସେଭଳି କରିବା ଦ୍ୱାରା ଏକ ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ ଏବଂ ଦୀର୍ଘସ୍ଥାୟୀ ଜୀବନ ନିର୍ବାହ ପନ୍ଥା ନିର୍ମାଣ ଏବଂ ରାଷ୍ଟ୍ରର ମାନବ ବିକାଶ ସୂଚକରେ ବୃଦ୍ଧି ଘଟାଇବାକୁ ଏହା ଲକ୍ଷ୍ୟ ରଖିଛି । ଗ୍ରୁପ୍‍ର ସିଏସଆର ଦୂରଦୃଷ୍ଟି ଦାରିଦ୍ର‌୍ୟ ନିରାକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନଏସ୍‍ଡିଜିର ଲକ୍ଷ୍ୟସମୂହ ମୁତାବକ ହୋଇଛି।

Aditya Birla hindalco Hindalco CSR ଆଦିତ୍ୟ ବିର୍ଲା ଗ୍ରୁପ୍ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026
Latest News

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.