Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ: ଉଦଯାପନୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ: ଉଦଯାପନୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

November 30, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ
ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ: ଉଦଯାପନୀ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ: ଆଜି ସ୍ଥାନୀୟ ରେଳ ସଦନ ଠାରେ ଲଘୁ ଉଦ୍ୟୋଗ ଭାରତୀ ଓଡ଼ିଶା ଦ୍ୱାରା ଆୟୋଜିତ ଓଡିଶା ଶିଳ୍ପ ସମ୍ମିଳନୀ : ୨୦୨୫ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ ଏହି ସମାବେଶ ଆମର MSME କ୍ଷେତ୍ରରେ ଔଦ୍ୟୋଗୀକତା ନବସୃଜନକୁ ( innovation) ପ୍ରୋତ୍ସାହନ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିପୁଳ ସମ୍ଭାବନାରେ ପରିପୂର୍ଣ୍ଣ ଆମ ରାଜ୍ୟ, ଆଜି MSME କ୍ଷେତ୍ରରେ ଭାରତର ସବୁଠାରୁ ଆକର୍ଷଣୀୟ ରାଜ୍ୟ ଭାବରେ ଉଭା ହୋଇ ପାରିଛି। ଓଡିଶାର ସାଢେ ଚାରି କୋଟି ଲୋକଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଯୋଗୁଁ ଏହି ପରିବର୍ତ୍ତନ ଆସିପାରିଛି। ଗତ କିଛି ବର୍ଷ ମଧ୍ୟରେ, ଆମେ ଓଡ଼ିଶାରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛୁ। ଆମର Go Swift Single Window ବ୍ୟବସ୍ଥାରେ ମାସ ମାସ ନୁହେଁ, ବରଂ ଗୋଟିଏ ଦିନରେ ମଧ୍ୟ ପ୍ରକଳ୍ପ ଅନୁମୋଦିତ ହେଉଛି। ଚଳିତ ବର୍ଷ ଭିତ୍ତିଭୂମି ନିର୍ମାଣ ପାଇଁ ଆମ ରାଜ୍ୟ GDPର ୬.1 ପ୍ରତିଶତ ବିନିଯୋଗ କରାଯାଇଛି, ଯାହାକି ଭାରତରେ ସର୍ବାଧିକ।

ଓଡ଼ିଶାର ଶିଳ୍ପାୟନର ଏହି ଯାତ୍ରାରେ ଲଘୁ ଉଦ୍ୟୋଗ ଭାରତୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୯୮୦ ରୁ ଅଧିକ ଶିଳ୍ପ ୟୁନିଟ୍‌କୁ ସହାୟତା କରିବା, ନିଯୁକ୍ତି ସୃଷ୍ଟି କରିବା, ଉଦ୍ୟୋଗୀଙ୍କୁ ସହାୟତା ଦେବା ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟରେ ନିଜର ଯୋଗଦାନ ଦେବାରେ ଏହି ଅନୁଷ୍ଠାନର ପ୍ରୟାସ, ବିଶେଷ ପ୍ରଶଂସାର ପାତ୍ର। ସାରା ବିଶ୍ୱରେ ୯୦ ପ୍ରତିଶତ ବ୍ୟବସାୟ ଏବଂ ସମସ୍ତ ନିଯୁକ୍ତିର ୫୦ ପ୍ରତିଶତ, ଲଘୁ ଶିଳ୍ପ କ୍ଷେତ୍ରରେ ହିଁ ଉପଲବ୍‌ଧ ହୋଇଥାଏ । ବର୍ତ୍ତମାନ ବଜାରର ୧୦ଟି ଆନୁଷ୍ଠାନିକ କ୍ଷେତ୍ରର ନିଯୁକ୍ତି ମଧ୍ୟରୁ ୭ଟି ଲଘୁ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାରୁ ଆସୁଛି । ତେଣୁ ଲଘୁ ବ୍ୟବସାୟଗୁଡ଼ିକ କେବଳ ଅର୍ଥନୀତିରେ ଅବଦାନ ରଖନ୍ତି ନାହିଁ ବରଂ ସେମାନେ ଅର୍ଥନୀତିକୁ ସମୃଦ୍ଧ କରିଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଓଡିଶା କଠିନ ପରିଶ୍ରମ, ନବସୃଜନ ଏବଂ ଉଦ୍ୟୋଗର ଏକ ରାଜ୍ୟ। ‘ଲଘୁ ଉଦ୍ୟୋଗ ଭାରତୀ’ ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ଏବଂ ଏହା ଜିଲ୍ଲା ସ୍ତରରେ, ତୃଣମୂଳ ସ୍ତରରେ ଏବଂ ଉଦ୍ୟୋଗ ସ୍ତରରେ ଶିଳ୍ପ-ସରକାରୀ ସହଯୋଗକୁ ଆହୁରି ଦୃଢ଼ କରିବ। ଆମ ସରକାରର ପ୍ରମୁଖ କାର୍ଯ୍ୟକ୍ରମ, “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” – ଏକ ସ୍ଲୋଗାନ ନୁହେଁ। ଏହା ଏକ ପ୍ରତିଶ୍ରୁତି। ଆମେ ଚାହୁଁଛୁ ଯେ ଓଡ଼ିଶା ପୂର୍ବ ଭାରତର MSME ଗେଟ ୱେ ଭାବରେ ଉଭା ହେଉ।

