Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି
ଜାତୀୟ ଖବର

ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି

November 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ରାଷ୍ଟ୍ରପତି
ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ସମୟ ପାଇଁ ମନ୍ତ୍ରୀ ହେବେ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। କାରଣ ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ମନ୍ତ୍ରୀ ହେବେ ବୋଲି ଓଡିଶା ବିଧାନସଭା ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେ ମନ୍ତ୍ରୀ ଭାବେ ବସିବାକୁ ଥିବା ଚ୍ୟାମ୍ବରକୁ ସଜାଇବା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କାରଯାଇଛି।

ଘଟଣାଟି ହେଲା ଯେ, ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ତାଙ୍କର ଅଭିଭାଷଣ ରଖିବେ। ଓଡିଶା ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା। କାରଣ ପୂର୍ବରୁ ଓଡିଶା ବିଧାନସଭାରେ କେହି ଅଭିଭାଷଣ ରଖିଥିବା ପରି ମନେ ହେଉ ନାହିଁ। ତେବେ ଏ ନେଇ ବିଧାନସଭା ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଆଜି ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ରାଜଭବନରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ମିନଟରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିବେ।

ତେବେ ଏହି ଅଭିଭାଷଣ ସହିତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ହେଲା ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ମନ୍ତ୍ରୀ ଥିବା ବେଳେ ସେ ବିଧାନସଭାର ଯେଉଁ ଚ୍ୟାମ୍ବରରେ ବସୁଥିଲେ ସେ ସେଠାକୁ ଯିବେ। ସେଥିପାଇଁ ବିଧାନସଭା ତରଫରୁ ସେ ମନ୍ତ୍ରୀ ଥିବା ବେଳେ ବସୁଥିବା ଚ୍ୟାମ୍ବରକୁ ସଜାଯାଇଛି। ପୂର୍ବରୁ ସେଠାରେ ଥିବା କାଠ ଚ୍ୟାୟର ସହିତ ନୂଆ ଅତିଥୀ ଚ୍ୟାୟର ପକାଯାଇଛି। ସେହି ଚ୍ୟାମ୍ବରକୁ ଯାଇ ରାଷ୍ଟ୍ରପତି ମନ୍ତ୍ରୀ ଥିବା ବେଳେ ତାଙ୍କ ଚ୍ୟାୟରରେ ବସିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶା ବିଧାନସଭାର ଦୁଇଥର ବିଧାୟିକା ଥିଲେ। ସେ ମୟୁରଭଂଜ ରାଇରଙ୍ଗପୁର ବିଧାନସଭା ଆସନରୁ 2000 ଓ 2009 ମସିହାରେ ବିଜେପିରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଓଡିଶାରେ ବିଜେଡି ଓ ବିଜେପି ମିଳିତ ସରକାର ଚାଲିଥିଲା ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟୟରେ ଦ୍ରୌପଦୀ ମୁର୍ମୁ ପ୍ରଥମେ ବାଣିଜ୍ୟ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ବରେ ଥିଲେ। ଏହାପରେ 2002 ରୁ 2004 ମସିହା ପର୍ଯ୍ୟନ୍ତ ସେ ରାଜ୍ୟର ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଥିଲେ।

ସେ ମନ୍ତ୍ରୀ ଥିବା ବେଳେ ସବୁ ମନ୍ତ୍ରୀଙ୍କୁ ଯେପରି ଗୋଟିଏ ଗୋଟିଏ ଚ୍ୟାମ୍ବର ଦିଆଯାଇଥାଏ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ବିଧାନସଭାରେ ଏକ ଚ୍ୟାମ୍ବର ପ୍ରଦାନ କାରଯାଇଥିଲା। ସେହି ଚ୍ୟାମ୍ବରରେ ସେ ସମସ୍ତ ଅଫିସ କାର୍ଯ୍ୟ କରୁଥିଲେ। ଆଜି ସେହି ଚ୍ୟାମ୍ବରେ ବସିବେ ରାଷ୍ଟ୍ରପତି। ପୁରୁଣା ସ୍ମତିକୁ ମନେପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହିତ ସେ ବିଧାନସଭା ପରିସର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

DroupadiMurmu president ବିଧାନସଭାରେ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.