Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ
ଜାତୀୟ ଖବର

ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

November 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରେ ପୁଣି କମ୍ପନ
ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଆଜି ପୁଣି ଥରେ ବିଜେଡିକୁ ଏକ ଧକ୍କା। କାରଣ ହେଲା ଆଜି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ସେ ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ବୋଲି କହିଛନ୍ତି। ବିଜେଡି ତାଙ୍କୁ ବରିଷ୍ଠ ନାଗରିକ ସେଲର ଉପସଭାପତି ରାଙ୍କର ପଦବୀ ଦେଇଥିଲା। ହେଲେ ଏହି ପଦବୀ କଣ ବୋଲି ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରି ନାହିଁ ସେଥିପାଇଁଏହି ପଦବୀରୁ ଇସ୍ତଫା ଦେଲି ବୋଲି ଦେବାଶିଷ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ କହିଛନ୍ତି ଯେ, ସେ ବିଜେଡିରେ ରହିବେ। ଏହି ଦଳ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ହେଉଥିବ ସେ ପର୍ଯ୍ୟନ୍ତ ସେ ବିଜେଡିରେ ରହିବେ। ତେବେ ତାଙ୍କର ଅସନ୍ତୋଷ ନେଇ ସେ କହିଛନ୍ତି ଯେ, ମୋତେ ଏକ ପଦବୀ ଦିଆଗଲା ଯାହା ଉପସଭାପତି ରାଙ୍କ, ଅର୍ଥାତ ମୁଁ ଉପସଭାପତି ନୁହେଁ। ତେଣୁ ଏହି ପଦପଦବୀ କଣ ମୁଁ ଏ ପର୍ଯ୍ୟନ୍ତ ବୁଝିପାରିଲି ନାହିଁ।

ସେ କହିଛନ୍ତି ଯେ, ଦଳ ବର୍ତ୍ତମାନ ଯେପରି ପରିଚାଳିତ ହେଉଛି ମୋତେ କାହିଁକି ଭଲ ଲାଗୁ ନାହିଁ। ନୂଆପଡା ଉପନିର୍ବାଚନର ବିଫଳତା ପରେ ଦଳ ଏ ନେଇ ଗୁରୁତର ସହ ଚିନ୍ତା କରିବାର ଆବଶ୍ୟକତା ଥିଲା। ଦଳକୁ ପୁନଃଗଠନ କରିବାର ଆବଶ୍ୟକତା ଥିଲା। ହେଲେ ତାହା କରାଗଲା ନାହିଁ। ସେଠାରେ ଯାହାକୁ ପ୍ରାର୍ଥୀ କରାଗଲା ତାହା କିଏ ନିଷ୍ପତି କଲା ବୁଝିହେଉ ନାହିଁ। ହେଲେ ମୋର ଦୃଢ ଧାରଣା ଯେ, ଏହା କେବେ ନବୀନ ବାବୁଙ୍କ ନିଷ୍ପତି ହୋଇ ନ ଥିବ ବୋଲି ଦେବାଶିଷ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, ଦଳର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଅଛନ୍ତି। ଏମାନେ ପୂର୍ବରୁ ଉପସଭାପତି ଥିଲେ। ହେଲେ ଦଳର ପୁନଃଗଠନ ପରେ ଏମାନଙ୍କୁ ଉପସଭାପତି ପଦବୀରୁ ହଟାଇ ଦିଆଗଲା। ସେମାନଙ୍କୁ ଉପସଭାପତି ରାଙ୍କର ଏକ ପଦବୀ ଦିଆଗଲା। ଏହାର ଅର୍ଥ ସେମାନେ ଉପସଭାପତି ନୁହଁନ୍ତି। ଏପରି ପଦପଦବୀ ଦେଇ ସେମାନଙ୍କୁ ଅପମାନିତ କରାଯାଉଛି ବୋଲି ଦେବାଶିଷ କହିଛନ୍ତି।

ଅନ୍ୟପକ୍ଷରେ ଦେବାଶିଷ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ନବୀନ ନିବାସକୁ ବାରମ୍ବାର ଚେଷ୍ଠା କରୁଥିଲେ ମଧ୍ୟ ତାଙ୍କୁ ଦେଖା କରାଇଦିଆଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୀର୍ଘ ମାସ ଧରି ମୁଁ ନବୀନବାବୁଙ୍କୁ ଦେଖା କରିବି ବୋଲି ବାରମ୍ବାର ଅନୁରୋଧ କଲି। ହେଲେ ତା ମଝିରେ କିଏ ରହି ମୋତେ ଦେଖା କରାଇଦେଲା ନାହିଁ ବୋଲି ଦେବାଶିଷ କହିଛନ୍ତି।

ଦେବାଶିଷ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ହେଲେ ସେ ବିଭିନ୍ନ ସମୟରେ ଦଳ ସଂପର୍କରେ ବିବୃତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ସେ ୱାକଫ ବିଲ ଭୋଟ ବେଲେ ଅନୁପସ୍ଥିତ ରହିବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ସ୍ପଷ୍ଟ ଜଣାପଡିଲା ଯେ, ବିଜେଡି ସହିତ ସାଂସଦ ଦେବାଶିଷଙ୍କ ଭଲ ପଟୁ ନାହିଁ। ତେବେ ଦେବାଶିଷଙ୍କର ଆଜିର ଏହି ପଦକ୍ଷେପ ପରେ ଦଳ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

debasis samantray ପଦରୁ ଇସ୍ତଫା ଦେଲେ ଦେବାଶିଷ ସାଂସଦ ଦେବାଶିଷ ସାମନ୍ତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026
Latest News

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.