ଶେଷରେ ଓଡିଶାର MSME କ୍ଷେତ୍ରରେ ସଫଳତା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିପିଲି, ରଘୁରାଜପୁର, ସମ୍ବଲପୁର ଏବଂ ଗୋପାଳପୁରର ଆମର କାରିଗରମାନେ ସାରା ବିଶ୍ୱରେ ଜଣାଶୁଣା। ଆମର ଯୁବପିଢ଼ି IT, ଆନିମେସନ୍, ଫିନଟେକ୍ ଏବଂ ଷ୍ଟାର୍ଟଅପରେ ଉତ୍କର୍ଷ ହାସଲ କରୁଛନ୍ତି। ଆମର ମହିଳା ନେତୃତ୍ୱାଧୀନ SHG ବିଶ୍ୱସ୍ତରୀୟ ଉତ୍ପାଦ ରପ୍ତାନି କରୁଛନ୍ତି। ସୁଭଦ୍ରା ଯୋଜନା ଆଜି ପ୍ରତ୍ୟେକ ଘରେ ଆଦୃତ। ଏହା ଗରିବ, ବିଶେଷ ଭାବେ ଗ୍ରାମାଞ୍ଚଳର ମହିଳାଙ୍କୁ ନୂଆ ସମ୍ଭାବନାର ରାସ୍ତା ଦେଖାଉଛି।

ସୁଭଦ୍ରା ଯୋଜନା ଏକ ସହାୟତା ଯୋଜନା ନୁହେଁ । ଏହା ହେଉଛି, ମା’ମାନଙ୍କୁ ଛୋଟ ଛୋଟ ବ୍ୟାପାର ଜରିଆରେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ୱୀ କରିବା । ସମାଜରେ ଓ ପରିବାରରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି କରିବା । ଆଜି ଏହି ଯୋଜନା ଯୋଗୁଁ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି । ଆଗାମୀ ଦିନରେ ଆମ ରାଜ୍ୟରେ ମା’ମାନଙ୍କ ଭିତରେ ବ୍ୟବସାୟ କରିବାର ଏକ ପରମ୍ପରା ସୃଷ୍ଟି କରିବା ପାଇଁ ବାତାବରଣ ସୃଷ୍ଟି ହେବ ବୋଲି ମୁଁ ଆଶା କରୁଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ସମ୍ଭାବନାର ରାଜ୍ୟ ଆଜି ବିକାଶ ପଥରେ ଅଗ୍ରସର ହେଉଛି। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା, MSME ଗୁଡ଼ିକୁ ସଶକ୍ତ କରିବା, କାରିଗରମାନଙ୍କୁ ସହାୟତା ପ୍ରଦାନ କରିବା, କିମ୍ବା ସ୍ଥାନୀୟ ସପ୍ଲାଇ ଚେନ୍‌କୁ ସୁଦୃଢ଼ କରିବା ପାଇଁ, ଆମେ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ଏହା ଆଗାମୀ କିଛି ଦିନରେ ଓଡ଼ିଶାର ମାନଚିତ୍ରକୁ ପରିବର୍ତ୍ତନ କରିଦେବ।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଲଘୁ ଉଦ୍ୟୋଗ ଭାରତୀର ଅଖିଳ ଭାରତୀୟ ସଭାପତି ଶ୍ରୀ ମଧୁସୂଦନ ଦାଦୁ, ଲଘୁ ଉଦ୍ୟୋଗ ଭାରତୀର ଅଖିଳ ଭାରତୀୟ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ଲଘୁ ଉଦ୍ୟୋଗ ଭାରତୀ, ଓଡିଶାର ସଭାପତି ଶ୍ରୀ ଗୋପାଳ ଦାସ ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ।

MSME ମୋହନ ମାଝୀ ଲଘୁ ଉଦ୍ୟୋଗ ଭାରତୀ ଶିଳ୍ପ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.