Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ଜାତୀୟ ଖବର

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

November 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ଜି-20 ନେତାଙ୍କ ଶିଖର ସମ୍ମିଳନୀ। ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ବକ୍ତବ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ 21-23 ନଭେମ୍ବର, 2025 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି।”

ଶ୍ରୀ ମୋଦୀ କହିଛନ୍ତି ଯେ, “ଏହା ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ହେବ କାରଣ ଏହା ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଜି20 ସମ୍ମିଳନୀ। 2023ରେ ଭାରତ ଜି20ର ଅଧ୍ୟକ୍ଷତା ସମୟରେ, ଆଫ୍ରିକୀୟ ସଂଘ ଜି20 ର ସଦସ୍ୟ ହୋଇଥିଲା।”

ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, “ଏହି ସମ୍ମିଳନୀ ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଏକ ସୁଯୋଗ ଆଣିବ। ଚଳିତ ବର୍ଷର ଜି20 ବିଷୟବସ୍ତୁ ‘ସଂହତି, ସମାନତା ଏବଂ ଦୀର୍ଘସ୍ଥାୟିତ୍ୱ’ ରଖାଯାଇଛି, ଯାହା ଦ୍ୱାରା ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀ ଏବଂ ରିଓ ଡି ଜେନେରିଓ, ବ୍ରାଜିଲରେ ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ପରିଣାମକୁ ଆଗକୁ ବଢ଼ାଇଛି। ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ ପାଇଁ ଆମର ଦୃଷ୍ଟିକୋଣ ସହିତ ମୁଁ ଶିଖର ସମ୍ମିଳନୀରେ ଭାରତର ବିଚାର ଉପସ୍ଥାପନ କରିବି।”

ଶ୍ରୀ ମୋଦୀ କହିଛନ୍ତି ଯେ, “ମୁଁ ସହଭାଗୀ ଦେଶଗୁଡ଼ିକର ନେତାମାନଙ୍କ ସହିତ ମୋର ଆଲୋଚନା ଏବଂ ଶିଖର ସମ୍ମିଳନୀ ଅବସରରେ ନିର୍ଦ୍ଧାରିତ ଷଷ୍ଠ ଆଇବିଏସଏ ଶିଖର ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅପେକ୍ଷା କରିଛି।”

ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଏହି ଗସ୍ତ ସମୟରେ, ମୁଁ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ମୋର ଆଲୋଚନା ପାଇଁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷାରେ ରହିଛି। ଭାରତ ବାହାରେ ରହୁଥିବା ସବୁଠାରୁ ବଡ଼ ପ୍ରବାସୀ ସମାଜ ମଧ୍ୟରୁ ଏହା ଅନ୍ୟତମ।”

G 20 narendramodi southafrica
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

December 12, 2025

ତାମିଲନାଡୁ ସରକାର ସନାତନ ବିରୋଧୀ: ଅନୁରାଗ ଠାକୁର

December 12, 2025

ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ

December 12, 2025

ଅବସର ନିଷ୍ପତ୍ତି ପ୍ରତ୍ୟାହାର କଲେ ମହିଳା କୁସ୍ତିଯୋଦ୍ଧା ବିନେଶ: ଖେଳିବେ ୨୦୨୮ ଅଲିମ୍ପିକ୍ସ!

December 12, 2025
Latest News

ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ

December 12, 2025

ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

December 12, 2025

ତାମିଲନାଡୁ ସରକାର ସନାତନ ବିରୋଧୀ: ଅନୁରାଗ ଠାକୁର

December 12, 2025

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

December 12, 2025

ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ

December 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.